Advertisment

ଗୁଜରାଟ ଟ୍ରାଜେଡିରେ ମୁଁ ରାଜନୀତି କରିବାକୁ ଚାହେଁନି: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଗୁଜରାଟ ମୁର୍ବିର ଝୁଲା ପୋଲ ଟ୍ରାଜେଡି ଘଟଣାରେ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରତିକ୍ରିୟା ରଖିଛନ୍ତି। ସେ ଏଥିରେ ରାଜନୀତି କରିବାକୁ ଚାହାଁନ୍ତି ନାହିଁ ବୋଲି କହିଛନ୍ତି। ଝୁଲା ପୋଲ ଦୁର୍ଘଟଣା ପାଇଁ କାହାକୁ ଦାୟୀ କରିବେ ବୋଲି ପ୍ରଶ୍ନ ହୋଇଥିଲା। ଜବାବରେ ମୁଁ ଏବିଷୟରେ କିଛି କମେଣ୍ଟ ଦେବାକୁ ଚାହୁଁନାହିଁ ବୋଲି କହିଥିଲେ। ରାହୁଲ ଗାନ୍ଧି କହିଛନ୍ତି ଯେ, ଦୁର୍ଘଟଣାରେ ଲୋକଙ୍କ ଜୀବନ ଯାଇଛି। ଏ ବିଷୟରେ କୌଣସି ରାଜନୈତି ମନ୍ତବ୍ୟ ସେମାନଙ୍କ ପାଇଁ […]

ଅଦ୍ୟତନ ହୋଇଛି
ଗୁଜରାଟ ଟ୍ରାଜେଡିରେ ମୁଁ ରାଜନୀତି କରିବାକୁ ଚାହେଁନି: ରାହୁଲ ଗାନ୍ଧି

Rahul-Gandhi

Advertisment

ନୂଆଦିଲ୍ଲୀ: ଗୁଜରାଟ ମୁର୍ବିର ଝୁଲା ପୋଲ ଟ୍ରାଜେଡି ଘଟଣାରେ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରତିକ୍ରିୟା ରଖିଛନ୍ତି। ସେ ଏଥିରେ ରାଜନୀତି କରିବାକୁ ଚାହାଁନ୍ତି ନାହିଁ ବୋଲି କହିଛନ୍ତି। ଝୁଲା ପୋଲ ଦୁର୍ଘଟଣା ପାଇଁ କାହାକୁ ଦାୟୀ କରିବେ ବୋଲି ପ୍ରଶ୍ନ ହୋଇଥିଲା। ଜବାବରେ ମୁଁ ଏବିଷୟରେ କିଛି କମେଣ୍ଟ ଦେବାକୁ ଚାହୁଁନାହିଁ ବୋଲି କହିଥିଲେ। ରାହୁଲ ଗାନ୍ଧି କହିଛନ୍ତି ଯେ, ଦୁର୍ଘଟଣାରେ ଲୋକଙ୍କ ଜୀବନ ଯାଇଛି। ଏ ବିଷୟରେ କୌଣସି ରାଜନୈତି ମନ୍ତବ୍ୟ ସେମାନଙ୍କ ପାଇଁ ଅସମ୍ମାନ ହେବ। ଏ କ୍ଷେତ୍ରରେ ମୁଁ ରାଜନୀତି କରିବାକୁ ଚାହେଁ ନାହିଁ। ତେବେ ଉକ୍ତ ଘଟଣାରେ ଅନ୍ୟ କଂଗ୍ରେସ ନେତାମାନେ ଗୁଜରାଟରେ ଥିବା ଥିବା କ୍ଷମତାସୀନ  ବିଜେପି ସରକାରକୁ  ଦାୟୀ କରିଛନ୍ତି।

Advertisment

କଂଗ୍ରେସ ଏମପି ରଣଦୀପ ସିଂହ ସୂର୍ଜେୱାଲା କହିଛନ୍ତି ଯେ, ଏହା ହେଉଛି ଏକ ମନୁଷ୍ୟକୃତ ଦୁର୍ଘଟଣା। ଏଥିପାଇଁ ରାଜ୍ୟର ବିଜେପି ସରକାର ଦାୟୀ। ଏହା କୌଣସି ପ୍ରାକୃତିକ ଦୁର୍ଘଟଣା ନୁହଁ। ଏହା ହେଉଛି ମନୁଷ୍ୟକୃତ ଟ୍ରାଜେଡି। ଏହି ଜଘନ୍ୟ ଅପରାଧ ପାଇଁ ଗୁଜରାଟ ସରକାର ସିଧାସଳଖ ଦାୟୀ ବୋଲି ସେ କହିଛନ୍ତି। ମୃତ ସମ୍ପର୍କୀୟଙ୍କୁ ଦିଆଯାଇଥିବା କ୍ଷତିପୂରଣ ବାବଦରେ ସୁରଜେୱାଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କୁ ଟାର୍ଗେଟ କରିଛନ୍ତି। ସେ ଟ୍ୱିଟ୍‌ କରି କହିଛନ୍ତି ଯେ, ଗୁଜୁରାଟି ଭାଇ ଓ ଭଉଣୀଙ୍କ ଜୀବନ ପାଇଁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରି ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ସେମାନଙ୍କ ଦାୟିତ୍ୱରୁ ଓହରି ପାରିବେ ନାହିଁ। ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ଗୁଜରାଟର ମୋର୍ବି ଜିଲ୍ଲାରେ ପ୍ରବାହିତ ମଚ୍ଛୁନଦୀ ଉପରେ ନିର୍ମିତ କେବଲ୍‌ ବ୍ରିଜ୍‌ ଭାଙ୍ଗିପଡ଼ିବା ଯୋଗୁଁ ମୃତ୍ୟୁ ମୁଖରେ ପଡ଼ିଥିବା ଲୋକଙ୍କ ସଂଖ୍ୟା ୧୪୧କୁ ବୃଦ୍ଧି ପାଇଛି।

ଗୁଜରାଟ ସୂଚନା ବିଭାଗ କହିଛି, ପ୍ରାୟ ୧୭୭ଜଣଙ୍କୁ ଉଦ୍ଧାର କରାଯାଇଛି। ଆହତ ହୋଇଥିବା ୧୯ଜଣ ଚିକିତ୍ସାଧୀନ ଅଛନ୍ତି। ସେନା, ନୌସେନା, ବାୟୁସେନା, ଏନ୍‌ଡିଆର୍‌ଏଫ୍‌ ଏବଂ ଅଗ୍ନିଶମ ବାହିନୀ ତଲାସ ଅଭିଯାନ ଚଳାଇଛନ୍ତି। ମଚ୍ଛୁନଦୀ ମଧ୍ୟକୁ ଖସିପଡ଼ିଥିବା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଏନ୍‌ଡିଆର୍‌ଏଫ୍‌ର ୫ଟି ଟିମ୍‌ ଗତରାତିରୁ ତଲାସ ଅଭିଯାନ ଜାରି ରଖିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe