ଫେରାର ୟୁଟ୍ୟୁବର୍‌ ବବି କଟାରିଆଙ୍କୁ ଧରାଇଲେ ମିଳିବ ପୁରସ୍କାର

ଡେରାଡୁନ: ବିବାଦୀୟ ୟୁଟ୍ୟୁବର୍‌ ତଥା ବଡିବିଲ୍ଡର୍‌ ବବି କଟାରିଆଙ୍କ ବଢ଼ିଲା ଅଡୁଆ। ବିଚ୍‌ ରାସ୍ତାରେ ଚୌକି ଉପରେ ବସି ମଦ ପିଇବା ତାଙ୍କୁ ପଡିଛି ମହଙ୍ଗା। ଏହି ମାମଲାରେ ଉତ୍ତରାଖଣ୍ଡ ପୁଲିସ ଫେରାର ବବି କଟାରିଆଙ୍କ ନାଁରେ ୨୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି। ଏଥିସହ ଅଭିଯୁକ୍ତଙ୍କ ବିରୋଧରେ କୋର୍ଟରୁ ଜାମିନ ବିହୀନ ଗିରଫ ପରୱାନା ମଧ୍ୟ ଜାରି କରାଯାଇଛି। ନିକଟରେ ବବି କଟାରିଆଙ୍କ ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିରେ […]

bobby-kataria

bobby-kataria

Madhupriya Mistry
  • Published: Saturday, 27 August 2022
  • Updated: 27 August 2022, 12:14 PM IST

Sports

Latest News

ଡେରାଡୁନ: ବିବାଦୀୟ ୟୁଟ୍ୟୁବର୍‌ ତଥା ବଡିବିଲ୍ଡର୍‌ ବବି କଟାରିଆଙ୍କ ବଢ଼ିଲା ଅଡୁଆ। ବିଚ୍‌ ରାସ୍ତାରେ ଚୌକି ଉପରେ ବସି ମଦ ପିଇବା ତାଙ୍କୁ ପଡିଛି ମହଙ୍ଗା। ଏହି ମାମଲାରେ ଉତ୍ତରାଖଣ୍ଡ ପୁଲିସ ଫେରାର ବବି କଟାରିଆଙ୍କ ନାଁରେ ୨୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି। ଏଥିସହ ଅଭିଯୁକ୍ତଙ୍କ ବିରୋଧରେ କୋର୍ଟରୁ ଜାମିନ ବିହୀନ ଗିରଫ ପରୱାନା ମଧ୍ୟ ଜାରି କରାଯାଇଛି।

ନିକଟରେ ବବି କଟାରିଆଙ୍କ ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିରେ ସେ ବିଚ୍‌ ରାସ୍ତାରେ ଚୌକି ଉପରେ ବସି ମଦ ପିଉଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓକୁ ନେଇ ବିବାଦ ଉପୁଜିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଏହା ଡେରାଡୁନ-ମସୁରୀ ଜାତୀୟ ରାଜପଥର ଥିବା ଜଣାପଡିଥିଲା।

ଏହାପରେ ପୁଲିସ କଟାରିଆଙ୍କ ବିରୋଧରେ ମାମଲା ରୁଜୁ କରି ତିନୋଟି ନୋଟିସ୍‌ ପଠାଇଥିଲା। କିନ୍ତୁ ସେ ଗୋଟିଏର ବି ଉତ୍ତର ଦେଇନଥିଲେ। ଏହାପରେ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ୱାରେଣ୍ଟ ଜାରି କରିଥିଲା ପୁଲିସ। କଟାରିଆଙ୍କୁ ଗିରଫ କରିବା ପାଇଁ ହରିୟାଣାର ଗୁରୁଗ୍ରାମ ସ୍ଥିତ ତାଙ୍କ ଘରେ ଚଢ଼ାଉ ମଧ୍ୟ କରିଥିଲା ପୁଲିସ। କିନ୍ତୁ ସେ ଫେରାର ଥିବା ଜଣାପଡିଥିଲା।

 

View this post on Instagram

 

A post shared by Bobby Kataria (@katariabobby)

ସୂଚନା ମୁତାବକ, ବବି କଟାରିଆ ନିଜର ଆଉ ଏକ ବିବାଦୀୟ ଭିଡିଓକୁ ନେଇ ମଧ୍ୟ ଆଇନ ଜାଲରେ ଫସିଛନ୍ତି। ସ୍ପାଇସ୍‌ ଜେଟ୍‌ ବିମାନ ଭିତରେ ବବି କଟାରିଆ ସିଗାରେଟ୍‌ ଟାଣୁଥିବାର ଏକ ଭିଡିଓ କିଛି ଦିନ ପୂର୍ବେ ଭାଇରାଲ ହୋଇଥିଲା। ଏହି ଭିଡିଓ ସାମ୍ନାକୁ ଆସିବା ପରେ ସ୍ପାଇସଜେଟ୍ ଅଧିକାରୀ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏପରି ବିପଦପୂର୍ଣ୍ଣ ଆଚରଣ ପାଇଁ କୌଣସି ସହନଶୀଳତା ନାହିଁ ବୋଲି ସେ କହିଥିଲେ।

ବବି କାଟାରିଆ ଜାନୁଆରୀ ୨୦ ତାରିଖରେ ଏକ ସ୍ପାଇସ୍‌ ଜେଟ୍‌ର ବିମାନରେ ଦୁବାଇରୁ ନୂଆଦିଲ୍ଲୀ ଯାଇଥିଲେ। ଏହା ପରେ ୨୪ ଜାନୁଆରୀରେ, ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ବିମାନ ଭିତରେ ସିଗାରେଟ୍ ଟାଣୁଥିବା ନଜର ଆସିଥିଲେ। ଏହାପରେ ସୁରକ୍ଷା ବେସାମରିକ ବିମାନ ଚଳାଚଳ ଅଧିନିୟମ ୧୯୮୨ର ଧାରା ୩ସି ଅନୁଯାୟୀ ପୁଲିସ ମାମଲା ରୁଜୁ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos