/odisha-reporter/media/post_attachments/uploads/2022/12/ioi.jpg)
ioi
ରାୟପୁର: ଇଡି ଜାଲରେ ସାହେବଆଣୀ। କୋଇଲା ଚୋରା ଚାଲାଣ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଛତିଶଗଡର ଜଣେ ବରିଷ୍ଠ ଅଧିକାରୀଙ୍କୁ ଗିରଫ କରିଛି। ଏହି ଅଧିକାରୀଙ୍କ ନାମ ସୌମ୍ୟା ଚୌରାସିଆ ଏବଂ ସେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ନେତୃତ୍ୱାଧୀନ ପ୍ରଶାସନରେ ଉପସଚିବ ଭାବରେ କାର୍ଯ୍ୟ କରୁଥିଲେ।
ଗିରଫ ହୋଇଥିବା ସରକାରୀ ଅଧିକାରୀ ଏକ ବେଆଇନ ଖଣି ମାମଲାରେ କେନ୍ଦ୍ରୀୟ ଏଜେନ୍ସିର ରାଡାରରେ ଥିଲେ । ଇଡି ରେଡ୍ ପୂର୍ବରୁ ଆୟକର ବିଭାଗ ତାଙ୍କ ସମ୍ପତ୍ତି ଉପରେ ରେଡ୍ କରିଥିଲା। ତାଙ୍କୁ ଇଡି ପଚରାଉଚରା ପାଇଁ ଡକାଯିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଗତ ଦୁଇ ମାସ ମଧ୍ୟରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିମାନେ ସୌମ୍ୟଙ୍କୁ ଅନେକ ଥର ପଚରାଉଚରା କରିଥିଲେ।
ଏଥିସହ ଇଡି ସର୍ଚ୍ଚ ଅପରେସନ୍ ମଧ୍ୟ କରିଥିଲା ଏବଂ ବେଆଇନ ଅର୍ଥ କାରବାର ନିରୋଧ ଆଇନ (ପିଏମଏଲଏ) ୨୦୦୨ ଅନୁଯାୟୀ ଆଜି ତାଙ୍କୁ ଗିରଫ କରିଥିଲା। ଗିରଫ ଅଧିକାରୀ ଏକ କୋଇଲା ଘୋଟାଲା ମାମଲାରେ ସଂପୃକ୍ତ ଥିଲେ। ଛତିଶଗଡ଼ରେ ପରିବହନ କରାଯାଉଥିବା ପ୍ରତ୍ୟେକ ଟନ୍ କୋଇଲା ପାଇଁ ପିଛା ୨୫ଟଙ୍କାର ବେଆଇନ ଶୁଳ୍କ ଆଦାୟ କରାଯାଇଥିବା ନେଇ ତାଙ୍କ ନାମରେ ଅଭିଯୋଗ ରହିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
