Advertisment

ଶ୍ୱାସନଳୀରୁ ବାହାରିଲା ୧.୫ ସେମିର ଲୁହା ନଟ୍‌

କୋଲମ୍ବାଟୁର: ମେଡିକାଲ ଇତିହାସରେ ଏକ ବରିଳ ଘଟଣା ଘଟିଛି। କୋଏମ୍ବାଟୁର ମେଡିକାଲ କଲେଜ ହସ୍ପିଟାଲର ଡାକ୍ତରମାନେ ଜଣେ ବ୍ୟକ୍ତଙ୍କ ଛାତିପାଖ ଶ୍ୱାସନଳୀରେ ଅଟକି ରହିଥିବା ୧.୫ ସେମିର ଲୁହା ନଟ୍‌ ବାହାର କରିବାକୁ ସକ୍ଷମ ହୋଇଛନ୍ତି। ପୂର୍ବରୁ ମେଡିକାଲ ବିଜ୍ଞାନରେ ଏପରି ଘଟଣା ଖୁବ କୋଚିତ ବା ଆଦୌ ଦେଖିବାକୁ ମିଳି ନଥିଲା। ମିଳିଥିବା ସୂଚନା ଅନୁସାରେ, କୁନିୟାମୁଥୁର ଅଞ୍ଚଳରେ ରହୁଥିବା ୫୫ ବର୍ଷୀୟ ସାମସୁତିନଙ୍କ ବାମ ପଟ ଛାତି ପାଖରେ ଥିବା ମୁଖ୍ୟ ଶ୍ୱାସନଳୀରୁ ଏହି […]

author-image
Hemant Lenka
ଶ୍ୱାସନଳୀରୁ ବାହାରିଲା ୧.୫ ସେମିର ଲୁହା ନଟ୍‌

nut

କୋଲମ୍ବାଟୁର: ମେଡିକାଲ ଇତିହାସରେ ଏକ ବରିଳ ଘଟଣା ଘଟିଛି। କୋଏମ୍ବାଟୁର ମେଡିକାଲ କଲେଜ ହସ୍ପିଟାଲର ଡାକ୍ତରମାନେ ଜଣେ ବ୍ୟକ୍ତଙ୍କ ଛାତିପାଖ ଶ୍ୱାସନଳୀରେ ଅଟକି ରହିଥିବା ୧.୫ ସେମିର ଲୁହା ନଟ୍‌ ବାହାର କରିବାକୁ ସକ୍ଷମ ହୋଇଛନ୍ତି। ପୂର୍ବରୁ ମେଡିକାଲ ବିଜ୍ଞାନରେ ଏପରି ଘଟଣା ଖୁବ କୋଚିତ ବା ଆଦୌ ଦେଖିବାକୁ ମିଳି ନଥିଲା।

Advertisment

ମିଳିଥିବା ସୂଚନା ଅନୁସାରେ, କୁନିୟାମୁଥୁର ଅଞ୍ଚଳରେ ରହୁଥିବା ୫୫ ବର୍ଷୀୟ ସାମସୁତିନଙ୍କ ବାମ ପଟ ଛାତି ପାଖରେ ଥିବା ମୁଖ୍ୟ ଶ୍ୱାସନଳୀରୁ ଏହି ନଟକୁ ବାହାର କରାଯାଇଛି। ସାମସୁତିନ ଇଲେକ୍ଟ୍ରିସିଆନ ଭାବେ କାମ କରନ୍ତି। ସେ କାମ ସମୟରେ ଭୁଲ ବଶତଃ ଲୁହା ନଟକୁ ଗିଳି ଦେଇଥିଲେ ମଧ୍ୟ ଜାଣି ନଥିଲେ।

କିଛି ଦିନ ପରେ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ କଫ ଜନିତ ସମସ୍ୟାରେ ପଡ଼ିଥିଲେ। ଅକ୍ଟୋବର ୧୮ରେ ତାଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ସାମସୁତିନଙ୍କୁ କୋଏମ୍ବାଟୁର ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Advertisment


ସିଏମସିଏଚ୍‌ର ଡିନ୍‌ ଏ ନିର୍ମଳା କହିଛନ୍ତି, ସିଟି ସ୍କାନରୁ ଶ୍ୱାସନଳୀରେ ନଟ ଅଟକି ଥିବା ଜଣାପଡ଼ିଥିଲା। ନଟ୍‌ ଲାଖିଯିବା ଯୋଗୁ ଫୁସଫୁସକୁ ଠିକ୍‌ ଭାବେ ପବନ ଯାଇ ପାରୁ ନଥିଲା। ଏଥିପାଇଁ ତାଙ୍କୁ ତୁରନ୍ତ ଅପରେସନ ଥିଏଟରରେ ଭର୍ତ୍ତି କରାଯାଇଥିଲା ସେଠାରେ ଜେନେରାଲ ନିସ୍ତେଜ ଦିଆଯାଇ ନଟ୍‌ଟିକୁ ବାହାର କରାଯାଇଥିଲା।

ଏହା ଏକ ରିସ୍କ ପ୍ରିକ୍ରିୟା ଥିଲା। ପ୍ରିକ୍ରିୟାରେ ତ୍ରୁଟି କିମ୍ବା ବିଳମ୍ବ ସାଂଘାତିକ ସ୍ଥିତି ସୃଷ୍ଟି କରିବାର ଆଶଙ୍କା ମଧ୍ୟ ରହିଥିଲା। କିନ୍ତୁ ଇଏନଟି ବିଭାଗର ମୁଖ୍ୟ ଅଲୀ ସୁଲତାନାଙ୍କ ନେତୃତ୍ୱାଧୀନ ଟିମ୍‌ ମାତ୍ର ୧୫ ମିନିଟ୍‌ ମଧ୍ୟରେ ବ୍ୟକ୍ତିଙ୍କ ଶ୍ୱାସନଳୀରୁ ନଟକୁ ସଫଳତାର ସହ ବାହାର କରିଥିବା ସେ କହିଛନ୍ତି।

ନଟ ବାହାରିବା ପରେ ରୋଗୀ ଜଣଙ୍କ ସଂପୂର୍ଣ୍ଣ ସୁସ୍ଥ ଅନୁଭବ କରିଥିଲେ। ଏଥିପାଇଁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା।

Coimbatore Medical College Hospital doctors extract metal nut lodged in man's bronchus