Advertisment

ଦିଲ୍ଲୀରୁ ଫେରି ରାଜ୍ୟପାଳଙ୍କୁ ଭେଟିଲେ ଫଡନାଭିସ

ମୁମ୍ବାଇ: ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟ ଭିତରେ ଆଜି ରାତିରେ ହଠାତ୍‌ ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କୁ ଭେଟିଛନ୍ତି ବିଜେପି ନେତା ଦେବେନ୍ଦ୍ର ଫଡନାଭିସ। ସେ ଆଜି ମଧ୍ୟାହ୍ନରେ ଦିଲ୍ଲୀ ଯାଇଥିଲେ। ସେଠାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ବୈଠକ କରିଥିଲେ। ସନ୍ଧ୍ୟାରେ ଦିଲ୍ଲୀରୁ ଫେରିବା ପରେ ସିଧା ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଭେଟିଛନ୍ତି। ଏହି ସମୟରେ ବିଜେପିର ବିଧାୟକମାନେ ମଧ୍ୟ ଫଡନାଭିସଙ୍କ ସହ ରାଜଭବନକୁ ଯାଇଥିଲେ। ସେଠାରେ ଫଡନାଭିସ ରାଜ୍ୟରେ ସୃଷ୍ଟି […]

author-image
Hemant Lenka
ଦିଲ୍ଲୀରୁ ଫେରି ରାଜ୍ୟପାଳଙ୍କୁ ଭେଟିଲେ ଫଡନାଭିସ

Mumbai

ମୁମ୍ବାଇ: ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟ ଭିତରେ ଆଜି ରାତିରେ ହଠାତ୍‌ ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କୁ ଭେଟିଛନ୍ତି ବିଜେପି ନେତା ଦେବେନ୍ଦ୍ର ଫଡନାଭିସ। ସେ ଆଜି ମଧ୍ୟାହ୍ନରେ ଦିଲ୍ଲୀ ଯାଇଥିଲେ। ସେଠାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ବୈଠକ କରିଥିଲେ। ସନ୍ଧ୍ୟାରେ ଦିଲ୍ଲୀରୁ ଫେରିବା ପରେ ସିଧା ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଭେଟିଛନ୍ତି।

Advertisment

ଏହି ସମୟରେ ବିଜେପିର ବିଧାୟକମାନେ ମଧ୍ୟ ଫଡନାଭିସଙ୍କ ସହ ରାଜଭବନକୁ ଯାଇଥିଲେ। ସେଠାରେ ଫଡନାଭିସ ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟ ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି। ଏଥିସହ ରାଜ୍ୟରେ କ୍ଷମତାସୀନ ଉଦ୍ଧବ ସରକାର ସଂଖ୍ୟା ଗରିଷ୍ଠତା ହରାଇ ସାରିଥିବା ସେ କହିଛନ୍ତି। ସରକାର ଗଠନ ପାଇଁ ବିଜେପି ପାଖରେ ସଂଖ୍ୟା ରହିଥିବାରୁ ଉଦ୍ଧବ ସରକାରଙ୍କୁ ଆସ୍ଥା ଭୋଟର ସମ୍ମୁଖୀନ ହେବା ପାଇଁ ରାଜ୍ୟପାଳ ତୁରନ୍ତ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ସେ ଦାବି କରିଛନ୍ତି। ରାଜ୍ୟପାଳ ତାଙ୍କ ଅନୁରୋଧ ଶୁଣିବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ କଥା ହୋଇ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବେ ବୋଲି ଜଣାପଡ଼ିଛି।

ଶିବସେନାର ୪୦ ଜଣ ବିଧାୟକ ଉଦ୍ଧବ ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିବାରୁ ରାଜ୍ୟରେ ରାଜନୀତିକ ସଙ୍କଟ ସୃଷ୍ଟି ହୋଇଛି। ବିଦ୍ରୋହୀଙ୍କୁ ବୁଝାଇବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜେ ମଧ୍ୟ ଉଦ୍ୟମ କରୁଛନ୍ତି। ହେଲେ ଏଯାଏ କୌଣସି ସୁଫଳ ମିଳିନାହିଁ। ଆଜି ଫଡନାଭିସ ଆସ୍ଥା ଭୋଟ ପାଇଁ ଦାବି କରିବାକୁ ରାଜ୍ୟପାଳଙ୍କୁ ଭେଟିଥିବା ବେଳେ ବିଦ୍ରୋହୀ ବିଧାୟକମାନେ ଗୁରୁବାର ମୁମ୍ବାଇ ଫେରିବେ ବୋଲି ଜଣାପଡ଼ିଛି।

Advertisment

ଅନ୍ୟପକ୍ଷରେ ବିଦ୍ରୋହୀ ବିଧାୟକଙ୍କ ମଧ୍ୟରୁ ୧୫ରୁ ୧୬ ଜଣ ଉଦ୍ଧବ ସେନାର ବରିଷ୍ଠ ନେତାଙ୍କ ଯୋଗାଯୋଗରେ ଥିବା ବରିଷ୍ଠ ନେତା ରାହୁଲ ପାଟିଲ କହିଛନ୍ତି। ଆଜି ଉଦ୍ଧବ ଠାକରେଙ୍କ ମାତୋଶ୍ରୀରେ ଶିବସେନାର ନେତାମାନେ ଜରୁରୀ ବୈଠକ କରିଥିଲେ। ଏହି ବୈଠକରେ ରାହୁଲ ପାଟିଲ ମଧ୍ୟ ଯୋଗଦେଇଥିଲେ। ବୈଠକରେ ପରେ ସେ କହିଛନ୍ତି, ଗୌହାଟୀରେ ଥିବା ୧୫ରୁ ୧୬ ଜଣ ବିଧାୟକ ଆସନ୍ତାକାଲି ମୁମ୍ବାଇ ଆସୁଛନ୍ତି।