Advertisment

ମଦ୍ରାସା ଭଙ୍ଗା ଯିବାର କାରଣ କହିଲେ ଆସାମ ମୁଖ୍ୟମନ୍ତ୍ରୀ

ଗୌହାଟି: ଆସାମର ଗୋଲପାରା ଜିଲ୍ଲାର ମଦ୍ରାସାଗୁଡିକ ଭଙ୍ଗାଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ସେ କହିଛନ୍ତି ଯେ, ଭଙ୍ଗା ଯାଇଥିବା ମଦ୍ରାସାଗୁଡିକରେ ଆତଙ୍କବାଦୀ କାର୍ଯ୍ୟକଳାପ ଚାଲୁଥିଲା। ମଦ୍ରାସା ନୁହେଁ ବରଂ ଅଲ-କାଏଦା କାର୍ଯ୍ୟାଳୟ ଥିଲା। ସେ ଆହୁରି କହିଛନ୍ତି ଯେ, ଏବେ ପ୍ରଶାସନ ପକ୍ଷରୁ ୨-୩ଟି ଭଙ୍ଗାଯାଇଛି। ବାକି ଅନ୍ୟ ଗୁଡ଼ିକୁ  ଜନସାଧାରଣ ଭାଙ୍ଗିବାକୁ ଆସୁଛନ୍ତି। ହିନ୍ଦୁ ନୁହଁ  ବରଂମୁସଲମାନ ସମ୍ପ୍ରଦାୟ ଏହାକୁ ଭାଙ୍ଗିବାକୁ ଆସୁଛନ୍ତି ବୋଲି ସେ କହିଛନ୍ତି। ଯେଉଁ ମଦ୍ରାସାରେ […]

କ’ଣ ଭାରତର ୫ଟି ରାଜଧାନୀ ରହିପାରିବ? କାହିଁକି ଏମିତି ପ୍ରସ୍ତାବ ଦେଲେ ଆସାମ ମୁଖ୍ୟମନ୍ତ୍ରୀ

Himant

Advertisment

ଗୌହାଟି: ଆସାମର ଗୋଲପାରା ଜିଲ୍ଲାର ମଦ୍ରାସାଗୁଡିକ ଭଙ୍ଗାଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ସେ କହିଛନ୍ତି ଯେ, ଭଙ୍ଗା ଯାଇଥିବା ମଦ୍ରାସାଗୁଡିକରେ ଆତଙ୍କବାଦୀ କାର୍ଯ୍ୟକଳାପ ଚାଲୁଥିଲା। ମଦ୍ରାସା ନୁହେଁ ବରଂ ଅଲ-କାଏଦା କାର୍ଯ୍ୟାଳୟ ଥିଲା। ସେ ଆହୁରି କହିଛନ୍ତି ଯେ, ଏବେ ପ୍ରଶାସନ ପକ୍ଷରୁ ୨-୩ଟି ଭଙ୍ଗାଯାଇଛି। ବାକି ଅନ୍ୟ ଗୁଡ଼ିକୁ  ଜନସାଧାରଣ ଭାଙ୍ଗିବାକୁ ଆସୁଛନ୍ତି। ହିନ୍ଦୁ ନୁହଁ  ବରଂମୁସଲମାନ ସମ୍ପ୍ରଦାୟ ଏହାକୁ ଭାଙ୍ଗିବାକୁ ଆସୁଛନ୍ତି ବୋଲି ସେ କହିଛନ୍ତି। ଯେଉଁ ମଦ୍ରାସାରେ ଅଲ କାଏଦାର କାର୍ଯ୍ୟ କରାଯାଇଥାଏ, ତାହା ମଦ୍ରାସାର ନୀତି ଓ ଆଦର୍ଶର ବିରୁଦ୍ଧାଚରଣ କରେ ବୋଲି ଶ୍ରୀ ଶର୍ମା କହିଛନ୍ତି। ଗତ କିଛି ଦିନ ହେଲାଣି ଆତଙ୍କବାଦୀ କାର୍ଯ୍ୟକଳାପ ସହ ଜଡିତ ଥିବା ଅଭିଯୋଗରେ ଆସାମରେ ମଦ୍ରାସା ଭାଙ୍ଗିବା ଅଭିଯାନ ଆରମ୍ଭ ହୋଇଛି। ଏପର୍ଯ୍ୟନ୍ତ ୪ଟି ମଦ୍ରାସା ଭଙ୍ଗା ସରିଲାଣି।

Advertisment

ଗୋଲପାରା ପୁଲିସ ଏସପି କହିଛନ୍ତି ଯେ ସ୍ଥାନୀୟ ଲୋକମାନେ ଏକ ମଦ୍ରାସା ଭାଙ୍ଗିବା ପାଇଁ ପଦକ୍ଷେପ ନେଇଥିଲେ। ଏଥିରେ ସରକାର ସାମିଲ ନଥିଲେ। ଗିରଫ ହୋଇଥିବା ଜିହାଦି ମଦ୍ରାସାର ଜଣେ ଶିକ୍ଷକ ବୋଲି ଜାଣିବା ପରେ ସେମାନେ ଆଶ୍ଚର୍ଯ୍ୟ ହୋଇଥିଲେ। ସେମାନଙ୍କ କହିବା ଅନୁଯାୟୀ, ଅଲ-କାଏଦାର କାର୍ଯ୍ୟାଳୟ ଭାବେ କାମ କରୁଥିବା ମଦ୍ରାସା ସେ ଚାହୁଁ ନାହାଁନ୍ତି।।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe