Advertisment

ମକର ସଂକ୍ରାନ୍ତି ସ୍ନାନ ମନା, 'ହର କି ପୌଡି'ରେ ଏଣ୍ଟ୍ରି ବ୍ୟାନ୍‌

ଡେରାଡୁନ: ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି କରୋନା ସଂକ୍ରମଣ। ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ହରିଦ୍ୱାର ଜିଲ୍ଲା ପ୍ରଶାସନ ‘ମକର ସଂକ୍ରାନ୍ତି’ରେ ଶ୍ରଦ୍ଧାଳୁଙ୍କ ସ୍ନାନ ଉପରେ ରୋକ ଲଗାଇଛନ୍ତି। ଏଥିସହ ଜାନୁଆରୀ ୧୪ରେ ଆୟୋଜିତ ହେବାକୁ ଥିବା ‘ହର କିପୌଡି’ରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଏଣ୍ଟ୍ରି ଉପରେ ବ୍ୟାନ୍‌ ଲଗାଇଛନ୍ତି। ଏଠାରେ ରାତି ୧୦ଟାରୁ ସକାଳ ୬ ଯାଏଁ ନାଇଟ୍‌ କର୍ଫ୍ୟୁ ଲାଗୁ ହୋଇଛି। ଏହାକୁ କଡାକଡି ପାଳନ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଏ ସମ୍ପର୍କରେ […]

ଅଦ୍ୟତନ ହୋଇଛି
ମକର ସଂକ୍ରାନ୍ତି ସ୍ନାନ ମନା, 'ହର କି ପୌଡି'ରେ ଏଣ୍ଟ୍ରି ବ୍ୟାନ୍‌

makar sankranti

Advertisment

ଡେରାଡୁନ: ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି କରୋନା ସଂକ୍ରମଣ। ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ହରିଦ୍ୱାର ଜିଲ୍ଲା ପ୍ରଶାସନ 'ମକର ସଂକ୍ରାନ୍ତି'ରେ ଶ୍ରଦ୍ଧାଳୁଙ୍କ ସ୍ନାନ ଉପରେ ରୋକ ଲଗାଇଛନ୍ତି। ଏଥିସହ ଜାନୁଆରୀ ୧୪ରେ ଆୟୋଜିତ ହେବାକୁ ଥିବା 'ହର କିପୌଡି'ରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଏଣ୍ଟ୍ରି ଉପରେ ବ୍ୟାନ୍‌ ଲଗାଇଛନ୍ତି। ଏଠାରେ ରାତି ୧୦ଟାରୁ ସକାଳ ୬ ଯାଏଁ ନାଇଟ୍‌ କର୍ଫ୍ୟୁ ଲାଗୁ ହୋଇଛି। ଏହାକୁ କଡାକଡି ପାଳନ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଏ ସମ୍ପର୍କରେ ହରିଦ୍ୱାର ଜିଲ୍ଲା ମାଜିଷ୍ଟ୍ରେଟ ବିନୟ ଶଙ୍କର ପାଣ୍ଡେ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ନିର୍ଦ୍ଦେଶନାମା ଅନୁଯାୟୀ, ମାକର ସଂକ୍ରାନ୍ତି ଦିନ, ଗଙ୍ଗାରେ ଗାଧୋଇବା ପାଇଁ ସ୍ଥାନୀୟ କିମ୍ବା ବାହାରର ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଗଙ୍ଗା ସ୍ନାନ ପାଇଁ ହର କି ପୌଡି ଯିବାକୁ ଅନୁମତି ଦିଆଯିବ ନାହିଁ। ଏହି ସମୟ ମଧ୍ୟରେ କାହାକୁ କୌଣସି ବି ପରିସ୍ଥିତିରେ ଗାଙ୍ଗା ସ୍ନାନ କରିବାକୁ ଦିଆଯିବ ନାହିଁ। ଯଦି ଏହି ନିୟମକୁ କେହି ଉଲ୍ଲଙ୍ଘନ କରନ୍ତି ତେବେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ୨୦୦୫ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହରିଦ୍ୱାର ଜିଲ୍ଲା ମାଜିଷ୍ଟ୍ରେଟ କହିଛନ୍ତି।

rituals during makar sankranti in uttarakhand

ସୂଚନା ମୁତାବକ ଉତ୍ତରାଖଣ୍ଡରେ ସୋମବାର ୧୨୯୨ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେହିପରି ୫ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ମିଶାଇ ଏଠାରେ ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୪୨୯ରେ ପହଞ୍ଚିଛି। ସଂକ୍ରମଣ ହାର ୦୭.୫୨ ପ୍ରତିଶତ ବୃଦ୍ଧି ପାଇଛି। ତେବେ ଦିନକରେ ୨୯୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରିଥିବା ଜଣାପଡିଛି।

Advertisment

ଏଠାରେ ବର୍ତ୍ତମାନ ସୁଦ୍ଧା ୫୦୦୯ଟି କରୋନାର ସକ୍ରିୟ ମାମଲା ରହିଛି। ହସ୍ପିଟାଲରେ ଏମାନଙ୍କ ଚିକିତ୍ସା ଜାରି ରହିଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୫୨୧୭୭ ରହିଛି। ସେହିପରି ସମୁଦାୟ ୩୩୨୯୪୯ ସୁସ୍ଥ ହୋଇସାରିଲେଣି। ସୁସ୍ଥ ହାର ୯୪.୫୪ ପ୍ରତିଶତ ରେକର୍ଡ କରାଯାଇଛି।

https://twitter.com/ANINewsUP/status/1480756083278815234?s=20

Makar Sankranti 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe