Advertisment

କେମିତି କ୍ରାଶ ହେଲା ବିପିନ ରାୱତଙ୍କ ହେଲିକପ୍ଟର? ସ୍ଥାନୀୟ ଲୋକ ଦେଲେ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ: ତାମିଲନାଡୁର କନ୍ନୁରରେ ଆଜି ସିଡିଏସ୍‌ ବିପିନ ରାୱତଙ୍କ ହେଲିକପ୍ଟର କ୍ରାଶ ହୋଇଛି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସେନା ଅଧିକାରୀଙ୍କ ମଧ୍ୟରେ ସିଡିଏସ୍‌ ରାୱତ ଥିବା କୁହାଯାଉଛି। କିନ୍ତୁ ବାୟୁସେନା ପକ୍ଷରୁ ଏଯାଏ କୌଣସି ବିସ୍ତୃତ ତଥ୍ୟ ଦିଆଯାଇନି। ସେହିପରି ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଦୁର୍ଘଟଣା ପରେ ହେଲିକପ୍ଟର୍‌ଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ଭିଡିଓ ସାମ୍ନାକୁ ଆସିଛି। ଘଟଣାଟି […]

author-image
Hemant Lenka
ଅଦ୍ୟତନ ହୋଇଛି
କେମିତି କ୍ରାଶ ହେଲା ବିପିନ ରାୱତଙ୍କ ହେଲିକପ୍ଟର? ସ୍ଥାନୀୟ ଲୋକ ଦେଲେ ଚାଞ୍ଚଲ୍ୟକର ବୟାନ

crash1

ନୂଆଦିଲ୍ଲୀ: ତାମିଲନାଡୁର କନ୍ନୁରରେ ଆଜି ସିଡିଏସ୍‌ ବିପିନ ରାୱତଙ୍କ ହେଲିକପ୍ଟର କ୍ରାଶ ହୋଇଛି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସେନା ଅଧିକାରୀଙ୍କ ମଧ୍ୟରେ ସିଡିଏସ୍‌ ରାୱତ ଥିବା କୁହାଯାଉଛି। କିନ୍ତୁ ବାୟୁସେନା ପକ୍ଷରୁ ଏଯାଏ କୌଣସି ବିସ୍ତୃତ ତଥ୍ୟ ଦିଆଯାଇନି।

Advertisment

ସେହିପରି ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଦୁର୍ଘଟଣା ପରେ ହେଲିକପ୍ଟର୍‌ଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ଭିଡିଓ ସାମ୍ନାକୁ ଆସିଛି। ଘଟଣାଟି ଗୋଟିଏ ଜଙ୍ଗଲିଆ ଅଞ୍ଚଳରେ ଘଟିଥିବା ବେଳେ ବାୟୁସେନା ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି।

ଏସବୁ ଭିତରେ ଦୁର୍ଘଟଣାର କାରଣ ସମ୍ପର୍କରେ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ପ୍ରକାଶିତ ଖବର ଅନୁଯାୟୀ, କୋଏମ୍ବାଟୁର ଓ ସୁଲୁର ମଧ୍ୟରେ ଏହି ଘଟଣା ଘଟିଛି। ଉକ୍ତ ଅଞ୍ଚଳରେ କିଛି ଦିନ ହେଲା ଖରାପ ପାଗ ଲାଗି ରହିଛି। ପ୍ରବଳ କୁହୁଡ଼ି ସହ ଭିଜିବିଲିଟ୍‌ କ୍ଷମତା ଅତ୍ୟନ୍ତ ଦୁର୍ବଳ ରହିଥିଲା। ଏହି କାରଣରୁ ପାଇଲଟ ହେଲିକପ୍ଟରକୁ ପ୍ରଥମେ ଗୋଟିଏ ଗଛରେ ପିଟି ଦେଇଥିଲେ। ଫଳରେ ଏତେ ବଡ଼ ଦୁର୍ଘଟଣା ଘଟିଥିବା କୁହାଯାଉଛି।

Advertisment

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପ୍ରଥମେ ସେମାନେ ବିସ୍ଫୋରଣର ଶବ୍ଦ ଶୁଣିଥିଲେ। ଏହା ଶୁଣି ଜଣେ ବ୍ୟକ୍ତି ବାହାରକୁ ଚାହିଁଲା ବେଳକୁ ଗୋଟିଏ ହେଲିକପ୍ଟର ଗଛରେ ପିଟି ହୋଇ ଜଳୁଥିବା ଦେଖିବାକୁ ପାଇଥିଲେ। ବ୍ୟକ୍ତି ଜଣଙ୍କ ତୁରନ୍ତ ଅନ୍ୟମାନଙ୍କୁ ଖବର ଦେଇଥିଲେ।

ସେମାନେ ପ୍ରଶାସନକୁ ଏ ସମ୍ପର୍କରେ ଜଣାଇଥିଲେ। ବ୍ୟକ୍ତିଙ୍କ କହିବା ଅନୁଯାୟୀ, ହେଲିକପ୍ଟରଟି ପ୍ରଥମେ ଗୋଟିଏ ଗଛରେ ପିଟି ହୋଇଥିଲା। ଏହାପରେ ଆଉ ୩ଟି ଗଛରେ ମାଡ଼ ହୋଇ ତଳକୁ ଖସି ପଡ଼ିଥିଲା। ଏହା ପିଟି ହେବା ମାତ୍ରେ ସେଥିରେ ନିଆଁ ଲାଗି ଯାଇଥିଲା। ସେହିପରି ହେଲିକପ୍ଟର୍‌ଟି ଆକାଶରେ ଥିବା ବେଳେ କିଛି ଲୋକ ସେଥିରୁ ଖସୁଥିଲେ ବୋଲି ବ୍ୟକ୍ତି ଜଣଙ୍କ ଦାବି କରିଛନ୍ତି।

ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ସାମିଲ ହେବା ପୂର୍ବରୁ ସ୍ଥାନୀୟ ଲୋକମାନେ ହିଁ ନିଆଁ ଲିଭା କାମରେ ଲାଗି ପଡ଼ିଥିଲେ। ଏଥିସହ ସେଠାରୁ ମୃତାହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଭର୍ତ୍ତି କରିଥିଲେ। ଘଟଣାସ୍ଥଳରେ ଏବେ ୫ଟି ଆମ୍ବୁଲାନ୍ସ ୧୨ ଜଣ ଟିମ୍ ସଦସ୍ୟଙ୍କ ରହିଛନ୍ତି।


ଏମଆଇ-୧୭ର ପୂର୍ବତନ ପାଇଲଟ ଅମିତାଭ ରଞ୍ଜନ କହିଛନ୍ତି, ଖରାପ ପାଗ ହିଁ ହେଲିକପ୍ଟର ଦୁର୍ଘଟଣାର ପ୍ରମୁଖ କାରଣ ହୋଇଥାଇ ପାରେ। ତାମିଲନାଡୁର ପାହାଡ଼ିଆ ଅଞ୍ଚଳରେ ଏବେ ପାଗ ଅତ୍ୟନ୍ତ ଖରାପ ରହିଛି। ଏହି କାରଣ ପାଇଁ ଆଜି ସିଡିଏସ୍‌ଙ୍କ ହେଲିକପ୍ଟର କ୍ରାଶ ହୋଇଥିବା ଆଶଙ୍କା କରାଯାଉଛି। ସେହିପରି ଟେକ୍ନିକାଲ ତ୍ରୁଟି ଆଶଙ୍କାକୁ ମଧ୍ୟ ଦୂରେଇ ଦିଆଯାଇ ନପାରେ।

Army Chopper Crash CDS Bipin Rawat