ଚେନ୍ନାଇ: ଶନିବାର ସକାଳ ପ୍ରାୟ ୭ଟା। ହଠାତ୍ ପୁଲିସ ପାଖକୁ ଏକ ଫୋନ୍ କଲ୍ ଆସିଲା। କୁହାଗଲା, ଚେନ୍ନାଇ ଏୟାରପୋର୍ଟରେ ଦୁବାଇ ଯିବାକୁ ଥିବା ଇଣ୍ଡିଗୋ ବିମାନରେ ବୋମା ଅଛି। ଖବର ପାଇ ପୁଲିସ ଆସି ସର୍ଚ୍ଚ ଅପରେଶନ କଲା। ହେଲେ କୌଣସି ବିସ୍ଫୋରକ ସାମଗ୍ରୀ ମିଲିନଥିଲା। ପରେ ଜଣାପଡ଼ିଲା ଯେ ଏହି ଫୋନ୍ କଲଟି ଫେକ୍ ଥିଲା। ଜଣେ ମଦ୍ୟପ ଏଭଳି କାରନାମା ଘଟାଇଥିଲେ। କାରଣ ବି ଅଜବ ଥିଲା। ନିଜର ପରିବାରର ଦୁଇ ଜଣ ସଦସ୍ୟଙ୍କୁ ବିଦେଶ ଯିବାକୁ ନଦେବାକୁ ସେ ଏଭଳି ଏକ ଯୋଜନା କରିଥିଲେ। ପୁଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଅନ୍ୟପଟେ ସର୍ଚ୍ଚ ଅପରେଶନ ଯୋଗୁ ବହୁ ବିଳମ୍ବରେ ଇଣ୍ଡିଗୋ ବିମାନଟି ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା। ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତ ଜଣକ ଚେନ୍ନାଇରେ ରହନ୍ତି। ତାଙ୍କର ସମ୍ପର୍କୀୟମାନେ ଦୁବାଇ ବାହାରିଥିଲେ। ହେଲେ ସେମାନଙ୍କୁ ଅଟକାଇ ପାଇଁ ବ୍ୟକ୍ତି ଜଣକ ଚାହୁଁଥିଲେ। ତେଣୁ ଉପରୋକ୍ତ ଉପାୟ ପାଞ୍ଚିଥିଲେ। ତେବେ ତାଙ୍କୁ ପୁଲିସ୍ ଖୋଜି ବାହାର କରିବା ସହିତ ଗିରଫ କରିଛି। ଜେରା ବେଳେ ସେ ପୁଲିସ୍ ଆଗରେ ସବୁ କଥା କହିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପୂର୍ବତନ ଗୃହ ସଚିବ ଅଜୟ ଭଲ୍ଲା ମଣିପୁର ରାଜ୍ୟପାଳ
କେରଳ ଓ ବିହାର ରାଜ୍ୟପାଳଙ୍କୁ ଅଦଳବଦଳ କରାଯାଇଛି। କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ବିହାରକୁ ବଦଳି କରାଯାଇଥିବା ବେଳେ ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ କେରଳର ରାଜ୍ୟପାଳ କରାଯାଇଛି।
National
ମିଲିଟାରୀ ଅଞ୍ଚଳରୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ, ପରିବାର ଲୋକ ଆଣିଲେ ଦୁଷ୍କର୍ମ ଅଭିଯୋଗ
ଗତକାଲି ସନ୍ଧ୍ୟାରୁ ନାବାଳିକା ଜଣଙ୍କ ନିଖୋଜ ରହିଥିଲେ। ବାପା ମା’ ରାତି ତମାମ ନିଖୋଜ ଝିଅକୁ ଖୋଜିଥିଲେ ହେଁ କୌଣସି ପ୍ରକାରର ସୁଫଳ ପାଇ ନଥିଲେ।
National
୩୫୦ ଫୁଟ ତଳକୁ ଖସିଲା ସେନା ଗାଡ଼ି, ୫ ଯବାନ ମୃତ
ବର୍ତ୍ତମାନ ସୁଦ୍ଧା ୫ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ଉଦ୍ଧାର କରାଯାଇ ଏବେ ହସ୍ପିଟାଲରେ ଭର୍ତ୍ତି କରାଯାଉଛି।
Politics
ଅନାସ୍ଥା ପ୍ରସ୍ତାବକୁ ନେଇ ମୁହଁ ଖୋଲିଲେ ରାଜ୍ୟସଭା ଅଧ୍ୟକ୍ଷ: କହିଲେ- ବାଇପାସ ସର୍ଜରୀ ପାଇଁ ପରିବାର କଟା ଛୁରୀ
ଆଜି ପ୍ରଥମଥର ପାଇଁ ଉପ ରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଏହି ଅନାସ୍ଥା ପ୍ରସ୍ତାବ ଉପରେ ମୁହଁ ଖୋଲିଛନ୍ତି।
National
ଆମ୍ବେଦକର ବିବାଦ: ରଣକ୍ଷେତ୍ର ପାଲଟିଲା ପୌରପାଳିକାର ବୈଠକ
ନିକଟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସମ୍ବିଧାନ ପ୍ରଣେତା ବିଆର ଆମ୍ବେଦକରଙ୍କ ସମ୍ପର୍କରେ କରିଥିବା ଟିପ୍ପଣୀ ପ୍ରସଙ୍ଗ ପୌରପାଳିକା ବୈଠକରେ ଉଠିଥିଲା।