Advertisment

ବିଜେପି କର୍ମୀଙ୍କୁ କେଜ୍ରିୱାଲଙ୍କ ପରାମର୍ଶ: ଦଳ ଛାଡ଼ନି, ଆପ ପାଇଁ କାମ କର

ଅହମ୍ମଦାବାଦ: ମିଶନ ଗୁଜରାଟ ଅଭିଯାନରେ ବାହାରିଥିବା ଆପ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆଜି ଥିଲା ଶେଷ ପରିଦର୍ଶନ। ନିର୍ବାଚନ ପ୍ରଚାର ଉଦ୍ଦେଶ୍ୟରେ ଘନ ଘନ ଗସ୍ତ କରୁଥିବା କେଜ୍ରିୱାଲ ଆଜି ଏଠାରେ ଆୟୋଜିତ ସଭାରେ ଉଦବୋଧନ ଦେଇଥିଲେ । ଏହି ଅବସରେ ବିଜେପି କର୍ମୀମାନଙ୍କୁ  ଆପ ପାଇଁ ଭିତରେ ଭିତରେ କାମ କରିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ବିଜେପି ନଛାଡ଼ିବା ପାଇଁ ପରାମର୍ଶ ଦେଇଥିଲେ। ବିଜେପି ପାଖରୁ ପଇସା ନିଅନ୍ତୁ, […]

ବିଜେପି କର୍ମୀଙ୍କୁ କେଜ୍ରିୱାଲଙ୍କ ପରାମର୍ଶ: ଦଳ ଛାଡ଼ନି, ଆପ ପାଇଁ କାମ କର

Kejriwal

Advertisment

ଅହମ୍ମଦାବାଦ: ମିଶନ ଗୁଜରାଟ ଅଭିଯାନରେ ବାହାରିଥିବା ଆପ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆଜି ଥିଲା ଶେଷ ପରିଦର୍ଶନ। ନିର୍ବାଚନ ପ୍ରଚାର ଉଦ୍ଦେଶ୍ୟରେ ଘନ ଘନ ଗସ୍ତ କରୁଥିବା କେଜ୍ରିୱାଲ ଆଜି ଏଠାରେ ଆୟୋଜିତ ସଭାରେ ଉଦବୋଧନ ଦେଇଥିଲେ । ଏହି ଅବସରେ ବିଜେପି କର୍ମୀମାନଙ୍କୁ  ଆପ ପାଇଁ ଭିତରେ ଭିତରେ କାମ କରିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ବିଜେପି ନଛାଡ଼ିବା ପାଇଁ ପରାମର୍ଶ ଦେଇଥିଲେ। ବିଜେପି ପାଖରୁ ପଇସା ନିଅନ୍ତୁ, କିନ୍ତୁ ଆପ ପାଇଁ କାମ କରିବାକୁ କେଜ୍ରିୱାଲ ଅନୁରୋଧ କରିଥିଲେ। ଆପ୍‌ ପକ୍ଷରୁ ଯେଉଁ ଗ୍ୟାରେଣ୍ଟି ଦିଆଯାଇଛି ତାହା ବିଜେପି କର୍ମୀମାନଙ୍କୁ ମିଳିବ। ଯେତେବେଳେ ଆପ ‌ଏଠାରେ କ୍ଷମତାକୁ ଆସିବ ସବୁ ସୁବିଧା ମିଳିବ ବୋଲି କେଜ୍ରିୱାଲ ପ୍ରତିଶ୍ରୁତି ଦେଥିଲେ।

Advertisment

ସେ ଆହୁରି କହିଛନ୍ତି ଯେ,  ଆମେ ବିଜେପି ନେତା ଚାହୁଁ ନାହୁଁ। ବିଜେପି ତାର ନେତାଙ୍କୁ ତାପାଖରେ ରଖୁ।  କିନ୍ତୁ ଗାଁ-ପଞ୍ଚାୟତମାନଙ୍କରେ  ଥିବା ବିଜେପି କର୍ମୀମାନେ ଆପ ପ୍ରତି ଢଳିବା ଆରମ୍ଭ କରିଛନ୍ତି।  ସେମାନେ ଆମ ଆଦମୀ ପାର୍ଟିକୁ ସମର୍ଥନ କରୁଛନ୍ତି।  ମୁଁ ବିଜେପି କର୍ମୀମାନଙ୍କୁ ପଚାରୁଛି। ଆପଣ ଦଳ ସେବାରେ ଲାଗିପଡ଼ିଛନ୍ତି।  କିନ୍ତୁ ପ୍ରତିବଦଳରେ ଦଳ ଆପଣଙ୍କୁ କଣ ଦେଇଛି। ଏପରିକ ବର୍ଷ ବର୍ଷ ବିତି ଯାଥିଲେ ମଧ୍ୟ ଆପଣଙ୍କୁ କେବଳ ନିରାଶ ହେବାକୁ  ପଡ଼ିଛି। ଆପଣ ସେଇ ଦଳରେ ରୁହନ୍ତୁ । କିନ୍ତୁ ଆପ ପାଇଁ  ଭିତରେ କାମ କରନ୍ତୁ।

କିଛି ବିଜେପି କର୍ମୀ କାମ ପାଇଁ ପଇସା ପାଉଛନ୍ତି। ଦଳ ଠାରୁ ପାଉଣା ଆଣନ୍ତୁ କିନ୍ତୁ ଆପ ପାଇଁ କାମ କରିବାକୁ କେଜ୍ରିୱାଲ ଅନୁରୋଧ କରିଥିଲେ।  କାରଣ ଆପ ପାଖରେ ଟଙ୍କା ନାହିଁ ବୋଲି କେଜ୍ରିୱାଲ କହିଥିଲେ। ନିଜ ନିର୍ବାଚନୀ ପ୍ରତିଶ୍ରୁତିରେ କେଜ୍ରିୱାଲ ମାଗଣା ଶିକ୍ଷା, ବିଜୁଳି, ମହିଳାଙ୍କୁ ୧୦୦୦ ଟଙ୍କା ଭତ୍ତା ଠାରୁ ବିଭିନ୍ନ ପ୍ରକାର ଗ୍ୟାରେଣ୍ଟି ଦେଇଛନ୍ତି କେଜ୍ରିୱାଲ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe