/odisha-reporter/media/post_attachments/uploads/2021/03/MAMATA-BANARJEE-3.jpg)
MAMATA-BANARJEE
କୋଲକାତା: ଏପ୍ରିଲ ୨ରେ ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ରହିଛି। ଏହା ପୂର୍ବରୁ କୋଲକାତା ସ୍ଥିତ ନିର୍ବାଚନ କମିଶନରଙ୍କୁ ଭେଟିଛି ଟିଏମସିର ଏକ ପ୍ରତିନିଧି ଦଳ। ବିଜେପି ଶାସିତ ରାଜ୍ୟରୁ ଆସୁଥିବା ସୁରକ୍ଷାକର୍ମୀଙ୍କୁ ପଶ୍ଚିମବଙ୍ଗରେ ନିୟୋଜିତ ନକରାନଯାଉ। ଏଥିସହ ନନ୍ଦିଗ୍ରାମର ବିଜେପି ବିଧାୟକ ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ପ୍ରଚାର ପାଇଁ କିଛି ବାହାର ଅପରାଧୀଙ୍କୁ ଆଣିଛନ୍ତି। ସେମାନଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଟିଏମସିର ଏହି ଟିମ୍ ନିର୍ବାଚନ କମିଶନଙ୍କ ପାଖରେ ନିବେଦନ କରିଛି।
ପୂର୍ବ ମେଦିନିପୁରରେ ଅନେକ ଏହି ସବୁ ବାହାରିଆ ଅପରାଧୀ ରହିଛନ୍ତି। ସେମାନଙ୍କୁ ଖୋଜି ବାହାର କରିବା ଦରକାର। ଏମିତିକି ପୁଲିସ ହେପାଜତରେ ରହିବା ଦରକାର। ଏମିତି ହେଲେ ରାଜ୍ୟରେ ନିର୍ବାଚନ ସ୍ୱଚ୍ଛ ଭାବରେ ହୋଇପାରିବ ବୋଲି ଟିଏମସି ନିର୍ବାଚନ କମିଶନରଙ୍କ ପାଖରେ କହିଛି।
ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ବିହାର ଏବଂ ଯେଉଁଠି ଏନଡିଏର ଶାସନ ରହିଛି ସଂପୃକ୍ତ ଅଞ୍ଚଳର ସୁରକ୍ଷକର୍ମୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ନିୟୋଜିତ ନକରିବାକୁ କହିଛି ଏହି ଟିମ୍। ଦ୍ୱିତୀୟ ପର୍ଯ୍ୟାୟରେ ନନ୍ଦିଗ୍ରାମ ପାଇଁ ମତଦାନ ହେବ। ଶୁଭେନ୍ଦୁ ଅଧିକାରୀ ପ୍ରଚାର ପାଇଁ ବାହାର ରାଜ୍ୟରୁ ଅନେକ ଅପରାଧୀଙ୍କୁ ଆଣି ନିୟୋଜିତ କରିଥିବା ମମତାଙ୍କ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କ ନିକଟରେ କହିଛି।
ସୂଚନାଯୋଗ୍ୟ, ଦ୍ୱିତୀୟ ପର୍ଯ୍ୟାୟରେ ନନ୍ଦିଗ୍ରାମ ପାଇଁ ଭୋଟ୍ ପଡ଼ିବ। ଏହି ଆସନ ଉଭୟ ଟିଏମସି ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି। ଯାହାକୁ ନେଇ ସାରା ଦେଶର ମଧ୍ୟ ନଜର ରହିଛି। ଶୁଭେନ୍ଦୁ ଅଧିକାରୀ ଟିଏମସିରେ ଥିବା ବେଳେ ଏହି ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ହେଲେ ସେ ବିଜେପିକୁ ଯିବା ପରେ ମମତା ଶୁଭେନ୍ଦୁଙ୍କୁ ଚ୍ୟାଲେଞ୍ଜ ଦେଇ ନନ୍ଦିଗ୍ରାମରେ ନିର୍ବାଚନ ଲଢ଼ିଛନ୍ତି।
ମମତା ପ୍ରଥମଥର ପାଇଁ ଏହି ଆସନରୁ ନିର୍ବାଚନ ଲଢ଼ୁଥିଲେ ମଧ୍ୟ ବିଜୟୀ ହେବେ ବୋଲି ଆଶା ରଖିଛନ୍ତି। ବିଜେପି ବାହାର ପାର୍ଟି କହି ବଙ୍ଗାଳୀଙ୍କ ପାଖରେ ଅସ୍ମିତାର କାର୍ଡ ଖେଳିଛନ୍ତି। ଏଥିସହ ବିଭିନ୍ନ ସମୟରେ ହ୍ୱିଲ ଚେୟାରରେ ବସି ନିଜ ସମର୍ଥକଙ୍କୁ ନେଇ ପଦଯାତ୍ରା କରୁଥିବା ଦେଖିବାକୁ ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
