Advertisment

ଆଜିଠୁ ଟ୍ୱିଟର୍ କର୍ମଚାରୀଙ୍କ ଛଟେଇ, ଅଫିସରେ ତାଲା ପକାଇଲେ ଏଲନ୍ ମସ୍କ!

ନୂଆଦିଲ୍ଲୀ: ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର୍‌କୁ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କ କିଣି ସାରିଛନ୍ତି। ଟ୍ୱିଟର୍ କିଣିବା ପରେ ଏବେ ଏହାର କର୍ମଚାରୀଙ୍କୁ କମ୍ କରିବା ପାଇଁ ପ୍ରୟାସ କରିଛନ୍ତି। ଆଜିଠାରୁ କର୍ମଚାରୀଙ୍କ ଛଟେଇ ଆରମ୍ଭ ହୋଇଛି। କର୍ମଚାରୀଙ୍କୁ ମେଲ୍ ଜରିଆରେ ଏନେଇ ସୂଚନା ଦିଆଯିବ। କର୍ମଚାରୀଙ୍କୁ ଛଟେଇ କରି ମସ୍କ କମ୍ପାନୀର ୮୨ ଆରବ ଟଙ୍କା ବଞ୍ଚାଇବାକୁ ଚାହୁଁଛନ୍ତି। ଏନେଇ କମ୍ପାନୀର ଏକ ଭିତିରିଆ ମେଲ୍‌ରୁ ଜଣାପଡିଛି। ରଏଟର୍ସର ରିପୋର୍ଟ ମୁତାବକ, ଯେଉଁ […]

ଆଜିଠୁ ଟ୍ୱିଟର୍ କର୍ମଚାରୀଙ୍କ ଛଟେଇ, ଅଫିସରେ ତାଲା ପକାଇଲେ ଏଲନ୍ ମସ୍କ!

Elon musk

Advertisment

ନୂଆଦିଲ୍ଲୀ: ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର୍‌କୁ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କ କିଣି ସାରିଛନ୍ତି। ଟ୍ୱିଟର୍ କିଣିବା ପରେ ଏବେ ଏହାର କର୍ମଚାରୀଙ୍କୁ କମ୍ କରିବା ପାଇଁ ପ୍ରୟାସ କରିଛନ୍ତି। ଆଜିଠାରୁ କର୍ମଚାରୀଙ୍କ ଛଟେଇ ଆରମ୍ଭ ହୋଇଛି। କର୍ମଚାରୀଙ୍କୁ ମେଲ୍ ଜରିଆରେ ଏନେଇ ସୂଚନା ଦିଆଯିବ। କର୍ମଚାରୀଙ୍କୁ ଛଟେଇ କରି ମସ୍କ କମ୍ପାନୀର ୮୨ ଆରବ ଟଙ୍କା ବଞ୍ଚାଇବାକୁ ଚାହୁଁଛନ୍ତି। ଏନେଇ କମ୍ପାନୀର ଏକ ଭିତିରିଆ ମେଲ୍‌ରୁ ଜଣାପଡିଛି।

Advertisment

ରଏଟର୍ସର ରିପୋର୍ଟ ମୁତାବକ, ଯେଉଁ କର୍ମଚାରୀଙ୍କୁ କମ୍ପାନୀରୁ ବାହାର କରାଯିବ ସେମାନଙ୍କୁ ବାରମ୍ବାର ମେଲ୍ ଜରିଆରେ ସୂଚିତ କରାଯିବ। ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ କମ୍ପାନୀ ଏହାର କାର୍ଯ୍ୟାଳୟକୁ ସାମୟିକ ଭାବେ ବନ୍ଦ କରିବ ଏବଂ କିଛି ସମୟ ପାଇଁ କର୍ମଚାରୀଙ୍କ ପ୍ରବେଶ ବନ୍ଦ ହୋଇଯିବ। ଯାହାଦ୍ୱାରା କୌଣସି ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହେବ ନାହିଁ। ତେବେ କର୍ମଚାରୀମାନଙ୍କୁ ଆଜି ସକାଳୁ ହିଁ ମେଲ୍ ମାଧ୍ୟମରେ ସେମାନଙ୍କ ସ୍ଥିତି ବିଷୟରେ ସୂଚନା ଦିଆଯିବା ଆରମ୍ଭ ହୋଇଯାଇଛି।

କେବଳ ସେତିକି ନୁହେଁ ବଡ ଧରଣର ଛଟେଇ ଯୋଗୁ ଟ୍ୱିଟର୍ ଅସ୍ଥାୟୀ ରୂପେ ଅଫିସକୁ ବନ୍ଦ କରିବ। ଏଥିସହ କର୍ମଚାରୀଙ୍କ ପାଖରେ ଥିବା ସମସ୍ତ ବ୍ୟାଜ୍ ପ୍ରବେଶ ପ୍ରତ୍ୟାହାର କରିନେବ। ଏହା କର୍ମଚାରୀଙ୍କ ସମେତ ଟ୍ୱିଟର ସିଷ୍ଟମ ଓ ଗ୍ରାହକଙ୍କ ଡାଟାକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବ।

Advertisment

ଏହାପୂର୍ବରୁ ଟୁଇଟରକୁ ୪୪ ବିଲିୟନ ଡଲାରରେ ମସ୍କ କିଣିବା କ୍ଷଣି ଟୁଇଟରର ସର୍ବୋଚ ପୋଷ୍ଟରେ ଥିବା କିଛି ଅଧିକାରୀଙ୍କୁ ନିଲମ୍ବିତ କରିଥିଲେ। ୨୦୨୧ ସୁଦ୍ଧା ଟୁଇଟରରେ ସାଢେ ୭ ହଜାର କର୍ମଚାରୀ ଥିଲେ। ସେଥରୁ ପାଖାପାଖି ୩ ହଜାର ୭୦୦ କର୍ମଚାରୀଙ୍କୁ ଛଟେଇ କରାଯିବା ନେଇ ସୂଚନା ମିଳିଛି।

ପୂର୍ବରୁ ମସ୍କ ଟୁଇଟରର ସିଇଓ ପରାଗ ଅଗ୍ରୱାଲଙ୍କ ସମେତ ୪ ଜଣ ଉଚ୍ଚପଦାଧିକାରୀଙ୍କୁ ନିଲମ୍ବିତ କରିଥିଲେ। ଏହା ପରେ ମସ୍କଙ୍କ ନୂଆ ପରାମର୍ଶଦାତା କମିଟି ଛଟେଇ ନେଇ ସୁପାରିଶ କରିଥିବା ସୂଚନା ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe