Advertisment

ନିର୍ବାଚନ ପୂର୍ବରୁ ଇଡି ପଞ୍ଝାରେ ମୁଖ୍ୟମନ୍ତ୍ରୀଙ୍କ ପୁତୁରା

ଚଣ୍ଡିଗଡ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଛି ଚଢ଼ାଉ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଞ୍ଝାରେ ପଡିଛନ୍ତି ମୁଖମନ୍ତ୍ରୀ ଚନ୍ନିଙ୍କ ସମ୍ପର୍କୀୟ। ବେଆଇନ ବାଲି ଖନନ ମାମଲାରେ ମୁଖ୍ୟମନ୍ତ୍ରୀ ଚାନ୍ନିଙ୍କ ସମ୍ପର୍କୀୟ ତଥା ପୁତୁରା ଭୂପିନ୍ଦର ସିଂହ ହନି ଏବଂ ଅନ୍ୟମାନଙ୍କ ଘରେ ଇଡି ଚଢ଼ାଉ କରିଛି। ଭୂପିନ୍ଦର ସିଂହଙ୍କ ଘର ସମେତ ପ୍ରାୟ ୧୦ରୁ ୧୨ଟି ଭିନ୍ନ ଭିନ୍ନ ଠିକଣା ଉପରେ ଆଜି ସକାଳୁ ଇଡି ଚଢ଼ାଉ କରିଛି। ମନି ଲଣ୍ଡରିଂ ଆକ୍ଟ (PMLA)ଅନୁଯାୟୀ ଇଡି କାର୍ଯ୍ୟାନୁଷ୍ଠାନ […]

author-image
Madhupriya Mistry
ନିର୍ବାଚନ ପୂର୍ବରୁ ଇଡି ପଞ୍ଝାରେ ମୁଖ୍ୟମନ୍ତ୍ରୀଙ୍କ ପୁତୁରା

Channi

ଚଣ୍ଡିଗଡ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଛି ଚଢ଼ାଉ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଞ୍ଝାରେ ପଡିଛନ୍ତି ମୁଖମନ୍ତ୍ରୀ ଚନ୍ନିଙ୍କ ସମ୍ପର୍କୀୟ। ବେଆଇନ ବାଲି ଖନନ ମାମଲାରେ ମୁଖ୍ୟମନ୍ତ୍ରୀ ଚାନ୍ନିଙ୍କ ସମ୍ପର୍କୀୟ ତଥା ପୁତୁରା ଭୂପିନ୍ଦର ସିଂହ ହନି ଏବଂ ଅନ୍ୟମାନଙ୍କ ଘରେ ଇଡି ଚଢ଼ାଉ କରିଛି।

Advertisment

ଭୂପିନ୍ଦର ସିଂହଙ୍କ ଘର ସମେତ ପ୍ରାୟ ୧୦ରୁ ୧୨ଟି ଭିନ୍ନ ଭିନ୍ନ ଠିକଣା ଉପରେ ଆଜି ସକାଳୁ ଇଡି ଚଢ଼ାଉ କରିଛି। ମନି ଲଣ୍ଡରିଂ ଆକ୍ଟ (PMLA)ଅନୁଯାୟୀ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ କୁହାଯାଉଛି ଯେ ରାଜନୈତିକ ସମ୍ପର୍କ ଥିବା କିଛି ଲୋକଙ୍କ ଠିକଣା ଉପରେ ମଧ୍ୟ ରେଡ୍‌ କରାଯାଉଛି। ପଞ୍ଜାବରେ ନିର୍ବାଚନ ପ୍ରଚାର ଚାଲିଥିବା ବେଳେ ଏହି ଚାଢ଼ାଉ ହେଉଛି।

ଇଡି ମୋହାଲିର ହୋମ୍‌ଲ୍ୟାଣ୍ଡ ସୋସାଇଟିରେ ମଧ୍ୟ ରେଡ୍‌ କରିଛି, ଯେଉଁଠି ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ଶାଳକଙ୍କ ଘର ଅଛି। ବାଲି ଖଣି ଟେଣ୍ଡର ହାସଲ କରିବା ପାଇଁ ଭୂପିନ୍ଦର ପଞ୍ଜାବ ରିଅଲଟର୍ସ ନାମକ ଏକ ଫର୍ମ ତିଆରି କରିଥିବା ଅଭିଯୋଗ ହୋଇଛି। ବାଲି ଖଣି ଟେଣ୍ଡର ହାସଲ ପାଇଁ କଳା ଟଙ୍କା ବ୍ୟବହାର କରାଯାଇଛି ବୋଲି ଇଡି ସନ୍ଦେହ କରୁଛି।

Advertisment

ବେଆଇନ ବାଲି ଖନନ ପ୍ରସଙ୍ଗ ପଞ୍ଜାବର ନିର୍ବାଚନ ପ୍ରଚାରର ସବୁଠାରୁ ଚର୍ଚ୍ଚିତ ବିଷୟ ପାଲଟିଛି। ପୂର୍ବରୁ ମଧ୍ୟ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ତାଙ୍କ ପୁରୁଣା ଦଳ କଂଗ୍ରେସ ବେଆଇନ ବାଲି ବ୍ୟବସାୟରେ ଜଡିତ ଥିବା ଅଭିଯୋଗ କରିଛନ୍ତି।

ସୂଚନା ଯୋଗ୍ୟ ଯେ, ଆସନ୍ତା ଫେବ୍ରୁଆରୀ ୨୦ ତାରିଖରେ ପଞ୍ଜାବ ବିଧାନସଭା ନିର୍ବାଚନ ହେବ। ଏହି ଦିନ ହିଁ ୧୧୭ଟି ବିଧାନସଭା ସିଟ୍‌ ପାଇଁ ଭୋଟ୍‌ ପଡିବ। ୧୦ ମାର୍ଚ୍ଚରୁ ଭୋଟ ଗଣତି ହେବ।