Advertisment

କିଏ ଅଧିକ ଆସନ ଜିତିଛି? ବିଜେପି-ସିନ୍ଦେ ନା ଏମଭିଏ

ମୁମ୍ବାଇ: ମହାରାଷ୍ଟ୍ରରେ କ୍ଷମତାସୀନ ବିଜେପି- ସିନ୍ଦେ ଗୋଷ୍ଠୀର ଶିବସେନା ଗ୍ରାମ ପଞ୍ଚାୟତ ନିର୍ବାଚନରେ ସବୁଠାରୁ ଅଧିକ ଆସନ ଜିତିଥିବା ଦାବି କରିଛନ୍ତି। ହେଲେ ଏହାକୁ ନିଜ ଲୋକଙ୍କ ବିଦ୍ରୋହ ଯୋଗୁ ଗାଦିଚ୍ୟୁତ ହୋଇଥିବା ମହା ବିକାଶ ଅଘାଡ଼ି(ଏମଭିଏ) ମେଣ୍ଟ ଅଗ୍ରାହ୍ୟ କରିଛି। ବିଜେପି-ସିନ୍ଦେ ନୁହନ୍ତି ବରଂ କଂଗ୍ରେସ-ଏନସିପି ଓ ଉଦ୍ଧବ ଠାକରେଙ୍କ ଶିବସେନା ଗ୍ରାମ ପଞ୍ଚାୟତ ନିର୍ବାଚନରେ ସବୁଠାରୁ ଅଧିକ ସିଟ୍‌ ଜିତିଥିବା ଦାବି କରାଯାଇଛି। ଦୁଇ ଦିନ ତଳେ ଭୋଟିଂ ହୋଇଥିବା ବେଳେ ସୋମବାର ଦିନ […]

କିଏ ଅଧିକ ଆସନ ଜିତିଛି? ବିଜେପି-ସିନ୍ଦେ ନା ଏମଭିଏ

BJP

Advertisment

ମୁମ୍ବାଇ: ମହାରାଷ୍ଟ୍ରରେ କ୍ଷମତାସୀନ ବିଜେପି- ସିନ୍ଦେ ଗୋଷ୍ଠୀର ଶିବସେନା ଗ୍ରାମ ପଞ୍ଚାୟତ ନିର୍ବାଚନରେ ସବୁଠାରୁ ଅଧିକ ଆସନ ଜିତିଥିବା ଦାବି କରିଛନ୍ତି। ହେଲେ ଏହାକୁ ନିଜ ଲୋକଙ୍କ ବିଦ୍ରୋହ ଯୋଗୁ ଗାଦିଚ୍ୟୁତ ହୋଇଥିବା ମହା ବିକାଶ ଅଘାଡ଼ି(ଏମଭିଏ) ମେଣ୍ଟ ଅଗ୍ରାହ୍ୟ କରିଛି। ବିଜେପି-ସିନ୍ଦେ ନୁହନ୍ତି ବରଂ କଂଗ୍ରେସ-ଏନସିପି ଓ ଉଦ୍ଧବ ଠାକରେଙ୍କ ଶିବସେନା ଗ୍ରାମ ପଞ୍ଚାୟତ ନିର୍ବାଚନରେ ସବୁଠାରୁ ଅଧିକ ସିଟ୍‌ ଜିତିଥିବା ଦାବି କରାଯାଇଛି। ଦୁଇ ଦିନ ତଳେ ଭୋଟିଂ ହୋଇଥିବା ବେଳେ ସୋମବାର ଦିନ ତମାମ ଗଣତି କରାଯାଇଥିଲା।

Advertisment

ଆଜି ମହାରାଷ୍ଟ୍ର ବିଜେପି କହିଛି ଯେ ଦଳ ସମର୍ଥନ କରୁଥିବା ୨୫୯ ଜଣ ଓ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନାର ୪୦ ଜଣ ପ୍ରାର୍ଥୀ ରବିବାର ଅନୁଷ୍ଠିତ ନିର୍ବାଚନରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି। ରାଜ୍ୟର ୧୬ଟି ଜିଲ୍ଲାରେ ଥିବା ୫୫୭ ଗ୍ରାମ ପଞ୍ଚାୟତରେ ରବିବାର ଲୋକମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ। ପ୍ରାର୍ଥୀମାନେ ଦଳୀୟ ଚିହ୍ନରେ ନିର୍ବାଚନ ଲଢ଼ୁ ନଥିବାରୁ କେଉଁ ମେଣ୍ଟର କେତେ ଜଣ ଜିତିଛନ୍ତି, ତାହା ଜାଣିବା ବେଶ ମୁସ୍କିଲ ହୋଇଛି।

ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ପାଖରେ ବସାଇ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି, ସିନ୍ଦେ ଓ ତାଙ୍କ ସମର୍ଥକମାନେ ପ୍ରକୃତ ଶିବସେନା। ସେମାନେ ଦଳର ପ୍ରତିଷ୍ଠାତା ବାଲା ସାହେବ ଠାକରେଙ୍କ ନୀତି ଓ ଆଦର୍ଶରେ ଚାଲୁଛନ୍ତି। ବିଜେପି ଓ ସିନ୍ଦେଙ୍କ ଶିବସେନା ଗ୍ରାମ ପଞ୍ଚାୟତ ନିର୍ବାଚନରେ ଆଶାତୀତ ସଫଳତା ପାଇଛନ୍ତି। ବିଜେପି ପୁଣିଥରେ ରାଜ୍ୟରେ ୧ନଂ ପାର୍ଟି ହେବାର ମାନ୍ୟତା ପାଇଥିବା ସେ ଦାବି କରିଛନ୍ତି।

Advertisment

ଅନ୍ୟପକ୍ଷରେ ଗ୍ରାମ ପଞ୍ଚାୟତ ନିର୍ବାଚନ ରେଜଲ୍ଟର ଅଲଗା ସଂଖ୍ୟା ଦେଇଛି ଏମଭିଏ। ସୋମବାର ରାତି ସୁଦ୍ଧା ୪୯୪ ଗ୍ରାମ ପଞ୍ଚାୟତର ରେଜଲ୍ଟ ସାମ୍ନାକୁ ଆସିଛି। ସେମାନଙ୍କ କହିବା କଥା ବିଜେପି ୧୪୪ ଆସନ ଜିତିଥିବା ବେଳେ ଏନସିପି ୧୨୬, କଂଗ୍ରେସ ୬୨, ସିନ୍ଦେଙ୍କ ଶିବସେନା ୪୧ ଓ ଉଦ୍ଧବ ଠାକରେଙ୍କ ଶିବସେନା ୩୭ଟି ଆସନ ଜିତିଛନ୍ତି। ଏହାର ଅର୍ଥ ଏମଭିଏ ୪୯୪ଟି ଆସନରୁ ୨୨୫ ଓ ବିଜେପି-ସିନ୍ଦେ ଗୋଷ୍ଠୀ ୧୮୫ଟି ସ୍ଥାନରେ ଜିତିଛନ୍ତି।

ଏନସିପି ନେତା ଅଜିତ ପାୱାର କହିଛନ୍ତି, “କିଛି ଲୋକ କହୁଛନ୍ତି ସେମାନେ ନମ୍ବର ୧ ଓ ନମ୍ବର ୨। କିନ୍ତୁ ବାସ୍ତବ କଥା ହେଉଛି, ଏହି ନିର୍ବାଚନ ଦଳୀୟ ଚିହ୍ନରେ କେହି ଲଢ଼ନ୍ତି ନାହିଁ। ଯଦି ଜଣେ ସରପଞ୍ଚ ଲିଖିତ ଭାବେ ସେ କେଉଁ ଦଳକୁ ସମର୍ଥନ କରନ୍ତି ବୋଲି କହିବେ, ତା’ହେଲେ ତାହା ଭିନ୍ନ କଥା। ଆପଣମାନେ ଯେଉଁ ନମ୍ବର ଦେଖୁଛନ୍ତି, ସେଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ଏମଭିଏ ସର୍ବାଧିକ ଆସନ ଜିତିଛି।

ହେଲେ ମୁଁ ଆଉ ଥରେ କହିବାକୁ ଚାହୁଁଛି ଯେ ଏହି ନିର୍ବାଚନ ଦଳୀୟ ଚିହ୍ନରେ କେହି ଲଢ଼ନ୍ତି ନାହିଁ।” ବିଜେପି ଓ ସିନ୍ଦେ ଗୋଷ୍ଠୀ ୩୦୦ ଆସନ ଜିତିଥିବା ଫଡନାଭିସ ଦାବି କରିବା ସମ୍ପର୍କରେ ଅଜିତ ପାୱାର ମତ ରଖିଛନ୍ତି। ସେ କହିଛନ୍ତି, “ଯଦି ସେ କହୁଛନ୍ତି ଯେ ସେମାନେ ୩୦୦ ଆସନ ଜିତିଛନ୍ତି, ତା’ହେଲେ ମୁଁ କହୁଛି ଆମେ ୪୦୦ ଆସନ ଜିତିଛୁ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe