Advertisment

ପୁଣି ମମତାଙ୍କୁ ଟେନସନ ଦେଲେ ଦୁଇ ଟିଏମସି ବିଧାୟକ

କୋଲକାତା: ଗୋଟିଏ ପଟେ ନନ୍ଦିଗ୍ରାମ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରି ପୁଣିଥରେ ସରକାର ଗଢ଼ିବ ବୋଲି ମମତା ଦୋମ୍ଭୋକ୍ତି ପ୍ରକାଶ କରିଛନ୍ତି। ଅନ୍ୟପଟେ ଟିକେଟ୍ ନପାଇବାରୁ ଅସନ୍ତୋଷ ପ୍ରକାଶ କରି ଦଳ ଛାଡ଼ିଛନ୍ତି ଦୁଇ ବିଧାୟକ। ମମତା ସରକାରର ମନ୍ତ୍ରୀ ବାଚୁ ହାଁସଦା ଏବଂ ତେହେତା ବିଧାୟକ ଗୌରୀ ଶଙ୍କର ଦତ୍ତ ବୁଧବାର ଟିକେଟ୍ ନମିଳିବାରୁ ଅସନ୍ତୋଷ ପ୍ରକାଶ କରି ଟିଏମସିକୁ ବାଏ ବାଏ କହି ପ୍ରତିପକ୍ଷ ପଦ୍ମ ପୋଖରୀରେ ବୁଡ଼ ପକାଇଛନ୍ତି। […]

ପୁଣି ମମତାଙ୍କୁ ଟେନସନ ଦେଲେ ଦୁଇ ଟିଏମସି ବିଧାୟକ

TMC-MLA-JOINED-IN-BJP

Advertisment

କୋଲକାତା: ଗୋଟିଏ ପଟେ ନନ୍ଦିଗ୍ରାମ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରି ପୁଣିଥରେ ସରକାର ଗଢ଼ିବ ବୋଲି ମମତା ଦୋମ୍ଭୋକ୍ତି ପ୍ରକାଶ କରିଛନ୍ତି। ଅନ୍ୟପଟେ ଟିକେଟ୍ ନପାଇବାରୁ ଅସନ୍ତୋଷ ପ୍ରକାଶ କରି ଦଳ ଛାଡ଼ିଛନ୍ତି ଦୁଇ ବିଧାୟକ।

Advertisment

ମମତା ସରକାରର ମନ୍ତ୍ରୀ ବାଚୁ ହାଁସଦା ଏବଂ ତେହେତା ବିଧାୟକ ଗୌରୀ ଶଙ୍କର ଦତ୍ତ ବୁଧବାର ଟିକେଟ୍ ନମିଳିବାରୁ ଅସନ୍ତୋଷ ପ୍ରକାଶ କରି ଟିଏମସିକୁ ବାଏ ବାଏ କହି ପ୍ରତିପକ୍ଷ ପଦ୍ମ ପୋଖରୀରେ ବୁଡ଼ ପକାଇଛନ୍ତି।

ରାଜ୍ୟ ବିଜେପି ସଭାପତି ଦିଲ୍ଲୀପ ଘୋଷଙ୍କ ଉପସ୍ଥିତିରେ ହାଁସଦା ବିଜେପିରେ ସାମିଲ୍ ହୋଇଛନ୍ତି। ସେ ଦକ୍ଷିଣ ଦିନଜପୁର ଜିଲ୍ଲାର ତାପନ ବିଧାନସଭା ଆସନରୁ ଦୁଇ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ଅନ୍ୟଜଣେ ଗୌରୀ ଦତ୍ତ ନଦିଆ ଜିଲ୍ଲାର ତେହତ୍ତା ବିଧାନସଭା ଆସନର ବିଧାୟକ। ଟିଏମସି ଏବଂ ନଦିଆ ଜିଲ୍ଲାରେ ଦତ୍ତ ଜଣେ ଭେଟେରାନ ନେତା ଭାବରେ ଜଣାଶୁଣା। ଏବେ ଦତ୍ତ ବିଜେପିରେ ସାମିଲ୍ ହେବା ଟିଏମସି ପାଇଁ ବଡ଼ ଝଟକା ବୋଲି କୁହାଯାଉଛି।

Advertisment

ଏହାବାଦ ବେଙ୍ଗଲୀ ସିନେ ଷ୍ଟାର ବୋନ୍ନି ସେନଗୁପ୍ତା ମଧ୍ୟ ବିଜେପିରେ ସାମିଲ୍ ହୋଇଛନ୍ତି। ବୋନ୍ନିଙ୍କ ନିକଟତମ ବନ୍ଧୁ କୌଶାନୀ ମୂଖାର୍ଜୀ ନିକଟରେ ଟିଏମସିରେ ସାମିଲ୍ ହୋଇଥିଲେ। ଏଥିସହ ଟିଏମସି କ୍ରିଷ୍ନନଗରର ଉତ୍ତର ବିଧାନସଭା ଆସନରୁ କୌଶାନୀ ପ୍ରାର୍ଥୀ ହୋଇଛନ୍ତି। ସେହିପରି ଟିଏମସି ସାଂସଦ ପ୍ରତୀମା ମଣ୍ଡଳଙ୍କ ସାନ ଭଉଣୀ ଜୟନ୍ତୀ ମଣ୍ଡଳ ମଧ୍ୟ ବିଜେପିରେ ସାମିଲ୍ ହୋଇଛନ୍ତି।

ସୂଚନାଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନ ପାଖରୁ ଏଯାବତ ୨୬ ଟିଏମସି କାଉନସିଲର ଏବଂ ଦୁଇ ସାଂସଦ ବିଜେପିରେ ସାମିଲ୍ ହୋଇସାରିଲେଣି।

West Bengal West Bengal Assembly Election West Bengal Election 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe