Advertisment

ଛାତ୍ରୀଙ୍କୁ ଜାତି ପଚାରି ଫିଙ୍ଗିଦେଲେ ଖାଦ୍ୟ, ରୋଷେୟା ଗିରଫ

ଜୟପୁର: ସ୍କୁଲ ଭିତରେ ଜାତିଆଣ ଭେଦଭାବ। ଜ୍ଞାନର ମନ୍ଦିରରେ ଦଳିତ ଛାତ୍ରୀଙ୍କୁ ଛି ଛାକର। ରାଜସ୍ଥାନ ଉଦୟପୁରର ଏକ ସରକାରୀ ସ୍କୁଲରୁ ସାମ୍ନାକୁ ଆସିଛି ଏଭଳି ଏକ ଘଟଣା। ସ୍କୁଲର ରୋଷେୟା ଖାଦ୍ୟ ପରଷିବା ପାଇଁ ଆସିଥିବା ଦୁଇ ଦଳିତ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୁଲିସ ଉକ୍ତ ରୋଷେୟାଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଉଦୟପୁର ଗୋଗୁନ୍ଦା ଅଞ୍ଚଳରେ ରହିଛି ଭାରୋଡି ଉଚ୍ଚ ପ୍ରାଥମିକ ସ୍କୁଲ। ଏହି ସ୍କୁଲରେ ପ୍ରତିଦିନ ଦୁଇ […]

ଅଦ୍ୟତନ ହୋଇଛି
ଛାତ୍ରୀଙ୍କୁ ଜାତି ପଚାରି ଫିଙ୍ଗିଦେଲେ ଖାଦ୍ୟ, ରୋଷେୟା ଗିରଫ

School Student

Advertisment

ଜୟପୁର: ସ୍କୁଲ ଭିତରେ ଜାତିଆଣ ଭେଦଭାବ। ଜ୍ଞାନର ମନ୍ଦିରରେ ଦଳିତ ଛାତ୍ରୀଙ୍କୁ ଛି ଛାକର। ରାଜସ୍ଥାନ ଉଦୟପୁରର ଏକ ସରକାରୀ ସ୍କୁଲରୁ ସାମ୍ନାକୁ ଆସିଛି ଏଭଳି ଏକ ଘଟଣା। ସ୍କୁଲର ରୋଷେୟା ଖାଦ୍ୟ ପରଷିବା ପାଇଁ ଆସିଥିବା ଦୁଇ ଦଳିତ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୁଲିସ ଉକ୍ତ ରୋଷେୟାଙ୍କୁ ଗିରଫ କରିଛି।

Advertisment

ସୂଚନା ମୁତାବକ, ଉଦୟପୁର ଗୋଗୁନ୍ଦା ଅଞ୍ଚଳରେ ରହିଛି ଭାରୋଡି ଉଚ୍ଚ ପ୍ରାଥମିକ ସ୍କୁଲ। ଏହି ସ୍କୁଲରେ ପ୍ରତିଦିନ ଦୁଇ ଜଣ ଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପରଷିବା ପାଇଁ ଦାୟିତ୍ୱ ଦିଆଯାଏ। ଶୁକ୍ରବାର ଦିନ ଏହି ଦାୟିତ୍ୱ ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଦୁଇ ଦଳିତ ଛାତ୍ରୀଙ୍କୁ ମିଳିଥିଲା। ଏହି ଦୁଇ ଛାତ୍ରୀ ଖାଦ୍ୟ ଆଣିବା ପାଇଁ ରୋଷେଇ ଘରକୁ ଯାଇଥିଲେ। ଏହା ଦେଖି ରୋଷେୟା ଲାଲାରାମ ଗୁର୍ଜର ପ୍ରଥମେ ସେମାନଙ୍କ ଜାତି କ'ଣ ବୋଲି ପଚାରିଥିଲେ। ଦୁଇ ଛାତ୍ରୀ ଦଳିତ ବୋଲି ଜାଣିବା ପରେ ସେମାନେ ଧରିଥିବା ଖାଦ୍ୟକୁ ଫିଙ୍ଗି ଦେଇଥିଲେ ରୋଷେୟା। ଏହାକୁ ନେଇ ଛାତ୍ରୀମାନେ ବିରୋଧ କରିଥିଲେ। କିନ୍ତୁ କେହି ଶୁଣିନଥିଲେ।

ଉଭୟ ଛାତ୍ରୀ ଏ ସମସ୍ତ ଘଟଣା ନିଜ ପରିବାର ଲୋକଙ୍କୁ ଜଣାଇଥିଲେ। ଏହାପରେ ରୋଷେୟାଙ୍କ ବିରୋଧରେ ପରିବାର ଲୋକେ ପ୍ରଥମେ ସ୍କୁଲର ପ୍ରଧାନ ଶିକ୍ଷକ ଓ ପରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ରୋଷେୟା ଲାଲାରାମ ଗୁର୍ଜର ବିରୋଧରେ ଏସ୍‌ସି ଏସ୍‌ଟି ଆକ୍ଟ ଅଧିନରେ ମାମଲା ରୁଜୁ କରି ଗିରଫ କରିବା ସହ ଯାଞ୍ଚ ଆରମ୍ଭ କରିଛି। ସେପଟେ ଏହି ଘଟଣାକୁ ନେଇ ପୂରା ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଲୋକଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ପୁଲିସ ନିବେଦନ କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe