Advertisment

ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ

ନୂଆଦିଲ୍ଲୀ: ଧର୍ମକୁ ନେଇ ବିବାଦୀୟ ବୟାନ ଦେଇଥିବା ଅଭିଯୋଗରେ ନିର୍ବାଚନ କମିଶନ ବିଜେପିର ନନ୍ଦିଗ୍ରାମ ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କୁ ନୋଟିସ କରିଛନ୍ତି। ନିଜ ଭାଷଣ ଉପରେ ସ୍ପଷ୍ଟୀକରଣ ରଖିବାକୁ କମିଶନ ଶ୍ରୀ ଅଧିକାରୀଙ୍କୁ ୨୪ ଘଣ୍ଟାର ସମୟ ଦେଇଛନ୍ତି। ନୋଟିସ୍‌ରେ କୁହାଯାଇଛି ଯେ ସିପିଆଇ-ଏମଏଲ ସେଣ୍ଟ୍ରାଲ କମିଟିର କବିତା କ୍ରିଷ୍ଣନ ଆମ ନିକଟରେ ଅଭିଯୋଗ କରିଛନ୍ତି। ଗତ ମାସରେ ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମରେ ଭାଷଣ ଦେବା ବେଳେ ବିବାଦୀୟ ତଥା ଘୃଣା ସୃଷ୍ଟିକାରୀ ଶବ୍ଦ ପ୍ରୟୋଗ କରିଥିବା […]

ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ

Suvendu-Adhikari

Advertisment

ନୂଆଦିଲ୍ଲୀ: ଧର୍ମକୁ ନେଇ ବିବାଦୀୟ ବୟାନ ଦେଇଥିବା ଅଭିଯୋଗରେ ନିର୍ବାଚନ କମିଶନ ବିଜେପିର ନନ୍ଦିଗ୍ରାମ ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କୁ ନୋଟିସ କରିଛନ୍ତି। ନିଜ ଭାଷଣ ଉପରେ ସ୍ପଷ୍ଟୀକରଣ ରଖିବାକୁ କମିଶନ ଶ୍ରୀ ଅଧିକାରୀଙ୍କୁ ୨୪ ଘଣ୍ଟାର ସମୟ ଦେଇଛନ୍ତି।

Advertisment

ନୋଟିସ୍‌ରେ କୁହାଯାଇଛି ଯେ ସିପିଆଇ-ଏମଏଲ ସେଣ୍ଟ୍ରାଲ କମିଟିର କବିତା କ୍ରିଷ୍ଣନ ଆମ ନିକଟରେ ଅଭିଯୋଗ କରିଛନ୍ତି। ଗତ ମାସରେ ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମରେ ଭାଷଣ ଦେବା ବେଳେ ବିବାଦୀୟ ତଥା ଘୃଣା ସୃଷ୍ଟିକାରୀ ଶବ୍ଦ ପ୍ରୟୋଗ କରିଥିବା ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଏହାକୁ ତର୍ଜମା କରିବା ପରେ ଏଥିରେ ସତ୍ୟତା ଥିବା ଭଳି ମନେ ହେଉଛି।

ନିଜ ଭାଷଣ ଜରିଆରେ ଶ୍ରୀ ଅଧିକାରୀ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରିଛନ୍ତି। ଏହି କାରଣରୁ ନିଜର ବୟାନ ଉପରେ ଜବାବ ରଖିବାକୁ ତାଙ୍କୁ ୨୪ ଘଣ୍ଟାର ସମୟ ଦିଆଯାଇଛି। ଯଦି ୨୪ ଘଣ୍ଟା ମଧ୍ୟରେ ସେ ସନ୍ତୋଷଜନକ ଜବାବ ନ ଦେବେ, ତା’ହେଲେ କମିଶନ ଆଇନ ଅନୁସାରେ ପଦକ୍ଷେପ ନେବେ ବୋଲି ମଧ୍ୟ ନୋଟିସ କରିଛନ୍ତି।

Advertisment

ଗତକାଲି ଅଧିକାରୀଙ୍କ ନିନ୍ଦିଗ୍ରାମ ପ୍ରତିଦ୍ୱନ୍ଦ୍ୱୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ମଧ୍ୟ କମିଶନ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ସେ ଧର୍ମକୁ ଆଧାର କରି ନିଜ ଦଳ ପାଇଁ ଭୋଟ ମାଗିଥିବା ବିଜେପି ଅଭିଯୋଗ କରିବା ପରେ କମିଶନ ମମତାଙ୍କୁ ନୋଟିସ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe