Advertisment

ଫିକା ପଡ଼ିବ ନିର୍ବାଚନୀ ବିଜୟ ଉତ୍ସବ, ଇସି ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଚେତିଲେ ନିର୍ବାଚନ କମିଶନର। ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରା କଟୂ ଭାଷାରେ ସମାଲୋଚିତ ହେବା ପରେ ମଙ୍ଗଳବାର ନିର୍ବାଚନ କମିଶନର (ଇସି) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମେ ୨ରେ ଚାରି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ହେଲେ କୋଭିଡ୍ ପାଇଁ କୌଣସି ଦଳ ରୋଡ ଶୋ’ କିମ୍ୱା ଏକାଠି ହୋଇ ସେଲିବ୍ରେସନ କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନର କହିଛନ୍ତି। ଏହି ନିୟମ କଡ଼ାକଡ଼ି ଭାବରେ […]

ଅଦ୍ୟତନ ହୋଇଛି
ହାଇକୋର୍ଟଙ୍କ ଛାଟ ପରେ ଆହୁରି କଠୋର ହେଲେ ନିର୍ବାଚନ କମିଶନର

Election Commission

Advertisment

ନୂଆଦିଲ୍ଲୀ: ଚେତିଲେ ନିର୍ବାଚନ କମିଶନର। ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରା କଟୂ ଭାଷାରେ ସମାଲୋଚିତ ହେବା ପରେ ମଙ୍ଗଳବାର ନିର୍ବାଚନ କମିଶନର (ଇସି) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମେ ୨ରେ ଚାରି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ହେଲେ କୋଭିଡ୍ ପାଇଁ କୌଣସି ଦଳ ରୋଡ ଶୋ' କିମ୍ୱା ଏକାଠି ହୋଇ ସେଲିବ୍ରେସନ କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନର କହିଛନ୍ତି। ଏହି ନିୟମ କଡ଼ାକଡ଼ି ଭାବରେ ପାଳନ ହେବ ବୋଲି ନିର୍ବାଚନ କମିଶନର କହିଛନ୍ତି।

Advertisment

ଗତକାଲି ମାଡ୍ରାସ ହାଇକୋର୍ଟ କହିଥିଲେ, ଦେଶରେ କରୋନାର ଦ୍ୱିତୀୟ ଲହର ବ୍ୟାପିବା ପଛରେ ନିର୍ବାଚନ କମିଶନ ଦାୟୀ ଯଦି ନିର୍ବାଚନ ବେଳେ ରାଜନୀତିକ ଦଳଙ୍କୁ ବଡ଼ ବଡ଼ ରାଲି କରିବାକୁ ନିର୍ବାଚନ କମିଶନ ଅନୁମତି ଦେଇନଥାନ୍ତେ ତାହାଲେ ଆଜି କରୋନାର ଦ୍ୱିତୀୟ ଲହର ଏତେ ମାରାତ୍ମକ ହୋଇନଥାନ୍ତା। ତେଣୁ ନିର୍ବାଚନ କମିଶନର ଏଭଳି ପରିସ୍ଥିତି ପାଇଁ ଏକାକୀ ଦାୟୀ। ତାଙ୍କ ବିରୋଧରେ ହତ୍ୟା ଅଭିଯୋଗ ଅଣାଯିବା ଦରକାର। ହାଇକୋର୍ଟ ଏଭଳି କହିବାର ଗୋଟିଏ ଦିନ ପରେ ନିର୍ବାଚନ କମିଶନ ନିର୍ବାଚନ ଫଳାଫଳ ଘୋଷଣା ପରେ ବିଜୟ ଉତ୍ସବ ଉପରେ ରୋକ୍ ଲଗାଇଛନ୍ତି।

ପ୍ରଧାନବିଚାରପତି ସଞ୍ଜୀବ ବାନାର୍ଜୀ ଏବଂ ଜଷ୍ଟିସ ସେନ୍ଥିଲକୁମାରଙ୍କ ବେଞ୍ଚ ଶୁଣାଣି କରିବା ବେଳେ ନିର୍ବାଚନଙ୍କ ଉପରେ ବର୍ଷିଥିଲେ। ମେ ୨ରେ ଭୋଟ୍ ଗଣତି ରହିଛି। ତେଣୁ କୋଭିଡ କଟକଣାକୁ ଦୃଷ୍ଟିରେ ରଖି କଣ ନିୟମ ତିଆରି ହୋଇଛି ସେ ବାବଦରେ ଏକ ରିପୋର୍ଟ କୋର୍ଟରେ ଉପସ୍ଥାପନ କରିବାକୁ ନିର୍ବାଚନ କମିଶନରଙ୍କୁ କହିଛନ୍ତି। ନହେଲେ ଭୋଟ୍ ଗଣତି ଉପରେ ହାଇକୋର୍ଟ ରୋକ୍ ଲଗାଇବେ ବୋଲି କହିଛନ୍ତି।

Advertisment

ତେବେ ଏହି ଶୁଣାଣି ସମୟରେ ତାମିଲନାଡୁର ପରିବହନ ମନ୍ତ୍ରୀ ଏମଆର ବିଜୟଭାସଖର କହିଥିଲେ ରାଜ୍ୟରେ କୋଭିଡ୍ ପରିସ୍ଥିତି ପାଇଁ ଦାୟୀ।

ସେହିପରି ହାଇକୋର୍ଟଙ୍କ ଶୁଣାଣି ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଦେଶରେ କୋଭିଡ୍ ମାମଲା ବୃଦ୍ଧି ପଛରେ ନିର୍ବାଚନ କମିଶନଙ୍କୁ ଦାୟୀ କରିଛନ୍ତି। ରାଜ୍ୟରେ ନିର୍ବାଚନ ଚାଲିଥିବାରୁ ନିର୍ବାଚନ କମିଶନ ବାହାରୁ ଅନେକ ପୁଲିସ ଏବଂ ସୁରକ୍ଷାକର୍ମୀ ଆଣି ନିୟୋଜିତ କରିଛନ୍ତି। ହେଲେ ସେମାନଙ୍କର କୋଭିଡ ପରୀକ୍ଷା ହୋଇନି ବୋଲି ମମତା କହିଛନ୍ତି। ଏଭଳି କହି ମମତା ଏବେ ନିର୍ବାଚନ ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀଙ୍କୁ କରୋନାର ବାହାକ ବୋଲି କହିଛନ୍ତି।

Election Commission
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe