Advertisment

ମମତାଙ୍କୁ ୪୮ ଘଣ୍ଟା ଭିତରେ ଜବାବ ଦେବାକୁ ନିର୍ବାଚନ କମିଶନଙ୍କ ନୋଟିସ

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଜବାବ ଦେବାକୁ ନୋଟିସ କରିଛନ୍ତି ନିର୍ବାଚନ କମିଶନ। ସେ ଧର୍ମକୁ ଆଧାର କରି ବେଙ୍ଗଲ ନିର୍ବାଚନରେ ଭୋଟ ମାଗିଥିବାରୁ ତାଙ୍କୁ ଇସି ଜବାବ ତଲବ କରିଛନ୍ତି। ବିଜେପି ପ୍ରଥମେ ମମତାଙ୍କ ବିରୋଧରେ ଇସିଙ୍କ ନିକଟରେ ଅଭିଯୋଗ କରିଥିଲା। ଦଳ କହିଥିଲା ଯେ ମମତା ଗୋଟିଏ ନିର୍ବାଚନ ରାଲିରେ ମୁସିଲମାନଙ୍କୁ ଭାଗଭାଗ ନ ହେବାକୁ କହିଥିଲେ। ଏଥିସହ ସମସ୍ତ ମୁସଲିମ ଏକାଠି […]

ନିର୍ବାଚନ କମିଶନଙ୍କ ଉପରେ ବର୍ଷିଲେ ମମତା ବାନାର୍ଜୀ

mamata-banerjee

Advertisment

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଜବାବ ଦେବାକୁ ନୋଟିସ କରିଛନ୍ତି ନିର୍ବାଚନ କମିଶନ। ସେ ଧର୍ମକୁ ଆଧାର କରି ବେଙ୍ଗଲ ନିର୍ବାଚନରେ ଭୋଟ ମାଗିଥିବାରୁ ତାଙ୍କୁ ଇସି ଜବାବ ତଲବ କରିଛନ୍ତି।

Advertisment

ବିଜେପି ପ୍ରଥମେ ମମତାଙ୍କ ବିରୋଧରେ ଇସିଙ୍କ ନିକଟରେ ଅଭିଯୋଗ କରିଥିଲା। ଦଳ କହିଥିଲା ଯେ ମମତା ଗୋଟିଏ ନିର୍ବାଚନ ରାଲିରେ ମୁସିଲମାନଙ୍କୁ ଭାଗଭାଗ ନ ହେବାକୁ କହିଥିଲେ। ଏଥିସହ ସମସ୍ତ ମୁସଲିମ ଏକାଠି ହୋଇ ଟିଏମସି ସପକ୍ଷରେ ଭୋଟ ଦେବାକୁ ମମତା ନିବେଦନ କରିଥିବା ବିଜେପି ଇସିଙ୍କୁ ଜଣାଇଥିଲା। ମମତା ଖୋଲାଖୋଲି ଭାବେ ଟିଏମସି ପାଇଁ ଧର୍ମ ଆଧାରରେ ଭୋଟ ମାଗୁଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିଜେପି ଦାବି କରିଛି।

ଏହି ଅଭିଯୋଗକୁ ଭିତ୍ତି କରି ଇସି ମମତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ କରିଛନ୍ତି। ୪୮ ଘଣ୍ଟା ମଧ୍ୟରେ ମମତା ସନ୍ତୋଷଜନକ ଜବାବ ଦେଇ ନ ପାରିଲେ, ତାଙ୍କୁ ବିରୋଧରେ ଇସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ମଧ୍ୟ ଆଶଙ୍କା ରହିଛି। ପୂର୍ବରୁ ବିବାଦୀୟ ବୟାନ ଦେଇଥିବା ଅନେକ ନେତାଙ୍କ ଉପରେ ଇସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ନଜିର ରହିଛି। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଦିନେ କିମ୍ବା ଦୁଇ ଦିନ ପାଇଁ ନିର୍ବାଚନୀ ପ୍ରଚାର ଉପରେ ଇସି ରୋକ ମଧ୍ୟ ଲଗାଇଛନ୍ତି।

Advertisment

ଇସି ନୋଟିସ୍‌ ଜାରି କହିଛନ୍ତି ଯେ ମମତା ବାନାର୍ଜୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ଭିଡିଓକୁ ଯାଞ୍ଚ କରିବା ପରେ ଏଥିରେ ସତ୍ୟତା ଅନୁଭବ ହୋଇଛି। ସେ ଜନ ପ୍ରତିନିଧି ଆଇନ ୧୯୫୧ ଓ ନିର୍ବାଚନ ଆଚରଣବିଧିକୁ ଉଲ୍ଲଙ୍ଘନ କରିଥିବା ଉକ୍ତ ଭାଷଣରୁ ସ୍ପଷ୍ଟ ହୋଇଛି। ତେଣୁ ଆପଣ(ମମତା ବାନାର୍ଜୀ) ନିଜର ବୟାନ ଉପରେ କ’ଣ ଆଭିମୁଖ୍ୟ ରଖିଛନ୍ତି, ତା’ର ଜବାବ ୪୮ ଘଣ୍ଟା ମଧ୍ୟରେ ଦେବେ। ଯଦି ଜବାବ ନ ମିଳେ, ତା’ହେଲେ କମିଶନ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ନୋଟିସ୍‌ରେ ଉଲ୍ଲେଖ କରାଯାଇଛି।

West Bengal Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe