Advertisment

ଚାରି ରାଜ୍ୟ ଓ ପୁଡୁଚେରୀ ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ: ଚାରି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର। ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା। ମୋଟ୍ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୮୨୪ଟି ବିଧାନସଭା ଆସନରେ ମତଦାନ ହେବ। ମୋଟ୍ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ୧୮.୬୮ କୋଟି ମତଦାତା […]

ଅଦ୍ୟତନ ହୋଇଛି
ଚାରି ରାଜ୍ୟ ଓ ପୁଡୁଚେରୀ ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା

sunil-arora

Advertisment

ନୂଆଦିଲ୍ଲୀ: ଚାରି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର। ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା। ମୋଟ୍ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୮୨୪ଟି ବିଧାନସଭା ଆସନରେ ମତଦାନ ହେବ। ମୋଟ୍ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ୧୮.୬୮ କୋଟି ମତଦାତା ରହିଛନ୍ତି। ୨.୭ ଲକ୍ଷ ପୋଲିଂ ବୁଥରେ ଏହି ସମସ୍ତ ଭୋଟର ମତଦାନ କରିବେ।

Advertisment

ଆସାମରେ ତିନୋଟି ପର୍ଯ୍ୟାୟରେ ମତଦାନ ହେବ। ୨୭ ମାର୍ଚ୍ଚରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଏପ୍ରିଲ ୧ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ଅନ୍ତିମ ପର୍ଯ୍ୟାୟ ମତଦାନ ଏପ୍ରିଲ ୬ରେ ହେବ। ମେ ୨ରେ ଫଳାଫଳ ଘୋଷଣା ହେବ ବୋଲି ସୁନୀଲ ଆରୋରା କହିଛନ୍ତି।

ସେହିପରି କେରଳ,ତାମିଲନାଡ଼ୁ ଏବଂ ପୁ଼ଡୁଚେରୀରେ ୬ ଏପ୍ରିଲରେ ମତଦାନ ହେବ। ଗୋଟିଏ ପର୍ଯ୍ୟାୟରେ ସମସ୍ତ ଆସନରେ ମତଦାନ ହେବ ବୋଲି ସୁନୀଲ ଆରୋରା କହିଛନ୍ତି।

Advertisment

ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ମତଦାନ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମାର୍ଚ୍ଚ ୨୭ରେ ହେବ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ୧ ଏପ୍ରିଲ, ତୃତୀୟ ପର୍ଯ୍ୟାୟ ମତଦାନ ୬ ଏପ୍ରିଲ, ଚତୁର୍ଥ ପର୍ଯ୍ୟାୟ ମତଦାନ ୧୦ ଏପ୍ରିଲରେ ହେବାକୁ ଥିବା ବେଳେ ପଞ୍ଚମ ପର୍ଯ୍ୟାୟ ମତଦାନ ୧୭ ଏପ୍ରିଲରେ ହେବ। ଷଷ୍ଠ ପର୍ଯ୍ୟାୟ ମତଦାନ ଏପ୍ରିଲ ୨୨ରେ ହେବ, ସପ୍ତମ ପର୍ଯ୍ୟାୟ ମତଦାନ ଏପ୍ରିଲ ୨୬ ଏବଂ ଅଷ୍ଟମ ପର୍ଯ୍ୟାୟ ମତଦାନ ୨୯ ଏପ୍ରିଲରେ ହେବ ବୋଲି ସୁନୀଲ ଆରୋରା ଘୋଷଣା କରିଛନ୍ତି।

କରୋନାବେଳେ ବିହାର ବିଧାନସଭା ନିର୍ବାଚନ ସଫଳତାର ସହ ହୋଇଛି। ଭୋଟରଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି। ନାମାଙ୍କନ ପତ୍ର ଦାଖଲ ସମୟରେ କେବଳ ଦୁଇ ଜଣ ପ୍ରାର୍ଥୀଙ୍କ ସହିତ ପ୍ରାର୍ଥୀ ଯାଇପାରିବେ। ଭୋଟ୍ ଦେବାର ସମୟ ମଧ୍ୟ ଏକ ଘଣ୍ଟା ବୃଦ୍ଧି କରାଯାଇଛି। କରୋନା ପାଇଁ ଏହି ଅବଧି ବଢ଼ାଯାଇଛି। ବିହାର ବିଧାନସଭା ନିର୍ବାଚନ ବେଳେ ମଧ୍ୟ ସମାନ ନିୟମ କରାଯାଇଥିଲା। ମତଦାନ କେନ୍ଦ୍ରରେ ନିୟୋଜିତ ଥିବା ପୋଲିଂ ଅଧିକାରୀ ଟିକା ନେବା ଜରୁରୀ ବୋଲି ସୁନୀଲ ଆରୋରା କହିଛନ୍ତି।

ପଶ୍ଚିମବଙ୍ଗର ୭୭,୪୧୩ ମତଦାନ କେନ୍ଦ୍ର ହୋଇଛି। ଯାହାକି ପୂର୍ବତୁଳନାରେ ୩୯.୬ ପ୍ରତିଶତ ବୃଦ୍ଧି କରାଯାଇଛି। ଚାରିଟି ରାଜ୍ୟରେ ମତଦାନ କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯାଇଛି। ଆସାମରେ ୩୩୫୩୦ ମତଦାନ କେନ୍ଦ୍ର ହୋଇଥିବା ବେଳେ ତାମିଲନାଡୁରେ ୮୮୯୩୬ ମତଦାନ କେନ୍ଦ୍ର, ପଶ୍ଚିମବଙ୍ଗରେ ୧୦୧୯୧୬ ମତଦାନ କେନ୍ଦ୍ର, କେରଳରେ ୪୦୭୭୧ ଏବଂ ପୁଡୁଚେରୀରେ ୧୫୫୯ କେନ୍ଦ୍ର ସ୍ଥାପନ ହୋଇଛି। ସମସ୍ତ ମତଦାନ କେନ୍ଦ୍ର ଗ୍ରାଉଣ୍ଡ ଫ୍ଲୋରରେ ରହିବ ବୋଲି ସୁନୀଲ ଆରୋରା କହିଛନ୍ତି। ଗତଥର ତୁଳନାରେ ଏଥର ଜାରରେ ମତଦାନ କେନ୍ଦ୍ରକୁ ବୃଦ୍ଧି କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe