Advertisment

ଟିକେଟ ନମିଳିବାରୁ ଦଳୀୟ ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ

ଲକ୍ଷ୍ନୌ: ଟିକେଟ ନମିଳିବାରୁ ଦଳୀୟ କର୍ମୀ ଆତ୍ମାହୁତି ଉଦ୍ୟମ କରିଛନ୍ତି। ୟୁପି ନିର୍ବାଚନ ପାଇଁ  ସମାଜବାଦୀ ପାର୍ଟି(ସପା)ରୁ ଟିକେଟ ନମିଳିବାରୁ ଜଣେ ଆଶାୟୀ ଏଭଳି କାଣ୍ଡ ଘଟାଇଛନ୍ତି। ଲକ୍ଷ୍ନୌର ପାର୍ଟି ଅଫିସ ବାହାରେ ରବିବାର ଏଭଳି ଦୃଶ୍ୟ ଦେଖିବପାକୁ ମିଳିଛି। ଅଲିଗଡ଼ର ଆଦିତ୍ୟ ଠାକୁର ନାମକ ଜଣେ ସପାର ଦଳର କର୍ମୀ ନିଜ ଉପରେ ପେଟ୍ରୋଲି ଢାଲି ଆତ୍ମାହୁତି ଉଦ୍ୟମ କରିଥିଲେ । ତେବେ ସ୍ଥାନୀୟ ଲୋକ ଏବଂ ପୁଲିସର ପ୍ରୟାସ ଯୋଗୁ ସେ ବଞ୍ଚିଯାଇଛନ୍ତି । […]

ଅଦ୍ୟତନ ହୋଇଛି
ଟିକେଟ ନମିଳିବାରୁ ଦଳୀୟ ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ

Fire

Advertisment

ଲକ୍ଷ୍ନୌ: ଟିକେଟ ନମିଳିବାରୁ ଦଳୀୟ କର୍ମୀ ଆତ୍ମାହୁତି ଉଦ୍ୟମ କରିଛନ୍ତି। ୟୁପି ନିର୍ବାଚନ ପାଇଁ  ସମାଜବାଦୀ ପାର୍ଟି(ସପା)ରୁ ଟିକେଟ ନମିଳିବାରୁ ଜଣେ ଆଶାୟୀ ଏଭଳି କାଣ୍ଡ ଘଟାଇଛନ୍ତି। ଲକ୍ଷ୍ନୌର ପାର୍ଟି ଅଫିସ ବାହାରେ ରବିବାର ଏଭଳି ଦୃଶ୍ୟ ଦେଖିବପାକୁ ମିଳିଛି। ଅଲିଗଡ଼ର ଆଦିତ୍ୟ ଠାକୁର ନାମକ ଜଣେ ସପାର ଦଳର କର୍ମୀ ନିଜ ଉପରେ ପେଟ୍ରୋଲି ଢାଲି ଆତ୍ମାହୁତି ଉଦ୍ୟମ କରିଥିଲେ । ତେବେ ସ୍ଥାନୀୟ ଲୋକ ଏବଂ ପୁଲିସର ପ୍ରୟାସ ଯୋଗୁ ସେ ବଞ୍ଚିଯାଇଛନ୍ତି ।

Advertisment

ଆଦିତ୍ୟ ଠାକୁର କହିଛନ୍ତି ଯେ, ମୁଁ ଜୀବନ ହାରିବାକୁ ଆସିଛି। ମୋତେ କେହି ଅଟକାଇବା ଦରକାର ନାହିଁ। ମତେ ଜେଲରେ ରଖିଲେ ମଧ୍ୟ ବଞ୍ଚେଇପାବେନି । ମୁଁ ନ୍ୟାୟ ଚାହେଁ। ଦଳ ତାଙ୍କୁ ଟିକେଟ ନଦେଇ ବାହାର ଲୋକଙ୍କୁ ଦେଇଥିବାରୁ ସେ ତୀବ୍ର ଅନନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ନାମରେ ଅପରାଧିକ ରେକର୍ଡ଼ ନାହିଁ। ତଥାପି ତାଙ୍କୁ ଟିକେଟ ଦିଆଯାଇ ନାହିଁ। ମିଳିଥିବା ସୂଚନା ଅନୁଯାୟୀ ଆଦିତ୍ୟ ଠାକୁର ଅଲିଗଡ଼ର ଚାରା ଆସନରୁ ଲଢ଼ିବା ପାଇଁ ଅଶାୟୀ ଥିଲେ।

ଅଧିକ ପଢ଼ନ୍ତୁ : ଦଳ ଟିକେଟ ନ ଦେବାରୁ ଭୋଭୋ ହୋଇ କାନ୍ଦିଲେ , ଭିଡିଓ ଭାଇରାଲ

କିନ୍ତୁ ଦଳ ତାଙ୍କୁ ଟିକେଟ ଦେଇ ନାହିଁ। ଚଳିତ ନିର୍ବାଚନରେ ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକ ଦଳ(ଆରଏଲଡି) ମଧ୍ୟରେ ମେଣ୍ଟ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଏହି ମେଣ୍ଟ ଦଳ ପକ୍ଷରୁ ୨୯ ଜଣ ପ୍ରାର୍ଥୀଙ୍କର ତାଲିକା ଘୋଷଣା କରାଯାଇଛି। ଏହି ପ୍ରଥମ ପର୍ଯ୍ୟାୟ ତାଲିକାରେ ସପାରୁ ୧୦ ଜଣ ଏବଂ ଆରଏଲଡିରୁ ୧୯ ଜଣଙ୍କ ନାମ ରହିଛି। ତେବେ ଯେଉଁ ଆସନ ପାଇଁ ସପା ଏବଂ ଆରଏଲଡି ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ସେଠାରେ ଶାସକ ଦଳ ବିଜେପିର ବିଧାୟକ ଅଛନ୍ତି। ବିଶେଷ କରି ମୁଜାଫରନଗର, ସମିଲି, ଅଲିଗଡ଼, ଆଗ୍ରା, ଗାଜିଆବାଦ, ମିରଟ, ହାପୁରର ଆସନ ବିଜେପି ଦଖଲରେ ରହିଛି। ୨୦୧୭ରେ ଏସବୁ ଆସନରେ ବିଜେପି ବିପୁଳ ପରିମାଣରେ ବାଜିମାତ କରିଥିଲା।

Advertisment
UP Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe