Advertisment

“ନୀରିହ ଡାକ୍ତରମାନଙ୍କୁ ହଇରାଣ କରନି”: ଜୀବନ ହାରିଲେ ମହିଳା ଡାକ୍ତର

ଜୟପୁର: ଜଣେ ମହିଳା ଡାକ୍ତରଙ୍କର ସୁଇସାଇଡ ନୋଟ ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଛି। ରାଜସ୍ଥାନର ମହିଳା ଡାକ୍ତର ଅର୍ଚ୍ଚନା ଶର୍ମାଙ୍କ ହାତ ଲେଖା ସୁଇସାଇଡ ନୋଟକୁ ନେଇ ସବୁଠି ଚର୍ଚ୍ଚା ଓ ବିକ୍ଷୋଭ। ଡାକ୍ତର ଅର୍ଚ୍ଚନାଙ୍କ ନାଁରେ ପୁଲିସ୍‌ ହତ୍ୟା ମାମଲା ରୁଜୁ କରିଥିଲା। ଏଥିରେ ଭାଙ୍ଗିପଡ଼ି ସେ ଜୀବନ ହାରିଛନ୍ତି। ତେବେ ସେ ସୁଇସାଇଡ ନୋଟ୍‌ରେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି। ଏଥିସହ ଦେଶର କୌଣସି ନୀରିହ ଡାକ୍ତରମାନଙ୍କୁ କେହି ବି ହଇରାଣ କରନ୍ତୁ […]

ଅଦ୍ୟତନ ହୋଇଛି
“ନୀରିହ ଡାକ୍ତରମାନଙ୍କୁ ହଇରାଣ କରନି”: ଜୀବନ ହାରିଲେ ମହିଳା ଡାକ୍ତର

doctor

Advertisment

ଜୟପୁର: ଜଣେ ମହିଳା ଡାକ୍ତରଙ୍କର ସୁଇସାଇଡ ନୋଟ ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଛି। ରାଜସ୍ଥାନର ମହିଳା ଡାକ୍ତର ଅର୍ଚ୍ଚନା ଶର୍ମାଙ୍କ ହାତ ଲେଖା ସୁଇସାଇଡ ନୋଟକୁ ନେଇ ସବୁଠି ଚର୍ଚ୍ଚା ଓ ବିକ୍ଷୋଭ। ଡାକ୍ତର ଅର୍ଚ୍ଚନାଙ୍କ ନାଁରେ ପୁଲିସ୍‌ ହତ୍ୟା ମାମଲା ରୁଜୁ କରିଥିଲା। ଏଥିରେ ଭାଙ୍ଗିପଡ଼ି ସେ ଜୀବନ ହାରିଛନ୍ତି।

Advertisment

ତେବେ ସେ ସୁଇସାଇଡ ନୋଟ୍‌ରେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି। ଏଥିସହ ଦେଶର କୌଣସି ନୀରିହ ଡାକ୍ତରମାନଙ୍କୁ କେହି ବି ହଇରାଣ କରନ୍ତୁ ନାହିଁ ବୋଲି ନୋଟରେ ଉଲ୍ଲେଖ କରିଛନ୍ତି। ଏହି ଘଟଣାକୁ ନେଇ ରାଜସ୍ଥାନ ସମେତ ଦିଲ୍ଲୀରେ ଡାକ୍ତରମାନେ ଅର୍ଚ୍ଚନାଙ୍କ ସପକ୍ଷରେ ବାହାରି ଆନ୍ଦୋଳନ କରିଛନ୍ତି। ବିକ୍ଷୋକାରୀ ଡାକ୍ତରମାନେ ରାଜ୍ୟ ପୁଲିସ୍‌ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଡାକ୍ତର ଅର୍ଚ୍ଚନା ତାଙ୍କ ସ୍ୱାମୀଙ୍କ ସହ ମିଶି ରାଜସ୍ଥାନରେ ଗୋଟିଏ ଘରୋଇ ହସ୍ପିଟାଲ ଚଳାଉଥିଲେ। ମଙ୍ଗଳବାର ଜଣେ ମହିଳା ଏଠାରେ ଶିଶୁକୁ ଜନ୍ମ ଦେବା ପରେ ଆଖିବୁଜି ଥିଲେ। ତେବେ ତାଙ୍କ ପରିବାର ଲୋକ ମୃତ୍ୟୁ ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଥିଲେ।

Advertisment

ଶବବ୍ୟବଚ୍ଛେଦ ରିପୋର୍ଟରୁ ମହିଳା ଜଣଙ୍କ ଅଧିକ ରକ୍ତସ୍ରାବ ଯୋଗୁ ପ୍ରାଣ ହରାଇଥିବା ଜଣାପଡ଼ିଥିଲା। ତଥାପି ମହିଳାଙ୍କ ପରିବାର ଲୋକ ହସ୍ପିଟାଲ ସାମ୍ନାରେ ବିକ୍ଷୋଭ କରିବା ସହ ଡାକ୍ତର ଅର୍ଚ୍ଚନାଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିବାକୁ ଦାବି କରିଥିଲେ। ପୁଲିସ୍‌ ମଧ୍ୟ ଡାକ୍ତର ଅର୍ଚ୍ଚନାଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଥିଲା। ଏହି ଘଟଣାରେ ସେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ।

ଶେଷରେ ସେ ଜୀବନ ହାରି ଦେଇଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ସେ ଲେଖିଥିବା ସୁଇସାଇଡ ନୋଟ ଏବେ ସାମ୍ନାକୁ ଆସିଛି। ଏଥିରେ ସେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି। ସେ ଲେଖିଛନ୍ତି ଯେ “ରୋଗୀ(ମହିଳା)ଙ୍କ ଜୀବନ ରକ୍ଷା କରିବାକୁ ସବୁ ପ୍ରକାରର ଚେଷ୍ଟା କରାଯାଇଥିଲା। ହେଲେ ଅତ୍ୟଧିକ ରକ୍ତସ୍ରାବ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିଲା। ତେଣୁ ଦୟାକରି ନୀରିହ ଡାକ୍ତରଙ୍କୁ ହରାଇରାଣ କରିବା ବନ୍ଦ କରନ୍ତୁ। ମୋ ମୃତ୍ୟୁ ହିଁ ମୋତେ ନିର୍ଦ୍ଦୋଷ ପ୍ରମାଣ କରିବ। ମୋ ମୃତ୍ୟୁ ପରେ ମୋ ସ୍ୱାମୀ ଓ ୨ ପିଲାଙ୍କୁ ପ୍ରଶାସନ ଆଦୌ ହଇରାଣ କରିବ ନାହିଁ ବୋଲି ମୋର ଆଶା।”

ଡା ଅର୍ଚ୍ଚନାଙ୍କ ସ୍ୱାମୀ ଡାକ୍ତର ସୁନୀଲ ଉପାଧ୍ୟାୟ କହିଛନ୍ତି ଯେ “ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। ସେମାନେ କେମିତି ଅର୍ଚ୍ଚନାଙ୍କ ବିରୋଧରେ ୩୦୨ ଦଫାରେ ମାମଲା କଲେ? ଡାକ୍ତରମାନଙ୍କୁ ହଇରାଣ କରିବା ଓ ସେମାନଙ୍କୁ ଟଙ୍କା ମାଗିବା କାମ ବନ୍ଦ କରିବା ପାଇଁ ଗୋଟିଏ ଆଇନ ପ୍ରଣୟନ ହେବା ଦରକାର। ମୋ ସ୍ତ୍ରୀ ତ ମରିଗଲା। ହେଲେ ଅନ୍ୟ ଡାକ୍ତରମାନଙ୍କ କଥା କ’ଣ ହେବ?”

ଏହି ଘଟଣା ମେଡିକାଲ ସେବା ସହ ଜଡ଼ିତ ଲୋକଙ୍କୁ ସ୍ତବ୍ଧ କରିଦେଇଛି। ଘଟଣା ବିରୋଧରେ ମେଡିକାଲ ଆସୋସିଏନ ଅଫ ରାଜସ୍ଥାନ ୨୪ ଘଣ୍ଟିଆ ଆନ୍ଦୋଳନ ଡାକରା ଦେଇଛି। ଦିଲ୍ଲୀ ଏମ୍ସର ରେସିଡେଣ୍ଟ ଡାକ୍ତରମାନେ କଳା ବ୍ୟାଚ୍‌ ପିନ୍ଧି ବିକ୍ଷୋଭ କରିଛନ୍ତି। ଫେଡରେସନ ଅଫ ଡକ୍ଟରସ ଆସୋସିଏସନ ମଧ୍ୟ ଘଟଣାକୁ ନିନ୍ଦା କରିଛି। ଏଥିସହ ପୁଲିସ୍‌ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ଡାକ୍ତର ଅର୍ଚ୍ଚନାଙ୍କ ପରିବାର ଲୋକଙ୍କ ପାଇଁ କ୍ଷତିପୂରଣ ଦାବି କରିଛି।

ଘଟଣା ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି, “ଡାକ୍ତର ଅର୍ଚ୍ଚନା ଶର୍ମାଙ୍କ ଆତ୍ମହତ୍ୟା ଘଟଣା ଅତ୍ୟନ୍ତ ଦୁଃଖଦାୟକ। ଆମେ ଡାକ୍ତରମାନଙ୍କୁ ଭଗବାନର ଆଖ୍ୟା ଦେଇଛୁ। ରୋଗୀଙ୍କ ଜୀବନ ବଞ୍ଚାଇବାକୁ ଡାକ୍ତରମାନେ ଶତ ଚେଷ୍ଟା କରନ୍ତି।

କିନ୍ତୁ ଯଦି କୌଣସି ଅଘଟଣ ଘଟୁଛି, ତା’ହେଲେ ଡାକ୍ତରଙ୍କୁ ଦୋଷ ଦେବା ଠିକ୍‌ ହେବନି।” ଶ୍ରୀ ଗେହଲଟ ଘଟଣାର ତଦନ୍ତ କରାଯିବ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe