Advertisment

ମମତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନିର୍ବାଚନ କମିଶନ !

ନନ୍ଦିଗ୍ରାମ: ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ନନ୍ଦିଗ୍ରାମ ବିଧାନସଭା ଆସନର ଗୋଟିଏ ପୋଲିଂ ବୁଥରେ ଭୋଟ୍ ଜାଲିଆତି ହୋଇଥିବା ଅଭିଯୋଗ କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଟିଏମସିର ବିଧାୟକ ପ୍ରାର୍ଥୀ ହେଉଛନ୍ତି ନିଜେ ମମତା ବାନାର୍ଜୀ। ଏବେ ନିର୍ବାଚନ କମିଶନ ଅଭିଯୋଗର ତଦନ୍ତ କରି ପ୍ରତିକ୍ରିୟା ରଖିଛନ୍ତି। ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ନିର୍ବାଚନ କମିଶନ କହିଛନ୍ତି। ଭୁଲ୍ ଅଭିଯୋଗ କରିଥିବାରୁ ମମତାଙ୍କ ବିରୋଧରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି। ନିର୍ବାଚନ କମିଶନ ଏବେ ଏହି […]

ଅଦ୍ୟତନ ହୋଇଛି
ମମତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନିର୍ବାଚନ କମିଶନ !

Mamata-banarjee

Advertisment

ନନ୍ଦିଗ୍ରାମ: ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ନନ୍ଦିଗ୍ରାମ ବିଧାନସଭା ଆସନର ଗୋଟିଏ ପୋଲିଂ ବୁଥରେ ଭୋଟ୍ ଜାଲିଆତି ହୋଇଥିବା ଅଭିଯୋଗ କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଟିଏମସିର ବିଧାୟକ ପ୍ରାର୍ଥୀ ହେଉଛନ୍ତି ନିଜେ ମମତା ବାନାର୍ଜୀ। ଏବେ ନିର୍ବାଚନ କମିଶନ ଅଭିଯୋଗର ତଦନ୍ତ କରି ପ୍ରତିକ୍ରିୟା ରଖିଛନ୍ତି। ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ନିର୍ବାଚନ କମିଶନ କହିଛନ୍ତି। ଭୁଲ୍ ଅଭିଯୋଗ କରିଥିବାରୁ ମମତାଙ୍କ ବିରୋଧରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି।

Advertisment

ନିର୍ବାଚନ କମିଶନ ଏବେ ଏହି ପ୍ରସଙ୍ଗରେ ବିବୃତ୍ତି ଜାରି କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତଥା ନିଜେ ବିଧାୟକ ପ୍ରାର୍ଥୀ ମତଦାନ ଚାଲିଥିଲା ବେଳେ ​ଏଭଳି ଅଭିଯୋଗ ଆଣି ଭୋଟରଙ୍କୁ ବିଭ୍ରାନ୍ତ କରିଛନ୍ତି। ଏହା ନିର୍ବାଚନ ଆଚରଣ ବିଧି ଆଇନକୁ ଉଲ୍ଲଂଘନ କରୁଛି। ଜନ ପ୍ରତିନିଧୀ ଅଧିନିୟମର ଧାରା ୧୩୧ଏବଂ ୧୨୩ (୨) ଅନୁଯାୟୀ ଏପ୍ରିଲ ୧ (ମତଦାନ ଦିନ) ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ କି ନାହିଁ ନିର୍ବାଚନ କମିଶନ ସମୀକ୍ଷା କରୁଛନ୍ତି।

ମମତାଙ୍କ ଅଭିଯୋଗକୁ ଖଣ୍ଡନ କରି ନିର୍ବାଚନ କମିଶନ କହିଛନ୍ତି, "ମତଦାନ କେନ୍ଦ୍ରରେ ନିୟୋଜିତ ବିଏସଏଫ ଯବାନମାନେ କୌଣସି ବେଆଇନ୍ କାମରେ ଲିପ୍ତ ଥିବାର ପ୍ରମାଣ ନାହିଁ। ଏଥିସହ ସେମାନେ ଭୋଟରଙ୍କୁ ବୁଥ ଭିତରକୁ ନଯିବାକୁ ଦେଇଥିବା ଅଭିଯୋଗର କୌଣସ୍ୟ ସତ୍ୟତା ନାହିଁ।"

Advertisment

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ନନ୍ଦିଗ୍ରାମର ଏକ ବୁଥ୍ ଉପରେ ମମତା ବାନାର୍ଜୀ ଗୁରୁତର ଅଭିଯୋଗ ଆଣିଥିଲେ। ଆଉ ଏହି ବୁଥରେ ମମତା ପହଞ୍ଚିବା ପରେ ବିଜେପି ଏବଂ ଟିଏମସି କର୍ମୀ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା। ଆଉ ଏହି ସମୟରେ ବୁଥ ଭିତରେ ମମତା ଦୁଇ ଘଣ୍ଟା ଧରି ଫସି ରହିଥିଲେ। ମମତା ବାନାର୍ଜୀ ମତଦାନ କେନ୍ଦ୍ର ଭିତରୁ ରାଜ୍ୟପାଳଙ୍କୁ ଫୋନ୍ କରି ତାଙ୍କର ଅଭିଯୋଗ କହିଥିଲେ। ଆବଶ୍ୟକ ପଡ଼ିଲେ କୋର୍ଟ ଯିବେ ବୋଲି ମଧ୍ୟ ରାଜ୍ୟପାଳଙ୍କୁ କହିଥିଲେ ମମତା।

ଏହାପୂର୍ବରୁ ବିଜେପିର ଏକ ପ୍ରତିନିଧି ଦଳ ଶୁକ୍ରବାର ନିର୍ବାଚନ କମିଶନଙ୍କୁ ଭେଟି ମମତା ବାନାର୍ଜୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା। ବିଜେପି ଅଭିଯୋଗ କରିଛି ଯେ ମମତା ତାଙ୍କ ନିର୍ବାଚନମଣ୍ଡଳୀ ନନ୍ଦିଗ୍ରାମରେ ମତଦାନ ସମୟରେ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି। ବିଜେପି ଅଭିଯୋଗ କରିଛି ଯେ ମମତା ବାନାର୍ଜୀ ବୁଥରେ ପ୍ରବେଶ କରିବା ପରେ ତାଙ୍କ ଦଳୀୟ କର୍ମୀ ମତଦାନ କେନ୍ଦ୍ର ଉପରକୁ ପଥର ଫିଙ୍ଗିଥିଲେ।

West Bengal Assembly Election West Bengal Election 2021 Election Commission
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe