Advertisment

ଆଜି ରାଷ୍ଟ୍ରପତି ଭାବେ ଶପଥ ନେବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଆଉ କିଛି ସମୟର ଅପେକ୍ଷା। ଦେଶ ତଥା ଓଡ଼ିଶା ଇତିହାସରେ ଆରମ୍ଭ ହେବାକୁ ଯାଉଛି ନୂଆ ଅଧ୍ୟାୟ। କାରଣ ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ସେ ପ୍ରଥମ ଆଦିବାସୀ ମହିଳା ଓ ପ୍ରଥମ ଓଡ଼ିଆ ଭାବେ ଦେଶର ସର୍ବୋଚ୍ଚ ପଦ ଅଳଙ୍କୃତ କରିବେ। ସେ ପ୍ରଥମ ରାଷ୍ଟ୍ରପତି ଯିଏ ସ୍ୱାଧୀନ ଭାରତରେ ଜନ୍ମ ଗ୍ରହଣ କରିଛନ୍ତି। ସର୍ବ କନିଷ୍ଠ ରାଷ୍ଟ୍ରପତି ହେବାର ରେକର୍ଡ ମଧ୍ୟ ଦ୍ରୌପଦୀ […]

author-image
Hemant Lenka
ଆଜି ରାଷ୍ଟ୍ରପତି ଭାବେ ଶପଥ ନେବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ

droupadi-mumrmu

ନୂଆଦିଲ୍ଲୀ: ଆଉ କିଛି ସମୟର ଅପେକ୍ଷା। ଦେଶ ତଥା ଓଡ଼ିଶା ଇତିହାସରେ ଆରମ୍ଭ ହେବାକୁ ଯାଉଛି ନୂଆ ଅଧ୍ୟାୟ। କାରଣ ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ସେ ପ୍ରଥମ ଆଦିବାସୀ ମହିଳା ଓ ପ୍ରଥମ ଓଡ଼ିଆ ଭାବେ ଦେଶର ସର୍ବୋଚ୍ଚ ପଦ ଅଳଙ୍କୃତ କରିବେ। ସେ ପ୍ରଥମ ରାଷ୍ଟ୍ରପତି ଯିଏ ସ୍ୱାଧୀନ ଭାରତରେ ଜନ୍ମ ଗ୍ରହଣ କରିଛନ୍ତି। ସର୍ବ କନିଷ୍ଠ ରାଷ୍ଟ୍ରପତି ହେବାର ରେକର୍ଡ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କ ନାଁରେ ଯୋଡ଼ି ହୋଇଯିବ।

Advertisment

ଆଜି ସକାଳ ଠିକ ୧୦.୧୫ରେ ସଂସଦର ସେଣ୍ଟ୍ରାଲ ହଲରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଏହି କାର୍ଯ୍ୟକ୍ରମକୁ ଅଧିକ ଭବ୍ୟ କରିବାକୁ ସବୁ ପ୍ରକାରର ବ୍ୟବସ୍ଥା କରଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯାଏ ବହୁ ବିଶିଷ୍ଟ ବ୍ୟକ୍ତି ଶପଥ ପାଠ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟ ରହିଛି।

ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଦ୍ରୌପଦୀ ମୁର୍ମୁ ଦେଶ ଉଦ୍ଦେଶ୍ୟରେ ନିଜର ପ୍ରଥମ ବାର୍ତ୍ତା ଦେବେ। ସେହିପରି ଶପଥ ପାଠ ପୂର୍ବରୁ ସେ ସକାଳ ୮.୧୫ରେ ଦିଲ୍ଲୀର ଉମା ଶଙ୍କର ଦିକ୍ଷୀତ ଲେନରେ ଥିବା ଅସ୍ଥାୟୀ ବାସଭବନରୁ ବାହାରି ରାଜଘାଟ ଯିବେ। ସେଠାରେ ସେ ୮.୩୦ରେ ପହଞ୍ଚି ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ।

Advertisment

ସକାଳ ୯.୨୨ ସୁଦ୍ଧା ସେ ରାଷ୍ଟ୍ରପତି ଭବନରେ ପହଞ୍ଚିବେ। ସେଠାରୁ ପ୍ରଧାନମନ୍ତ୍ରୀ ମୋଦି, ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ସହ ସେ ସଂସଦର ସେଣ୍ଟ୍ରାଲ ହଲକୁ ଯିବେ। ଦ୍ରୌପଦୀ ମୁର୍ମୁ ସଂସଦର ସେଣ୍ଟ୍ରାଲ ହଲରେ ପହଞ୍ଚିବା ପରେ ଜାତୀୟ ସଂଗୀତ ପରିବେଷଣ କରାଯିବ। ଶପଥ ପାଠ କାର୍ଯ୍ୟକ୍ରମ ୧୦.୧୫ରେ ଆରମ୍ଭ ହେବ।

ସିଜେଆଇ ଜଷ୍ଟିସ ରମନ୍ନା ତାଙ୍କୁ ଶପଥ ପାଠ କରାଇବା ପରେ ମାଡାମ ମୁର୍ମୁ ରେଜିଷ୍ଟର୍‌ରେ ଦସ୍ତଖତ କରି ବିଧିବଦ୍ଧ ଭାବେ ଦେଶର ପ୍ରଥମ ନାଗରିକ ହେବେ। ୧୦.୨୩ରେ ଦେଶର ପଞ୍ଚଦଶ ରାଷ୍ଟ୍ରପତି ସେଣ୍ଟ୍ରାଲ ହଲରେ ନିଜର ପ୍ରଥମ ଅଭିଭାଷଣ ରଖିବେ। ଏହାପରେ ସ୍ୱତନ୍ତ୍ର ପ୍ରୋସେସନରେ ୧୦.୫୭ ସୁଦ୍ଧା ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ଭବନ ଫେରିବେ।