Advertisment

ମସ୍କଙ୍କ ନିୟନ୍ତ୍ରଣରେ ଟ୍ୱିଟର, ସିଇଓ ପରାଗ ଅଗ୍ରୱାଲ ବିଦା

ସାନ ଫ୍ରାନ୍ସିସକୋ: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଶେଷରେ ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ ସଂପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ଏହାର ଅର୍ଥ ମସ୍କ ଟ୍ୱିଟକୁ କିଣି ନେଇଛନ୍ତି। ପୂର୍ବରୁ ଡିଲ୍‌କୁ ନେଇ ପଛଘୁଞ୍ଚା ଦେଉଥିବା ମସ୍କ କୋର୍ଟଙ୍କ ତାଗିଦ ପରେ ୪୪ ବିଲିୟନ ଡଲାର ଦେଇ ଟ୍ୱିଟରକୁ ସଂପୂର୍ଣ୍ଣ ଭାବେ ଦଖଲ କରିଛନ୍ତି। ଏଥିସହ ସେ ମାଲିକାନା ହାସଲ କରିବା ପରେ ତୁରନ୍ତ କମ୍ପାନୀର ସିଇଓ ପରାଗ ଅଗ୍ରୱାଲଙ୍କୁ ତାଙ୍କ ପଦବୀରୁ […]

ମସ୍କଙ୍କ ନିୟନ୍ତ୍ରଣରେ ଟ୍ୱିଟର, ସିଇଓ ପରାଗ ଅଗ୍ରୱାଲ ବିଦା

CEO

Advertisment

ସାନ ଫ୍ରାନ୍ସିସକୋ: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଶେଷରେ ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ ସଂପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ଏହାର ଅର୍ଥ ମସ୍କ ଟ୍ୱିଟକୁ କିଣି ନେଇଛନ୍ତି। ପୂର୍ବରୁ ଡିଲ୍‌କୁ ନେଇ ପଛଘୁଞ୍ଚା ଦେଉଥିବା ମସ୍କ କୋର୍ଟଙ୍କ ତାଗିଦ ପରେ ୪୪ ବିଲିୟନ ଡଲାର ଦେଇ ଟ୍ୱିଟରକୁ ସଂପୂର୍ଣ୍ଣ ଭାବେ ଦଖଲ କରିଛନ୍ତି।

Advertisment

ଏଥିସହ ସେ ମାଲିକାନା ହାସଲ କରିବା ପରେ ତୁରନ୍ତ କମ୍ପାନୀର ସିଇଓ ପରାଗ ଅଗ୍ରୱାଲଙ୍କୁ ତାଙ୍କ ପଦବୀରୁ ବିଦା କରିଦେଇଛନ୍ତି। ଆମେରିକା ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି।

ମିଡିଆ ରିପୋର୍ଟ ମୁତାବକ, ଗୁରୁବାର ମସ୍କ ଟ୍ୱିଟକୁ କିଣିବା ପାଇଁ ଡିଲ୍‌ ଫାଇନାଲ କରିଥିଲେ। ସେ ଟ୍ୱିଟରକୁ ନିଜ ନିୟନ୍ତ୍ରଣକୁ ଆଣିବା ପରେ ସିଇଓ ପରାଗ ଅଗ୍ରୱାଲ, କମ୍ପାନୀର ମୁଖ୍ୟ ଆର୍ଥିକ କାରବାର ବୁଝୁଥିବା ଅଧିକାରୀ, ଆଇନ ନୀତି ଓ ସୁରକ୍ଷା ବିଭାଗର ମୁଖ୍ୟକୁ ବହିଷ୍କୃତ କରିଛନ୍ତି।

Advertisment

ପ୍ରଥମେ ଟ୍ୱିଟରକୁ କିଣିବା ପାଇଁ ମସ୍କ ୪୪ ବିଲିୟନ ଡଲାରର ଚୁକ୍ତି କରିଥିଲେ। ଏ ସମ୍ପର୍କରେ ସେ ଚଳିତ ବର୍ଷ ଏପ୍ରିଲ୍ ୧୩ରେ ଘୋଷଣା ବି କରିଥିଲେ। ତେବେ ସେ ପୁଣି ଏହି ଡିଲକୁ ଅଧାରୁ ଅଟକାଇ ଦେଇଥିଲେ। ଏହା ପରେ ଟ୍ୱିଟର ସିଇଓ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ମସ୍କଙ୍କୁ ଏହି ଡିଲ୍‌ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଅକ୍ଟୋବର ୨୭ ତାରିଖ ଯାଏ ସମୟ ଦେଇଥିଲେ।

ଡେଡ ଲାଇନର ଶେଷ ଦିନ ଅର୍ଥାତ ଅକ୍ଟୋବର ୨୭ରେ ମସ୍କ ବେଶ ନିଆରା ଢଙ୍ଗରେ ଟ୍ୱିଟର ଡିଲ୍‌ ଫାଇନାଲ କରିବାକୁ ଏହାର ଅଫିସରେ ପହଞ୍ଚିଥିଲେ। ସେ ହାତରେ ଗୋଟିଏ ୱାଶ ବେସିନ୍ ଧରି ଟ୍ୱିଟର କାର୍ଯ୍ୟାଳୟରେ ବୁଲୁଥିବା ଭିଡିଓ ସାମ୍ନାକୁ ଆସିଥିଲା। ସେହିପରି ସେ ଟ୍ୱିଟର କାର୍ଯ୍ୟାଳୟରେ କଫି ପିଉଥିବା ଫଟୋ ମଧ୍ୟ ଛାଡ଼ିଥିଲେ। ଏହି ଘଟଣା ପରେ ହିଁ ମସ୍କ ଟ୍ୱିଟର ସିଇଓ ପରାଗଙ୍କୁ ବିଦା କରିଥିବା ରିପୋର୍ଟ ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ମସ୍କଙ୍କ ସହ କାମ କରିବାକୁ ଚାହୁଁ ନଥିବା ଅନେକ ଟ୍ୱିଟର କର୍ମଚାରୀମାନେ ମଧ୍ୟ ପର୍ଯ୍ୟାୟକ୍ରମରେ କମ୍ପାନୀ ଛାଡ଼ିବା ଆରମ୍ଭ କରିଥିବା ମଧ୍ୟ ଖବର ମିଳିଛି। ତେବେ ଆହୁରି ଅନେକ କର୍ମଚାରୀ ଏବେ ବି କମ୍ପାନୀ ସହ ଜଡ଼ିତ ହୋଇ ରହିଛନ୍ତି। ସେମାନେ ମସ୍କଙ୍କ ସହ କାମ କରିବାକୁ ରାଜି ଥିବା କୁହାଯାଉଛି।

ଜ୍ୟାକ୍ ଡୋରସେ ଟ୍ୱିଟର ଛାଡ଼ିବା ପରେ ଗତବର୍ଷ ନଭେମ୍ବର୍‌ରେ ଭାରତର ପରାଗ ଅଗ୍ରୱାଲ କମ୍ପାନୀର ସିଇଓ ହୋଇଥିଲେ। ପରେ ଏଲନ ମସ୍କ ଟ୍ୱିଟଟରର ସିଂହ ଭାଗ ଶେୟାର କିଣିଥିଲେ। ଏହାପରେ ସେ ପୂରା ଟ୍ୱିଟରକୁ କିଣିବା ପାଇଁ ୪୪ ବିଲିୟନର ଡିଲ କରିଥିଲେ।

କିନ୍ତୁ ଟ୍ୱିଟର ପକ୍ଷରୁ ନକଲି ଆକାଉଣ୍ଟ ସମ୍ପର୍କରେ ତଥ୍ୟ ସାର୍ବଜନୀନ କରାଯାଉ ନଥିବାରୁ ମସ୍କ ଡିଲ ବାତିଲ କରିବାକୁ ଧମକ ଦେଇଥିଲେ। ସ୍ପାମ ଆକାଉଣ୍ଟର ତଥ୍ୟ ଦେଲେ ସେ ଡିଲ ଫାଇନାଲ କରିବେ ବୋଲି ସର୍ତ୍ତ ରଖିଥିଲେ। ଟ୍ୱିଟରରେ ସ୍ପାମ ଆକାଉଣ୍ଟର ସଂଖ୍ୟା ୫ ପ୍ରତିଶତରୁ କମ୍ ନହେବା ପର୍ଯ୍ୟନ୍ତ ଡିଲକୁ ଆଗକୁ ନେବେ ନାହିଁ ବୋଲି ଏଲନ୍ ମସ୍କ କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe