Advertisment

ଯମୁନା ନଦୀରେ ଭାସୁଛି କରୋନା ରୋଗୀମାନଙ୍କ ଶବ! ସ୍ଥାନୀୟ ଲୋକେ ଆତଙ୍କିତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ହାମିରପୁର ଦେଇ ପ୍ରବାହିତ ଯମୁନା ନଦୀରେ ୧୨ରୁ ଅଧିକ ଶବ ଭାସୁଥିବା ଥିବା ଦେଖି ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ରାଜ୍ୟରେ କରୋନା ମୃତ୍ୟୁ ବଢ଼ୁଥିବାରୁ ନଦୀ କୂଳରେ ଥିବା ଲୋକମାନେ ଶବ ଗୁଡ଼ିକୁ ଏପରି ଭସାଇ ଦେଇଥିବା ସେମାନେ ଆଶଙ୍କା କରିଛନ୍ତି। ଗାଁ ଲୋକଙ୍କ କହିବା କଥା ହେଉଛି, କରୋନାରେ ଲୋକ ମରୁଥିଲେ ହେଁ ଅନ୍ତିମ ସଂସ୍କାର କରିବାକୁ ଶ୍ମଶାନରେ ସ୍ଥାନ ମିଳୁନି। ଏହି କାରଣରୁ ହାମିରପୁର ଜିଲ୍ଲାର ଏକାଧିକ ନଈକୂଳିଆ ଗାଁର […]

ଅଦ୍ୟତନ ହୋଇଛି
ଯମୁନା ନଦୀରେ ଭାସୁଛି କରୋନା ରୋଗୀମାନଙ୍କ ଶବ! ସ୍ଥାନୀୟ ଲୋକେ ଆତଙ୍କିତ

Yamuna

Advertisment

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ହାମିରପୁର ଦେଇ ପ୍ରବାହିତ ଯମୁନା ନଦୀରେ ୧୨ରୁ ଅଧିକ ଶବ ଭାସୁଥିବା ଥିବା ଦେଖି ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ରାଜ୍ୟରେ କରୋନା ମୃତ୍ୟୁ ବଢ଼ୁଥିବାରୁ ନଦୀ କୂଳରେ ଥିବା ଲୋକମାନେ ଶବ ଗୁଡ଼ିକୁ ଏପରି ଭସାଇ ଦେଇଥିବା ସେମାନେ ଆଶଙ୍କା କରିଛନ୍ତି।

Advertisment

ଗାଁ ଲୋକଙ୍କ କହିବା କଥା ହେଉଛି, କରୋନାରେ ଲୋକ ମରୁଥିଲେ ହେଁ ଅନ୍ତିମ ସଂସ୍କାର କରିବାକୁ ଶ୍ମଶାନରେ ସ୍ଥାନ ମିଳୁନି। ଏହି କାରଣରୁ ହାମିରପୁର ଜିଲ୍ଲାର ଏକାଧିକ ନଈକୂଳିଆ ଗାଁର ଲୋକମାନେ ନିଜର ପ୍ରିୟଜନଙ୍କ ଶବକୁ ନଦୀରେ ଭସାଇ ଦେଉଛନ୍ତି।
ସ୍ଥାନୀୟ ଅଞ୍ଚଳର ଗାଁ ଲୋକମାନେ ନଦୀ କୂଳରେ ମଧ୍ୟ ଅନ୍ତିମ ସଂସ୍କାର କରିବାର ଦୃଶ୍ୟ ସାମ୍ନାକୁ ଆସିଛି। ଏଠାରେ ହେଉଥିବା ଶବ ସତ୍କାର ସମ୍ପର୍କରେ କୌଣସି ତଥ୍ୟ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ପାଖରେ ନାହିଁ।

ସେହିପରି ସେହି ଲୋକମାନେ କରୋନାରେ ପ୍ରାଣ ହରାଇଛନ୍ତି କି ନାହିଁ, ସେ ବିଷୟରେ ମଧ୍ୟ କେହି ଜାଣିପାରୁ ନାହାନ୍ତି। ଗାଁ ଲୋକ ଆହୁରି କହିଛନ୍ତି, କରୋନା ଯୋଗୁ ଗ୍ରାମାଞ୍ଚଳରେ ଅଧିକାଂଶ ଲୋକ ପ୍ରାଣ ହରାଉଛନ୍ତି। ହାମିରପୁର ଓ କାନପୁର ଜିଲ୍ଲାରେ ଥିବା ଗାଁ ଗୁଡ଼ିକରେ ଏପରି ଘଟଣା ଘଟୁଛି। ଗ୍ରାମବାସୀ କୋଭିଡ-୧୯ରେ ପ୍ରାଣ ହରାଇଥିବା ଲୋକଙ୍କ ଶବକୁ ଯମୁନା ନଦୀରେ ଭସାଇ ଦେଉଛନ୍ତି।

Advertisment

ହାମିରପୁର ଏଏସ୍‌ପି ଅନୂପ କୁମାର ସିଂହ କହିଛନ୍ତି, “ହାମିରପୁର ଓ କାନପୁର ମଧ୍ୟରେ ଯମୁନା ନଦୀ ପ୍ରବାହିତ ହେଉଛି। ସ୍ଥାନୀୟ ଲୋକମାନେ ନଦୀକୁ ଭଗବାନଙ୍କ ସହ ତୁଳନା କରନ୍ତି ଓ ସେମାନେ ମୃତଦେହ ଗୁଡ଼ିକୁ ନଦୀରେ ଭସାଇ ଦିଅନ୍ତି। ଏଭଳି ପରମ୍ପରା ଗାଁରେ ବହୁ ଦିନରୁ ଚାଲି ଆସିଛି।

ପୂର୍ବରୁ ଯମୁନାରେ ଗୋଟିଏରୁ ଦୁଇଟି ଶବ ଭାସୁଥିବା ନଜରକୁ ଆସିଥାଏ। ହେଲେ ଏବେ କୋଭିଡ ସମୟରେ ନଦୀରେ ମୃତଦେହର ବନ୍ୟା ଦେଖିବାକୁ ମିଳିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ କରୋନା ଶହଶହ ଲୋକଙ୍କ ଜୀବନ ନେଉଛି।

କୋଭିଡ୍‌-୧୯ଭୟରେ ଗାଁ ଲୋକମାନେ ଶ୍ମଶାନରେ ଅନ୍ତିମ ସଂସ୍କାର କରିବା ବଦଳରେ ମୃତଦେହକୁ ନଦୀରେ ଭସାଇ ଦେଉଛନ୍ତି। ଏହି କାରଣରୁ ନଦୀରେ ଅନେକ ଶବ ଭାସୁଥିବା ଦେଖିବାକୁ ମିଳୁଛି।”

Uttar Pradesh Corona Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe