Advertisment

ବିୟର ଦୋକାନରେ କାମ କରୁଥିଲେ ଓ ଅଟୋ ଚଳାଉଥିଲେ, କିନ୍ତୁ ଏବେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ଶିବସେନାର ନମ୍ବର ୨ କୁହାଯାଉଥିବା ଏକନାଥ ସିନ୍ଦେ ବିଜେପି ସମର୍ଥନରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଆଜି ସନ୍ଧ୍ୟା ୭.୩୦ରେ ସେ ପଦ ଓ ଗୋପନୀୟତାର ଶପଥ ପାଠ ନେଇଛନ୍ତି। ଥାନେ ଠାରୁ ଆରମ୍ଭ କରି ମହାରାଷ୍ଟ୍ର ବିଭିନ୍ନ ସ୍ଥାନରେ ସିନ୍ଦେ ବେଶ ପରିଚିତ। ୧୯୬୪ ମସିହା ଫେବୃଆରୀ ୯ରେ ଜନ୍ମ ଗ୍ରହଣ କରିଥିବା ସିନ୍ଦେ ରାଜନୀତିକୁ ଆସିବା ପୂର୍ବରୁ ୮୦ଦଶକରେ ବିୟର ଦୋକାନରେ କାମ କରୁଥିଲେ। ଏଥିସହ ପରିବାରର ଭରଣ ପୋଷଣ ପାଇଁ ଅଟୋ ମଧ୍ୟ […]

ଅଦ୍ୟତନ ହୋଇଛି
ବିୟର ଦୋକାନରେ କାମ କରୁଥିଲେ ଓ ଅଟୋ ଚଳାଉଥିଲେ, କିନ୍ତୁ ଏବେ ମୁଖ୍ୟମନ୍ତ୍ରୀ

Shinde

Advertisment

ମୁମ୍ବାଇ: ଶିବସେନାର ନମ୍ବର ୨ କୁହାଯାଉଥିବା ଏକନାଥ ସିନ୍ଦେ ବିଜେପି ସମର୍ଥନରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଆଜି ସନ୍ଧ୍ୟା ୭.୩୦ରେ ସେ ପଦ ଓ ଗୋପନୀୟତାର ଶପଥ ପାଠ ନେଇଛନ୍ତି। ଥାନେ ଠାରୁ ଆରମ୍ଭ କରି ମହାରାଷ୍ଟ୍ର ବିଭିନ୍ନ ସ୍ଥାନରେ ସିନ୍ଦେ ବେଶ ପରିଚିତ। ୧୯୬୪ ମସିହା ଫେବୃଆରୀ ୯ରେ ଜନ୍ମ ଗ୍ରହଣ କରିଥିବା ସିନ୍ଦେ ରାଜନୀତିକୁ ଆସିବା ପୂର୍ବରୁ ୮୦ଦଶକରେ ବିୟର ଦୋକାନରେ କାମ କରୁଥିଲେ। ଏଥିସହ ପରିବାରର ଭରଣ ପୋଷଣ ପାଇଁ ଅଟୋ ମଧ୍ୟ ଚଳାଉଥିଲେ।

Advertisment

କିନ୍ତୁ ସମୟ ବଦଳିବା ସହ ତାଙ୍କ ଭାଗ୍ୟର ରେଖା ମଧ୍ୟ ବଦଳି ଯାଇଥିଲା। ନିଜର ରାଜନୀତି ଗୁରୁ ଆନନ୍ଦ ଦିଘେଙ୍କ ସଂସ୍ପର୍ଶରେ ଆସିବା ପରେ ସିନ୍ଦେଙ୍କ ଭାଗ୍ୟ ବଦଳି ଥିଲା। ସେ ଶିବସେନାରେ ସାମିଲ ହୋଇ ୧୯୯୭ରେ ଥାନେ ମ୍ୟୁନିସପାଲ କର୍ପୋରେସନକୁ କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ। ଏହାପୂର୍ବରୁ ଥାନେରେ ସେ ଶିବସେନା ପାଇଁ ଅନେକ କାମ କରିଥିଲେ।

ତେବେ କର୍ପୋରେଟର ଥିବା ବେଳେ ନିଜର ଦୁଇ ପିଲାଙ୍କୁ ହରାଇଥିଲେ ସିନ୍ଦେ। ତାଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ ତାଙ୍କରି ଆଖି ସାମ୍ନାରେ ହିଁ ସତାରା ଠାରେ ପାଣିରେ ବୁଡ଼ି ପ୍ରାଣ ହରାଇଥିଲେ। ଏହି ଘଟଣାରେ ସେ ଏତେ ଭାଙ୍ଗି ପଡ଼ିଥିଲେ ଯେ ରାଜନୀତିରୁ ନିଜକୁ ଦୂରେଇ ନେଇଥିଲେ। କିନ୍ତୁ ଆନନ୍ଦ ଦିଘେ ତାଙ୍କୁ ସମ୍ଭାଳିବା ସହ ସକ୍ରିୟ ରାଜନୀତିକୁ ଆଣିଥିଲେ।

Advertisment

ଆନନ୍ଦ ଦିଘେ ହେଉଛନ୍ତି ଥାନେର ଜଣେ ଲୋକପ୍ରିୟ ନେତା। ତାଙ୍କ ସଂସ୍ପର୍ଶରେ ସିନ୍ଦେ ଥିବାରୁ ଲୋକମାନେ ମଧ୍ୟ ତାଙ୍କୁ ଭଲ ପାଇବା ଦେଇଥିଲା। ୨୦୦୧ରେ ଦିଘେଙ୍କ ଦେହାନ୍ତ ପରେ ସିନ୍ଦେ ଶିବସେନାକୁ ଅଧିକ ଶକ୍ତିଶାଳୀ କରିବା କାମରେ ଲାଗିଥିଲେ। ବିଶେଷ କରି ଥାନେରେ ସେ ନିଜର ଶକ୍ତିବୃଦ୍ଧି କରିଥିଲେ।

ତାଙ୍କ ତତ୍ତ୍ୱାବଧାନରେ ଶିବସେନା ସବୁ କାମ ହେଉଥିଲା। ରାଜ ଠାକରେ ଓ ନାରାୟଣ ରାଣେ ବିଦ୍ରୋହ ଘୋଷଣା ବେଳେ ସେ ହିଁ ଶିବସେନାକୁ ସମ୍ଭାଳିଥିଲେ। ୨୦୦୪ରେ ସେ ପ୍ରଥମଥର ଥାନେର କୋପ୍ରି-ପଚପାଖଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେବେଠାରୁ ସେ କେବେ ହେଲେ ହାରି ନାହାନ୍ତି। ୨୦୦୯, ୨୦୧୪ ଓ ୨୦୧୯ରେ ସେ ସମାନ ଆସନରୁ ଜିତି ବିଧାନସଭାକୁ ଯାଇଛନ୍ତି।

୨୦୧୪ରେ ବିଜେପି ଓ ଶିବସେନା ଅଲଗା ହେବା ପରେ ସିନ୍ଦେ ବିରୋଧୀ ଦଳ ନେତା ଭାବେ ନିଯୁକ୍ତି ପାଇଥିଲେ। ଏଥିସହ ସେ ଦଳ କ୍ଷମତାରେ ଥିବା ବେଳେ ଶିବସେନାର ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଥିଲେ। ମହା ବିକାଶ ଅଘାଡ଼ି ସରକାର ଯେତେବେଳେ ମହାରାଷ୍ଟ୍ର ଗଠନ ହେଲା ସେତେବେଳେ ସେ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ।

ଠାକରେ ପରିବାରର ସହ ତାଙ୍କର ବେଶ ନିବିଡ଼ତା ରହିଥିଲା। ହେଲେ ଏବେ ତାଙ୍କ ବିଦ୍ରୋହ ଯୋଗୁ ମହାରାଷ୍ଟ୍ର ସରକାର ଭୁଶିଡ଼ିଛି। ସେ ଶିବସେନା ବିଦ୍ରୋହୀ ବିଧାୟକଙ୍କୁ ଧରି ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେ ଲୋକସଭା ସାଂସଦ ଓ ତାଙ୍କ ଭାଇ ପ୍ରକାଶ ସିନ୍ଦେ କାଉନସିଲର ଭାବେ କାମ କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe