Advertisment

ପ୍ରଶାନ୍ତ କିଶୋରଙ୍କ ବଡ଼ ଘୋଷଣା, ‘ମୁଁ ଜାଗା ଛାଡ଼ୁଛି’

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସମେତ ୫ଟି ବିଧାନସଭା ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ବିଭିନ୍ନ ରାଜନୀତିକ ଦଳ ପାଇଁ ନିର୍ବାଚନ ରଣନୀତି ତିଆରି କରୁଥିବା ପ୍ରଶାନ୍ତ କିଶୋର ଶେଷରେ ବଡ଼ ଘୋଷଣା କରିଛନ୍ତି। ଯଦିଓ ନିଜର ରଣନୀତି ପାଇଁ ପଶ୍ଚିମବଙ୍ଗରେ ଟିଏମସି ଏବଂ ତାମିଲନାଡୁରେ ଡିଏମକେ ବିଜୟୀ ହେବାକୁ ଯାଉଛି। ହେଲେ ସେ ଆଗାମୀ ଦିନରେ କୌଣସି ରାଜନୀତିକ ଦଳ ପାଇଁ ନିର୍ବାଚନ ରଣନୀତି ତିଆରି କରିବେ ନାହିଁ ବୋଲି ପ୍ରଶାନ୍ତ କହିଛନ୍ତି। ତେବେ ୨୧ […]

ଅଦ୍ୟତନ ହୋଇଛି
ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପିର ଭବିଷ୍ୟତ ବଖାଣିଲେ ପ୍ରଶାନ୍ତ କିଶୋର

prashant-kishore

Advertisment

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସମେତ ୫ଟି ବିଧାନସଭା ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ବିଭିନ୍ନ ରାଜନୀତିକ ଦଳ ପାଇଁ ନିର୍ବାଚନ ରଣନୀତି ତିଆରି କରୁଥିବା ପ୍ରଶାନ୍ତ କିଶୋର ଶେଷରେ ବଡ଼ ଘୋଷଣା କରିଛନ୍ତି। ଯଦିଓ ନିଜର ରଣନୀତି ପାଇଁ ପଶ୍ଚିମବଙ୍ଗରେ ଟିଏମସି ଏବଂ ତାମିଲନାଡୁରେ ଡିଏମକେ ବିଜୟୀ ହେବାକୁ ଯାଉଛି। ହେଲେ ସେ ଆଗାମୀ ଦିନରେ କୌଣସି ରାଜନୀତିକ ଦଳ ପାଇଁ ନିର୍ବାଚନ ରଣନୀତି ତିଆରି କରିବେ ନାହିଁ ବୋଲି ପ୍ରଶାନ୍ତ କହିଛନ୍ତି।

Advertisment

ତେବେ ୨୧ ଡିସେମ୍ବର ୨୦୨୦ ରେ ଟ୍ୱିଟ୍ କରି ପ୍ରଶାନ୍ତ କହିଥିଲେ ଯଦି ପଶ୍ଚିମବଙ୍ଗରେ ବିଜେପି ତିନି ଅଙ୍କ ଆସନ ଛୁଇଁଦେବ ତାହେଲେ ସେ ଆଉ ତାଙ୍କ ପେଶାରେ ରହିବେ ନାହିଁ। ଆଉ ପଶ୍ଚିମବଙ୍ଗରେ ଯେଉଁ ଆକଳନ କରିଥିଲେ ତାହା ସତ ହୋଇଛି। ଟିଏମସି ୨୦୦ରୁ ଅଧିକ ଆସନରେ ଅଗ୍ରଣୀ ରହିଥିବା ବେଳେ ବିଜେପି ୭୦ରୁ ଅଧିକ ଆସନରେ ଅଗ୍ରଣୀ ରହିଛି। ହେଲେ ଏବେ ସେ ଟ୍ୱିଟ୍ କରି କହିଛନ୍ତି, ଆଗାମୀ ଦିନରେ ସେ କୌଣସି ଦଳ ପାଇଁ ନିର୍ବାଚନ ରଣନୀତି ତିଆରି କରିବେ ନାହିଁ।

ସୂଚନାଯୋଗ୍ୟ, ପଞ୍ଜାବ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଅମରିନ୍ଦର ସିଂହ ପ୍ରଶାନ୍ତ କିଶୋରଙ୍କୁ ମୁଖ୍ୟ ପରାମର୍ଶଦାତା ଭାବରେ ନିଯୁକ୍ତ କରିଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ୧ରେ ଅମରିନ୍ଦର ଟ୍ୱିଟ୍ କରି ଏହି ଘୋଷଣା କରିଥିଲେ। ଏଥିସହ ପ୍ରଶାନ୍ତଙ୍କୁ କ୍ୟାବିନେଟ୍ ପାହ୍ୟା ସହିତ ଅନ୍ୟାନ୍ୟ ସୁବିଧା ଦେଇଛନ୍ତି ଅମରିନ୍ଦର ସରକାର।

Advertisment

https://twitter.com/CMOPb/status/1366349084672417797?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1366349084672417797%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fodishareporter.in%2Fnation-world%2Findia%2Famarinder-singh-confirms-prashant-kishor-tie-up-623783

West Bengal Assembly Election West Bengal Election 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe