Advertisment

ବ୍ୟାଙ୍କକୁ ଫେରିଲା ଚୋକସି, ମୋଦି ଏବଂ ମାଲ୍ୟାଙ୍କ ୯୩୭୧ କୋଟି

ନୂଆଦିଲ୍ଲୀ: ଋଣ ନେଇ ବ୍ୟାଙ୍କ ଠକେଇ କରିଥିବା ବ୍ୟକ୍ତିଙ୍କ ବିରୋଧରେ କେନ୍ଦ୍ର କାର୍ଯ୍ୟାନୁଷ୍ଠାନର ପ୍ରଭାବ ଏବେ ଦେଖିବାକୁ ମିଳିଛି। ପଳାତକ ଘୋଷିତ ବିଜୟ ମାଲ୍ୟା, ନିରବ ମୋଦି ଏବଂ ମେହୁଲ ଚୋକସିଙ୍କ ବିରୋଧରେ ସରକାର ଯେଉଁ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଏହାର ପରିଣାମ ସ୍ୱରୂପ ୯୩୭୧ କୋଟି ଟଙ୍କା ସରକାରୀ ବ୍ୟାଙ୍କକୁ ଫେରିଛି ବୋଲି ଇଡି ସୂଚନା ଦେଇଛି। ଋଣ ପୈଠ ନକରି ଫେରାର ହେବା ପରେ ଅନେକ ବ୍ୟାଙ୍କ ଘାଟାରେ ଥିଲେ। ଏବେ ଏହି ଟଙ୍କା ସେହି […]

author-image
Subhransu Sekhar
ଅଦ୍ୟତନ ହୋଇଛି
ବ୍ୟାଙ୍କକୁ ଫେରିଲା ଚୋକସି, ମୋଦି ଏବଂ ମାଲ୍ୟାଙ୍କ ୯୩୭୧ କୋଟି

Nirav-modi

ନୂଆଦିଲ୍ଲୀ: ଋଣ ନେଇ ବ୍ୟାଙ୍କ ଠକେଇ କରିଥିବା ବ୍ୟକ୍ତିଙ୍କ ବିରୋଧରେ କେନ୍ଦ୍ର କାର୍ଯ୍ୟାନୁଷ୍ଠାନର ପ୍ରଭାବ ଏବେ ଦେଖିବାକୁ ମିଳିଛି। ପଳାତକ ଘୋଷିତ ବିଜୟ ମାଲ୍ୟା, ନିରବ ମୋଦି ଏବଂ ମେହୁଲ ଚୋକସିଙ୍କ ବିରୋଧରେ ସରକାର ଯେଉଁ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଏହାର ପରିଣାମ ସ୍ୱରୂପ ୯୩୭୧ କୋଟି ଟଙ୍କା ସରକାରୀ ବ୍ୟାଙ୍କକୁ ଫେରିଛି ବୋଲି ଇଡି ସୂଚନା ଦେଇଛି।

Advertisment

ଋଣ ପୈଠ ନକରି ଫେରାର ହେବା ପରେ ଅନେକ ବ୍ୟାଙ୍କ ଘାଟାରେ ଥିଲେ। ଏବେ ଏହି ଟଙ୍କା ସେହି ବ୍ୟାଙ୍କ ଗୁଡ଼ିକୁ ଦିଆଯିବ ଯେଉଁ ବ୍ୟାଙ୍କ ଗୁଡିକରୁ ଋଣ ନେଇ ଏହି ତିନି ପଳାତକ ପରିଶୋଧ କରିନଥିଲେ।

ଇଡି କହିଛି ଯେ ବିଜୟ ମାଲ୍ୟା ଏବଂ ପିଏନବି ବ୍ୟାଙ୍କ ଠକେଇ ମାମଲାରେ ପିଏମଏଲଏ ଅଧୀନରେ ଜବତ ହୋଇଥିବା ଅଂଶଧନ ବିକ୍ରି କରିବା ପରେ ବ୍ୟାଙ୍କଗୁଡିକ ତାଙ୍କର ୪୦ ପ୍ରତିଶତ ଅର୍ଥ ପାଇଛନ୍ତି। ଇଡି କେବଳ ବିଜୟ ମାଲ୍ୟା, ନୀରବ ମୋଦି ଏବଂ ମେହୁଲ ଚୋକସିଙ୍କ ମାମଲାରେ PMLA ଅଧୀନରେ ୧୮,୧୭୦.୦୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ସେଥିମଧ୍ୟରୁ ମୋଟ୍ ୯୩୭୧.୧୭ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ହସ୍ତାନ୍ତର କରାଯାଇଛି। ଯେଉଁଥିରୁ ଏହି ପଳାତକ ବ୍ୟବସାୟୀ ଋଣ ନେଇଥିଲେ।

Advertisment

https://twitter.com/dir_ed/status/1407576529375096835?s=20

ସୂଚନାଯୋଗ୍ୟ, କିଛି ବ୍ୟାଙ୍କ ଅଧିକାରୀଙ୍କ ସହ ମିଶି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ରୁ ନିରବ ମୋଦି ୧୩,୫୦୦ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ନିରବ ମୋଦି ଏବେ ଲଣ୍ଡନର ଏକ ଜେଲରେ ଥିବା ବେଳେ ମେହୁଲ ଚୋକସି ଡୋମିନିକାର ଏକ ଜେଲରେ ରହିଛନ୍ତି। ସିବିଆଇ ଉଭୟଙ୍କ ବିରୋଧରେ ତଦନ୍ତ କରୁଛି। ଉଭୟଙ୍କୁ ଭାରତ ଆଣିବାକୁ ଉଦ୍ୟମ ଚାଲିଛି।

ସେହିପରି ମଦ ସମ୍ରାଟ ତଥା କିଙ୍ଗଫିଶରର ମାଲିକ ବିଜୟ ମାଲ୍ୟା ପ୍ରାୟ ୯ ହଜାର କୋଟି ଟଙ୍କା ଠକେଇ ଏବଂ ଟଙ୍କା ହେରଫେର ଅଭିଯୋଗରେ ଛନ୍ଦି ହୋଇଛନ୍ତି। ଏହି ଠକେଇ ସହିକ କିଙ୍ଗପିଶର ଏୟାର ଲାଇନ୍ସର ସଂଯୋଗ ରହିଛି। କିଙ୍ଗଫିଶର ଏୟାରଲାଇନ୍ସର ପୂର୍ବତନ ମାଲିକ ତଥା ବ୍ୟବସାୟୀ ବିଜୟ ମାଲ୍ୟା ଏପ୍ରିଲ ୨୦୧୯ରେ ଗିରଫ ହୋଇଥିଲେ। ଏବେ ସେ ଜାମିନରେ ଅଛନ୍ତି। ସ୍ୱଦେଶ ଫେରାଇ ଆଣିବାକୁ ପ୍ରକ୍ରିୟା ଚାଲିଛି।

Bankfraud