Advertisment

ମହଙ୍ଗା ହେଲା ବିମାନ ଟିକେଟ୍ ଦର

ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ମହାମାରୀ ଯୋଗୁ ବହୁ ଲୋକଙ୍କ ରୋଜଗାରର ବାଟ ବନ୍ଦ ରହିଥିବା ବେଳେ ଅନ୍ୟପଟେ ମହଙ୍ଗା ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହିକ୍ରମରେ ଶସ୍ତା ବିମାନ ଟିକେଟ୍ ପାଇଁ ଅପେକ୍ଷା କରୁଥିବା ଲୋକଙ୍କୁ ସରକାର ବଡ଼ ଝଟକା ଦେଇଛନ୍ତି। ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଆଭିଏସନ୍ (DGCA) ଏୟାରଲାଇନ୍ସ କମ୍ପାନୀକୁ ତୁରନ୍ତ ଘରୋଇ ବିମାନ ପାଇଁ ୧୦ରୁ ୩୦ ପ୍ରତିଶତ ଅଧିକ ଶୁଳ୍କ ଆଦାୟ କରିବାକୁ ଅନୁମତି ଦେଇଛି। ଏଥିସହ […]

ମେ’ ପହିଲାରୁ ଭୁବନେଶ୍ୱର-ପାଟନା ବିମାନ ସେବା

flight

Advertisment

ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ମହାମାରୀ ଯୋଗୁ ବହୁ ଲୋକଙ୍କ ରୋଜଗାରର ବାଟ ବନ୍ଦ ରହିଥିବା ବେଳେ ଅନ୍ୟପଟେ ମହଙ୍ଗା ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହିକ୍ରମରେ ଶସ୍ତା ବିମାନ ଟିକେଟ୍ ପାଇଁ ଅପେକ୍ଷା କରୁଥିବା ଲୋକଙ୍କୁ ସରକାର ବଡ଼ ଝଟକା ଦେଇଛନ୍ତି। ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଆଭିଏସନ୍ (DGCA) ଏୟାରଲାଇନ୍ସ କମ୍ପାନୀକୁ ତୁରନ୍ତ ଘରୋଇ ବିମାନ ପାଇଁ ୧୦ରୁ ୩୦ ପ୍ରତିଶତ ଅଧିକ ଶୁଳ୍କ ଆଦାୟ କରିବାକୁ ଅନୁମତି ଦେଇଛି।

Advertisment

ଏଥିସହ ଏବେ ସରକାର ନ୍ୟୂନତମ ଭଡ଼ା ୧୦ ପ୍ରତିଶତ ଏବଂ ସର୍ବାଧିକ ୩୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିୟମ ମାର୍ଚ୍ଚ ୩୧, ୨୦୨୧ ପର୍ଯ୍ୟନ୍ତ ଲାଗୁ ରହିବ। DGCA ସମସ୍ତ ୭ଟି ଅଞ୍ଚଳ ପାଇଁ ନ୍ୟୂନତମ ଭଡ଼ା ୧୦ରୁ ୧୨ ପ୍ରତିଶତ ବଢ଼ାଇଛି ଏବଂ ସରକାରଙ୍କ ନିର୍ଦ୍ଦେଶକ୍ରମେ ସର୍ବାଧିକ ଭଡ଼ା ୩୦ ପ୍ରତିଶତ ବୃଦ୍ଧି କରାଯାଇଛି।

ଏହି ନିର୍ଦ୍ଦେଶନାମା ତୁରନ୍ତ ଲାଗୁ କରାଯାଇଛି। ଏୟାରଲାଇନ୍ସ କମ୍ପାନୀଗୁଡ଼ିକ ବର୍ତ୍ତମାନ କ୍ଷତିରେ ଚାଲିଥିବା ବେଳେ ସରକାରଙ୍କ ଏହି ନିଷ୍ପତ୍ତି ସେମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେବ। ସ୍ପାଇସଜେଟ୍ ୩୧ ଡିସେମ୍ବର, ୨୦୨୦ରୁ ସମସ୍ତ ତ୍ରୈମାସିକରେ ୫୭ କୋଟି ଟଙ୍କାର କ୍ଷତି ସହିଥିବା ରିପୋର୍ଟରେ ଜଣାପଡ଼ିଛି। ସେହିପରି ଗତବର୍ଷ ଏହି ସମୟରେ କମ୍ପାନୀକୁ ୭୭.୯ କୋଟି ଟଙ୍କାର ଫାଇଦା ହୋଇଥିଲା। ଭାରତର ସବୁଠାରୁ ବଡ଼ ଏୟାରଲାଇନ୍ସ ଇଣ୍ଡିଗୋ ଗତବର୍ଷ ଅକ୍ଟୋବର-ଡିସେମ୍ବର ମଧ୍ୟରେ ୬୨୦ କୋଟି ଟଙ୍କାର ଘାଟା ସହିଛି।

Advertisment

ସୂଚନାଯୋଗ୍ୟ, କରୋନା ସଂକ୍ରମଣ ଯୋଗୁ ଫେବୃଆରୀ ୨୮ ତାରିଖ ଯାଏ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଉଡ଼ାଣ ବନ୍ଦ ରହିବ ବୋଲି  ଡିଜିସିଏ ଘୋଷଣା କରିଥିଲା। ତେବେ ମାଲ ବିମାନ ଓ ଅନୁମତିପ୍ରାପ୍ତ ସ୍ୱତନ୍ତ୍ର ବିମାନ ଉଡ଼ାଣ ପାଇଁ ଏହି ନିୟମ କାର୍ଯ୍ୟକାରୀ ହେବନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe