Advertisment

ଇସଲାମାବାଦରେ ଥିବା ଭାରତୀୟ ହାଇକମିଶନ ଉପରେ ଉଡ଼ିଲା ଡ୍ରୋନ, ଭାରତ ଖପ୍ପା

ଇସଲାମାବାଦ: ପାକିସ୍ତାନର ଡ୍ରୋନ ଷଡ଼ଯନ୍ତ୍ର ଥମିବାର ନାଁ ଧରୁନି। ଏବେ ଇସଲାମାବାଦରେ ଥିବା ଭାରତୀୟ କମିଶନ ଉପରେ ଗୋଟିଏ ଡ୍ରୋନ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ଦେଖିବାକୁ ମିଳିଛି। ଏହା ଜଣାପଡ଼ିବା ପରେ ପାକିସ୍ତାନ ବୈଦେଶିକ ଅଫିସ ନିକଟରେ ଭାରତ ବିଧିବଦ୍ଧ ଭାବେ ପ୍ରତିବାଦ ଜଣାଇଛି। ତେବେ ଏସମ୍ପର୍କରେ କୌଣସି ସରକାରୀ ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ଜୁନ୍‌ ୨୭ରେ ଜମ୍ମୁରେ ଥିବା ବାୟୁସେନା ଏୟାରବେସ୍‌ ଉପରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ଡ୍ରୋନ ଦ୍ୱାରା ହମଲା କରିଥିଲେ। ଏହାର ତଦନ୍ତ […]

author-image
Hemant Lenka
ଅଦ୍ୟତନ ହୋଇଛି
ଇସଲାମାବାଦରେ ଥିବା ଭାରତୀୟ ହାଇକମିଶନ ଉପରେ ଉଡ଼ିଲା ଡ୍ରୋନ, ଭାରତ ଖପ୍ପା

Drone

ଇସଲାମାବାଦ: ପାକିସ୍ତାନର ଡ୍ରୋନ ଷଡ଼ଯନ୍ତ୍ର ଥମିବାର ନାଁ ଧରୁନି। ଏବେ ଇସଲାମାବାଦରେ ଥିବା ଭାରତୀୟ କମିଶନ ଉପରେ ଗୋଟିଏ ଡ୍ରୋନ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ଦେଖିବାକୁ ମିଳିଛି। ଏହା ଜଣାପଡ଼ିବା ପରେ ପାକିସ୍ତାନ ବୈଦେଶିକ ଅଫିସ ନିକଟରେ ଭାରତ ବିଧିବଦ୍ଧ ଭାବେ ପ୍ରତିବାଦ ଜଣାଇଛି। ତେବେ ଏସମ୍ପର୍କରେ କୌଣସି ସରକାରୀ ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।

Advertisment

ଜୁନ୍‌ ୨୭ରେ ଜମ୍ମୁରେ ଥିବା ବାୟୁସେନା ଏୟାରବେସ୍‌ ଉପରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ଡ୍ରୋନ ଦ୍ୱାରା ହମଲା କରିଥିଲେ। ଏହାର ତଦନ୍ତ ଏନଆଇଏ ଓ ଏନଏସ୍‌ଜି ପକ୍ଷରୁ କରାଯାଉଛି। ଏସବୁ ଭିତରେ ଭାରତୀୟ ପ୍ରତିଷ୍ଠାନଗୁଡ଼ିକ ଉପରେ ଏକାଧିକ ଥର ଡ୍ରୋନ ଉଡ଼ୁଥିବା ଦେଖିବାକୁ ମିଳିଛି।

ଭାରତୀୟ ସୁରକ୍ଷାକର୍ମୀ ଆଲର୍ଟରେ ଥିବା ବେଳେ ବିଭିନ୍ନ ସ୍ଥାନରେ ଆଣ୍ଟି ଡ୍ରୋନ ସିଷ୍ଟମ ଓ ଜାମର ଲଗା ଯାଇଛି। ଏସବୁ ଭିତରେ ପାକିସ୍ତାନରେ ଥିବା ଭାରତୀୟ ହାଇକମିଶନ ଉପରେ ଡ୍ରୋନ ଉଡ଼ିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ହାଇକମିଶନ ସମ୍ପର୍କରେ ତଥ୍ୟ ସଂଗ୍ରହ ସହ ହମଲା ପାଇଁ ଏଭଳି ଡ୍ରୋନ ଉଡ଼ା ଯାଇଥିବା ଆଶଙ୍କା କରାଯାଉଛି।

Advertisment
Pakistan Drone Attack