Advertisment

ନିଜ ଘର ଲୋକଙ୍କୁ ଅଟକାଇବା ପାଇଁ ବିମାନରେ ବୋମା ଆତଙ୍କ ଖେଳାଇଲେ ଯୁବକ

ଚେନ୍ନାଇ: ଶନିବାର ସକାଳ ପ୍ରାୟ ୭ଟା। ହଠାତ୍‌ ପୁଲିସ ପାଖକୁ ଏକ ଫୋନ୍‌ କଲ୍‌ ଆସିଲା। କୁହାଗଲା, ଚେନ୍ନାଇ ଏୟାରପୋର୍ଟରେ ଦୁବାଇ ଯିବାକୁ ଥିବା ଇଣ୍ଡିଗୋ ବିମାନରେ ବୋମା ଅଛି। ଖବର ପାଇ ପୁଲିସ ଆସି ସର୍ଚ୍ଚ ଅପରେଶନ କଲା। ହେଲେ କୌଣସି ବିସ୍ଫୋରକ ସାମଗ୍ରୀ ମିଲିନଥିଲା। ପରେ ଜଣାପଡ଼ିଲା ଯେ ଏହି ଫୋନ୍‌ କଲଟି ଫେକ୍‌ ଥିଲା। ଜଣେ ମଦ୍ୟପ ଏଭଳି କାରନାମା ଘଟାଇଥିଲେ। କାରଣ ବି ଅଜବ ଥିଲା। ନିଜର ପରିବାରର ଦୁଇ ଜଣ […]

ଅଦ୍ୟତନ ହୋଇଛି
ନିଜ ଘର ଲୋକଙ୍କୁ ଅଟକାଇବା ପାଇଁ ବିମାନରେ ବୋମା ଆତଙ୍କ ଖେଳାଇଲେ ଯୁବକ

Indigo

Advertisment

ଚେନ୍ନାଇ: ଶନିବାର ସକାଳ ପ୍ରାୟ ୭ଟା। ହଠାତ୍‌ ପୁଲିସ ପାଖକୁ ଏକ ଫୋନ୍‌ କଲ୍‌ ଆସିଲା। କୁହାଗଲା, ଚେନ୍ନାଇ ଏୟାରପୋର୍ଟରେ ଦୁବାଇ ଯିବାକୁ ଥିବା ଇଣ୍ଡିଗୋ ବିମାନରେ ବୋମା ଅଛି। ଖବର ପାଇ ପୁଲିସ ଆସି ସର୍ଚ୍ଚ ଅପରେଶନ କଲା। ହେଲେ କୌଣସି ବିସ୍ଫୋରକ ସାମଗ୍ରୀ ମିଲିନଥିଲା। ପରେ ଜଣାପଡ଼ିଲା ଯେ ଏହି ଫୋନ୍‌ କଲଟି ଫେକ୍‌ ଥିଲା। ଜଣେ ମଦ୍ୟପ ଏଭଳି କାରନାମା ଘଟାଇଥିଲେ। କାରଣ ବି ଅଜବ ଥିଲା। ନିଜର ପରିବାରର ଦୁଇ ଜଣ ସଦସ୍ୟଙ୍କୁ ବିଦେଶ ଯିବାକୁ ନଦେବାକୁ ସେ ଏଭଳି ଏକ ଯୋଜନା କରିଥିଲେ। ପୁଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି।

Advertisment

ଅନ୍ୟପଟେ ସର୍ଚ୍ଚ ଅପରେଶନ ଯୋଗୁ ବହୁ ବିଳମ୍ବରେ ଇଣ୍ଡିଗୋ ବିମାନଟି ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା। ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତ ଜଣକ ଚେନ୍ନାଇରେ ରହନ୍ତି। ତାଙ୍କର ସମ୍ପର୍କୀୟମାନେ ଦୁବାଇ ବାହାରିଥିଲେ। ହେଲେ ସେମାନଙ୍କୁ ଅଟକାଇ ପାଇଁ ବ୍ୟକ୍ତି ଜଣକ ଚାହୁଁଥିଲେ। ତେଣୁ ଉପରୋକ୍ତ ଉପାୟ ପାଞ୍ଚିଥିଲେ।  ତେବେ ତାଙ୍କୁ ପୁଲିସ୍ ଖୋଜି ବାହାର କରିବା ସହିତ ଗିରଫ କରିଛି।  ଜେରା ବେଳେ ସେ ପୁଲିସ୍ ଆଗରେ ସବୁ କଥା କହିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe