Advertisment

ଏକେ ୪୭ ରଖିଥିଲେ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ, ରେଡ୍‌ ବେଳେ ଧରିଲା ଇଡି

ରାଞ୍ଚି: ଆଳୁ ଖୋଳୁ ଖୋଲୁ ମହାଦେବ ବାହାରିବା ଭଳି ବେଆଇନ ଖଣି ଖନନ ମାମଲାର ତଦନ୍ତ ଚାଲିଥିବା ବେଳେ ମିଳିଛି ଦୁଇଟି ଏକ-୪୭। ବେଆଇନ ଖଣି ଖନନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହଯୋଗୀ ପ୍ରେମ ପ୍ରକାଶଙ୍କ ଘରେ ରେଡ୍‌ କରିଥିଲା। ଏହି ସମୟରେ ତାଙ୍କ ଘରର ଲୁହା ଆଲମିରାରୁ ୨ଟି ଏକେ-୪୭ ମିଳିଛି। ଏଥିସହ ବିପୁଳ ପରିମାଣର ଜୀବନ୍ତ ଗୁଳି ମଧ୍ୟ ଜବତ କରାଯାଇଛି। ଏହାକୁ ନେଇ ବର୍ତ୍ତମାନ ପୂରା ରାଜ୍ୟରେ […]

author-image
Hemant Lenka
ଅଦ୍ୟତନ ହୋଇଛି
ଏକେ ୪୭ ରଖିଥିଲେ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ, ରେଡ୍‌ ବେଳେ ଧରିଲା ଇଡି

AK47

ରାଞ୍ଚି: ଆଳୁ ଖୋଳୁ ଖୋଲୁ ମହାଦେବ ବାହାରିବା ଭଳି ବେଆଇନ ଖଣି ଖନନ ମାମଲାର ତଦନ୍ତ ଚାଲିଥିବା ବେଳେ ମିଳିଛି ଦୁଇଟି ଏକ-୪୭। ବେଆଇନ ଖଣି ଖନନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହଯୋଗୀ ପ୍ରେମ ପ୍ରକାଶଙ୍କ ଘରେ ରେଡ୍‌ କରିଥିଲା। ଏହି ସମୟରେ ତାଙ୍କ ଘରର ଲୁହା ଆଲମିରାରୁ ୨ଟି ଏକେ-୪୭ ମିଳିଛି। ଏଥିସହ ବିପୁଳ ପରିମାଣର ଜୀବନ୍ତ ଗୁଳି ମଧ୍ୟ ଜବତ କରାଯାଇଛି। ଏହାକୁ ନେଇ ବର୍ତ୍ତମାନ ପୂରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ତେବେ ଏହି ଘଟଣା ଉପରେ ମୁଖ୍ୟମନ୍ତ୍ରୀ ହେମନ୍ତ କିମ୍ବା ପ୍ରେମ ପ୍ରକାଶ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

Advertisment

ଇଡିର ଅଧିକାରୀମାନେ ପ୍ରେମ ପ୍ରକାଶଙ୍କ ଝାରଖଣ୍ଡର ରାଞ୍ଚିରେ ଥିବା ବାସଭନରେ ରେଡ୍‌ କରିବା ବେଳେ ଦୁଇଟି ଏକେ-୪୭ ଠାବ କରିଛନ୍ତି। ସେ ବେଆଇନ ଭାବେ ଏହାକୁ ନିଜ ପାଖରେ ରଖିଥିଲେ। ତେଣୁ ଇଡି ପକ୍ଷରୁ ଏହି ମାମଲା ସହ ଜଡ଼ିତ ଅଧିକାରୀଙ୍କୁ ଖବର ଦିଆଯାଇଥିଲା। ସେମାନେ ଦୁଇଟି ଯାକ ଏକେ-୪୭ ଜବତ କରିବା ସହ ପ୍ରେମ ପ୍ରକାଶଙ୍କ ନାଁରେ ଆର୍ମିସ ଆକ୍ଟରେ ମାମଲା କରିଥିବା ଜଣାପଡ଼ିଛି।

ବେଆଇନ ଖଣି ଖନନ ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘନିଷ୍ଠ ସହଯୋଗୀ ପ୍ରେମ ପ୍ରକାଶଙ୍କ ସଂପୃକ୍ତି ଥିବା ଇଡି ବିଶେଷ ସୂତ୍ରରୁ ଜାଣିବାକୁ ପାଇଥିଲା। ଏହାପରେ ତାଙ୍କ ଘରେ ରେଡ କରାଯାଇଥିଲା। ପ୍ରେମ ପ୍ରକାଶଙ୍କ ଘର ବ୍ୟତୀତ ବିହାର, ଝାରଖଣ୍ଡ, ତାମିଲନାଡୁ ଓ ଦିଲ୍ଲୀ-ଏନସିଆରର ଆଉ ୨୦ଟି ସ୍ଥାନରେ ମଧ୍ୟ ଇଡି ଚଢ଼ଉ କରିଥିଲା। ଏବେ ବି ରେଡ ଜାରି ରହିଛି। ଏହି ମାମଲାରେ ହେମନ୍ତ ସୋରେନ ମଧ୍ୟ ଇଡି ସ୍କାନରରେ ରହିଛନ୍ତି।

Advertisment

ଇଡି ରେଡ ସମ୍ପର୍କରେ ଗୋଟିଏ ବିବୃତି ଜାରି କରି କହିଥିଲା ଯେ ବେଆଇନ ଖଣି ଖନନ ଘଟଣାର ଚଢ଼ଉ ବେଳେ ଏକାଧିକ ଲୋକଙ୍କ ବୟାନ ରେକର୍ଡ କରାଯାଇଛି। ସେହିପରି ସେମାନଙ୍କ ଠିକଣାରୁ ଡିଜିଟାଲ ପ୍ରମାଣ ଓ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ମିଳିଛି। ସାହିବଗଞ୍ଜ ସମେତ ବିଭିନ୍ନ ଜଙ୍ଗଲରେ କରାଯାଇଥିବା ବେଆଇନ ଖନନ ଲିଙ୍କରେ ବିପୁଳ ପରିମାଣର ନଗଦ ଟଙ୍କା ଠାବ କରାଯାଇଛି। ବେଆଇନ ଖନନ ଦ୍ୱାରା ଅଭିଯୁକ୍ତମାନେ ୧୦୦ କୋଟି ଟଙ୍କାର ଲାଭ ପାଇଛନ୍ତି। ଏହାର ତଥ୍ୟ ମଧ୍ୟ ଇଡି ହାତରେ ଲାଗିଛି।

ହେମନ୍ତ ସୋରେନଙ୍କ ବିଧାୟକ ପ୍ରତିନିଧିଙ୍କ ସମେତ ଆଉ କିଛି ସହଯୋଗୀଙ୍କ ମୋଟ ୩୭ଟି ବ୍ୟାଙ୍କ ଆକାଉଣ୍ଟରେ ରହିଥିବା ୧୧.୮୮ କୋଟି ଟଙ୍କା ଜବତ କରିଛି। ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ(ପିଏମଏଲଏ) ଅଧୀନରେ ଇଡି ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।