Advertisment

ଏମଏସ୍‌ସି ସ୍କାମ: ଅଜିତ ପାୱାର ଓ ତାଙ୍କ ପତ୍ନୀଙ୍କ ଚିନି କଳକୁ ସିଜ୍‌ କଲା ଇଡି

ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ(ଏମଏସସି) ଦୁର୍ନୀତି ଘଟଣାରେ ଆଜି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଆଜି ଇଡି ପକ୍ଷରୁ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନିୟନ୍ତ୍ରଣରେ ଥିବା ଗୋଟିଏ ଫାର୍ମ ସହ ଦୁର୍ନୀତି ଘଟଣାରେ ମୋଟ ୬୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଛି। ଏହି ଜବତ ସମ୍ପତ୍ତି ମଧ୍ୟରେ ସାତାରାରେ ଥିବା ଜରାନଦେଶ୍ୱର ସହକାରୀ ଚିନି କାରଖାନାର ଜମି, ବଲଡିଂ, ପ୍ଲାଣ୍ଟ ଓ ଯନ୍ତ୍ରପାତି ରହିଛି। ୨୦୧୦ରେ ଏହାକୁ […]

ଏମଏସ୍‌ସି ସ୍କାମ: ଅଜିତ ପାୱାର ଓ ତାଙ୍କ ପତ୍ନୀଙ୍କ ଚିନି କଳକୁ ସିଜ୍‌ କଲା ଇଡି

ajit-power

Advertisment

ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ(ଏମଏସସି) ଦୁର୍ନୀତି ଘଟଣାରେ ଆଜି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଆଜି ଇଡି ପକ୍ଷରୁ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନିୟନ୍ତ୍ରଣରେ ଥିବା ଗୋଟିଏ ଫାର୍ମ ସହ ଦୁର୍ନୀତି ଘଟଣାରେ ମୋଟ ୬୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଛି।

Advertisment

ଏହି ଜବତ ସମ୍ପତ୍ତି ମଧ୍ୟରେ ସାତାରାରେ ଥିବା ଜରାନଦେଶ୍ୱର ସହକାରୀ ଚିନି କାରଖାନାର ଜମି, ବଲଡିଂ, ପ୍ଲାଣ୍ଟ ଓ ଯନ୍ତ୍ରପାତି ରହିଛି। ୨୦୧୦ରେ ଏହାକୁ ୬୫.୭୫ କୋଟି ଟଙ୍କାରେ କିଣା ଯାଇଥିଲା। ଏହା ବର୍ତ୍ତମାନ ଗୁରୁ କମୋଡେଟି ସର୍ଭିସ ପ୍ରା.ଲିଃ ନାଁରେ ରହି ଥିବା ବେଳେ ଏହାକୁ ଜରାନଦେଶ୍ୱର ସୁଗାର ମିଲ୍ସ ପ୍ରା.ଲିଃକୁ ଲିଜ୍‌ରେ ଦିଆଯାଇଥିଲା।

ଜରାନଦେଶ୍ୱର ସୁଗାର ମିଲ୍ସ ପ୍ରା.ଲିଃର ସିଂହ ଭାଗ ସ୍ପାରକଲିଙ୍ଗ ସଏଲ ପ୍ରା.ଲିଃ ନାଁରେ ରହିଛି। ତଦନ୍ତରୁ ଜଣାପଡ଼ିଛି ଯେ ସ୍ପାରକଲିଙ୍ଗ କମ୍ପାନୀ ଅଜିତ ପାୱାର ଓ ତାଙ୍କ ପତ୍ନୀ ସୁନେତ୍ରାଙ୍କ ସମ୍ପର୍କ ରହିଛି। ତେବେ ଅଜିତ ପାୱାର ଇଡି ପକ୍ଷରୁ କୌଣସି ପ୍ରକାରର ନୋଟିସ ପାଇ ନଥିବା କହିଛନ୍ତି। ଏଥିସହ ଜରାନଦେଶ୍ୱର ସୁଗାର ମିଲ୍ସ ପ୍ରା.ଲିଃକୁ ଇଡି ଜବତ କରିଛି ବୋଲି ମଧ୍ୟ ସେ ଜାଣି ନାହାନ୍ତି।

Advertisment

ଏମଏସ୍‌ସି ସ୍କାମକୁ ନେଇ ୨୦୧୯ରେ ମୁମ୍ବାଇ ପୁଲିସ୍‌ର ଅର୍ଥନୀତିକ ଅପରାଧ ଶାଖା ଏଫଆଇଆର ରୁଜୁ କରିଥିଲା। ଏହାପରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଇଡି ଦାବି କରିଛି ଯେ ଏମଏସ୍‌ସି ୨୦୧୦ରେ ଜରାନଦେଶ୍ୱର ସହକାରୀ ଚିନି କାରଖାନାର ନିଲାମୀ ବଜାର ଦାମଠାରୁ କମ ମୂଲ୍ୟରେ ଡାକିଥିଲା।

ଏହି ସମୟରେ ନିଲାମ ପାଇଁ କୌଣସି ପ୍ରକାରର ନିୟମର ପାଳନ କରାଯାଇ ନଥିଲା। ସେହିପରି ଏମଏସ୍‌ସିବି ବୋର୍ଡରେ ଅଜିତ ପାୱାର ଜଣେ ପ୍ରମୁଖ ସଦସ୍ୟ ରହିଥିଲେ। ସହକାରୀ ଚିନି କାରଖାନାକୁ ଗୁରୁ କମୋଡେଟି ସର୍ଭିସ ପ୍ରା.ଲିଃ କିଣିଥିଲା ଓ ତୁରନ୍ତ ଏହାକୁ ଜରାନଦେଶ୍ୱର ସୁଗାର ମିଲ୍ସ ପ୍ରା.ଲିଃ ଲିଜ୍‌ରେ ଦେଇଥିଲା।

ଏବେ ଏହି କମ୍ପାନୀ ଜରାନଦେଶ୍ୱର ସହକାରୀ ଚିନି କାରଖାନାକୁ ଚଳାଉଥିଲା। ସହକାରୀ ଚିନି କାରଖାନାକୁ କିଣିବା ପାଇଁ ଅଧିକାଂଶ ଟଙ୍କା ଜରାନଦେଶ୍ୱର ସୁଗାର ମିଲ୍ସ ପ୍ରା.ଲିଃରୁ ଆସିଥିଲା। ଏହି ସଂସ୍ଥା ପ୍ରକୃତରେ ସ୍ପାରକଲିଙ୍ଗ ସଏଲ ପ୍ରା.ଲିଃ ଠାରୁ ଟଙ୍କା ଆଣିଥିଲା। ସ୍ପାରକଲିଙ୍ଗ ସହ ଅଜିତ ପାୱାରଙ୍କ ସମ୍ପର୍କ ରହିଛି।

ସହକାରୀ ଚିନି କାରଖାନାକୁ କିଣିବା ପାଇଁ ଗୁରୁ କମୋଡେଟି ସର୍ଭିସ ପ୍ରା.ଲିଃକୁ କେବଳ ଗୋଟିଏ ଡମି ଭାବେ ବ୍ୟବହାର କରାଯାଇଥିବା ଇଡି ତଦନ୍ତରୁ ଜାଣିବାକୁ ପାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe