Advertisment

ଦଳୀୟ ନେତାଙ୍କ ବୟାନ ପାଇଁ କ୍ଷମା ମାଗିଲେ କାନିମୋଝୀ

ଚେନ୍ନାଇ: ଦଳୀୟ ନେତାଙ୍କ ଆପତ୍ତିଜନକ ବୟାନ ପାଇଁ କ୍ଷମା ମାଗିଛନ୍ତି ଡିଏମକେର ବରିଷ୍ଠ ନେତା କାନିମୋଝୀ। ଡିଏମକେର ଜଣେ ନେତା ବିଜେପିର ମହିଳା ନେତ୍ରୀମାନଙ୍କ ପ୍ରତି ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ। ଏହାକୁ ନେଇ ବିବାଦ ଚାଲିଥିବା ବେଳେ କାନିମୋଝୀ ଜଣେ ‘ମହିଳା ଓ ମଣିଷ ହିସାବ’ରେ କ୍ଷମା ମାଗିଛନ୍ତି। ତାଙ୍କ ଦଳର ଡିଏମକେ ଓ ତାଙ୍କ ଭାଇ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ମଧ୍ୟ ମହିଳାଙ୍କ ପ୍ରତି ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିବା ରାଜନେତାଙ୍କୁ […]

ଅଦ୍ୟତନ ହୋଇଛି
ଦଳୀୟ ନେତାଙ୍କ ବୟାନ ପାଇଁ କ୍ଷମା ମାଗିଲେ କାନିମୋଝୀ

Kanimozhi

Advertisment

ଚେନ୍ନାଇ: ଦଳୀୟ ନେତାଙ୍କ ଆପତ୍ତିଜନକ ବୟାନ ପାଇଁ କ୍ଷମା ମାଗିଛନ୍ତି ଡିଏମକେର ବରିଷ୍ଠ ନେତା କାନିମୋଝୀ। ଡିଏମକେର ଜଣେ ନେତା ବିଜେପିର ମହିଳା ନେତ୍ରୀମାନଙ୍କ ପ୍ରତି ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ। ଏହାକୁ ନେଇ ବିବାଦ ଚାଲିଥିବା ବେଳେ କାନିମୋଝୀ ଜଣେ ‘ମହିଳା ଓ ମଣିଷ ହିସାବ’ରେ କ୍ଷମା ମାଗିଛନ୍ତି।

Advertisment

ତାଙ୍କ ଦଳର ଡିଏମକେ ଓ ତାଙ୍କ ଭାଇ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ମଧ୍ୟ ମହିଳାଙ୍କ ପ୍ରତି ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିବା ରାଜନେତାଙ୍କୁ କ୍ଷମା କରିନାହାନ୍ତି ବୋଲି କାନିମୋଝୀ କହିଛନ୍ତି।

ଏହି ଆପତ୍ତିଜନକ ବୟାନ ପ୍ରସଙ୍ଗରେ ବିଜେପି ନେତ୍ରୀ ଖୁସବୁସୁନ୍ଦର ଡିଏମକେକୁ ଟ୍ୱିଟ କରି ପ୍ରଶ୍ନ କରିଥିଲେ। ଏହାର ଜବାବରେ କାନିମୋଝୀ ସର୍ବସମ୍ମୁଖରେ କ୍ଷମା ମାଗି ସ୍ପଷ୍ଟୀକରଣ ଦେଇଛନ୍ତି। ଖୁସବୁସୁନ୍ଦର ସୋଶାଲ ମିଡିଆରେ କାନିମୋଝୀଙ୍କୁ ଟ୍ୟାଗ କରି ଟ୍ୱିଟ କରିଥିଲେ ଯେ ଯେତେବେଳେ ପୁରୁଷ ମହିଳାଙ୍କୁ ଗାଳି ଦେଉଛନ୍ତି, ସେଥିରୁ ସ୍ପଷ୍ଟ ହେଉଛି ଯେ ସେ କେଉଁ ପରିବେଶରେ ବଢ଼ିଛନ୍ତି ଓ ରହୁଛନ୍ତି। ଏପରି ଲୋକମାନେ ମହିଳାଙ୍କ ଗାରିମାଙ୍କୁ ଅପମାନିତ କରୁଛନ୍ତି। ଏହି ଲୋକମାନେ ନିଜକୁ କାଲାଇଙ୍ଗରଙ୍କ ଅନୁଗାମୀ କହୁଛନ୍ତି। କ’ଣ ଏହା ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ଦ୍ରାବିଡିଆନ ମଡେଲ ବୋଲି ସେ ପ୍ରଶ୍ନ କରିଥିଲା।

Advertisment


ଏହାର ଜବାବରେ କାନିମୋଝୀ କହିଛନ୍ତି, “ମୁଁ ଜଣେ ମହିଳା ଓ ମଣିଷ ହିସାବରେ ଉକ୍ତ ମାମଲାରେ କ୍ଷମା ମାଗୁଛି। ଏହାକୁ କେବେ ହେଲେ ସହ୍ୟ କରାଯାଇ ପାରିବ ନାହିଁ। ଏପରି ବୟାନ ଯେଉଁ ବ୍ୟକ୍ତି ଦିଅନ୍ତୁ କି ସେ ଯେଉଁ ଦଳର ଲୋକ ହୋଇଥାଆନ୍ତୁ, ତାଙ୍କୁ କେବେ ହେଲେ ଛଡ଼ା ଯିବନି।

ଏହି ପ୍ରସଙ୍ଗ ପାଇଁ ମୁଁ ଖୋଲାଖୋଲି ଭାବେ କ୍ଷମା ମାଗି ପାରିବି। କାରଣ ମୋ ନେତା ଏମକେ ଷ୍ଟାଲିନ ଓ ମୋ ଦଳ ଡିଏମକେ ଏହାକୁ କଡ଼ା ଭାଷାରେ ନିନ୍ଦା କରୁଛି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe