/odisha-reporter/media/post_attachments/uploads/2021/04/dr-manisha-jadhav.jpg)
dr-manisha-jadhav
ମୁମ୍ବାଇ: କରୋନା ସଂକ୍ରମଣ ଭିତରେ ଅତ୍ୟନ୍ତ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। କରୋନା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ମୁମ୍ବାଇରେ କାର୍ଯ୍ୟ କରୁଥିବା ଜଣେ ୫୧ ବର୍ଷୀୟ ମହିଳା ଡାକ୍ତର ସୋମବାର ବିଳମ୍ବିତ ରାତିରେ ପ୍ରାଣ ହରାଇଛନ୍ତି। କରୋନାରେ ସେ ଆଖିବୁଜିବା ପୂର୍ବରୁ ହୁଏତ ମୃତ୍ୟୁକୁ ଆଗୁଆ ଦେଖି ସାରିଥିଲେ।
ଖାସ୍ ସେଇଥି ପାଇଁ ବୋଧେ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସେ ତାଙ୍କର ବନ୍ଧୁମାନଙ୍କୁ ଫେସବୁକ୍ରେ ଶେଷ ଗୁଡ ମର୍ଣ୍ଣିଂର ଶୁଭେଚ୍ଛା ଜଣାଇ ଆଗୁଆ ବିଦାୟ ସମ୍ପର୍କରେ ଜଣାଇ ସାରିଥିଲେ। ମୁମ୍ବାଇର ସେୱରି ଟିବି ହସ୍ପିଟାଲରେ ମୁଖ୍ୟ ହେଉଛନ୍ତି ୫୧ ବର୍ଷୀୟ ମନୀଷା ଯାଦବ। ରବିବାର ସେ ତାଙ୍କ ଫେସବୁକ୍ରେ ଗୋଟିଏ ପୋଷ୍ଟ କରିଥିଲେ। ଏଥିରେ ସେ ଆଉ ବୋଧେ ବଞ୍ଚିବେ ନାହିଁ ବୋଲି ସମସ୍ତଙ୍କୁ ଜଣାଇଥିଲେ। ପୋଷ୍ଟର ପ୍ରାୟ ୩୬ ଘଣ୍ଟା ପରେ ସତକୁ ସତ ସେ ଏ ଦୁନିଆରୁ କରୋନାରେ ଆକ୍ରାନ୍ତ ହୋଇ ବିଦାୟ ନେଇଥିଲେ।
ସେ ତାଙ୍କ ଫେସବୁକ୍ରେ ଲେଖିଥିଲେ, “ବୋଧେ ଏହା ଶେଷ ଗୁଡ ମର୍ଣ୍ଣିଂ। ମୁଁ ଆପଣମାନଙ୍କୁ ବୋଧେ ଏହି ପ୍ଲାଟଫର୍ମରେ ଆଉ ଭେଟି ପାରିବି ନାହିଁ। ସମସ୍ତେ ନିଜର ଯତ୍ନ ନିଅନ୍ତୁ। ଶରୀର ମରେ। ଆତ୍ମା ନୁହେଁ। ଆତ୍ମା ସବୁବେଳେ ଅମର।” ଏହି ପୋଷ୍ଟରେ ଅନେକ ଲୋକ କମେଣ୍ଟ ଦେଇ ଡାକ୍ତର ମନୀଷା କେମିତି ଶୀଘ୍ର ସୁସ୍ଥ ହୋଇଯିବେ, ସେନେଇ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ହେଲେ ବିଧିର ବିଧାନରେ ଆଉ କିଛି ଲେଖା ଯାଇଥିଲା। ସତକୁ ସତ ପୋଷ୍ଟର ୩୬ ଘଣ୍ଟା ପରେ ମନୀଷାଙ୍କ ମୃତ୍ୟୁ ଘଟିଛି।
/odisha-reporter/media/post_attachments/2021-04/cvec1k3o_dr-manisha-jadhav-mumbai-doctor-covid19-facebook_625x300_21_April_21.jpg)
ସଂକ୍ରମଣ ବଢ଼ୁଥିବାରୁ ଅନେକ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ସୋଶାଲ ମିଡିଆ ଜରିଆରେ ଲୋକଙ୍କୁ ସତର୍କ ରହିବାକୁ ଅନୁରୋଧ କରୁଛନ୍ତି। ସମସ୍ତଙ୍କୁ କଟକଣା ମାନି ସଂକ୍ରମଣରୁ ବର୍ତ୍ତିବାକୁ କହୁଛନ୍ତି। ଗତକାଲି ଡାକ୍ତର ତୃପ୍ତୀ ଗିଲାଡା ଗୋଟିଏ ଭିଡିଓ ବାର୍ତ୍ତାରେ ଲୋକଙ୍କୁ ସତର୍କ ରହିବାକୁ ଅନୁରୋଧ କରିଥିଲେ। ସେ କହିଥିଲେ. “ଆମେ ଏବେ ଅସହାୟ ହୋଇପଡ଼ିଛୁ। ପୂର୍ବରୁ କେବେ ହେଲେ ଆମେ ଏମିତି ସ୍ଥିତି ଦେଖି ନଥିଲୁ। ଲୋକମାନେ ଅତ୍ୟନ୍ତ ଭୟଭୀତ ଅଛନ୍ତି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
