Advertisment

ଶକ୍ତିଶାଳୀ ନେତା ନରହିଲେ ପ୍ରତି ସହରରେ ‘ଅଫତାବ’ମାନେ ଜନ୍ମ ନେବେ: ହିମନ୍ତ ବିଶ୍ୱ ଶର୍ମା

ଅହମ୍ମଦାବାଦ: ଗୁଜରାଟରେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ପାରିପାଗ ସରଗରମ ଥିବା ବେଳେ ପ୍ରଚାର ମୈଦାନକୁ ଏଣ୍ଟ୍ରି ମାରିଛି ଦିଲ୍ଲୀର ହାଇପ୍ରୋଫିଲ ମର୍ଡ଼ର କେସ। ରାଜଧାନୀ ଦିଲ୍ଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ମର୍ଡ଼ର କେସକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି। ବିଜେପି ପାଇଁ ଷ୍ଟାରପ୍ରଚାରକ ସାଜିଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ,  ଯଦି ଦେଶରେ କୌଣସି ଶକ୍ତିଶାଳୀ ନେତା ନରହିବେ ତେବେ ପ୍ରତି ସହରରେ ଜଣେ ଜଣେ ଅଫତାବ ପୁନୱାଲା ଜନ୍ମ […]

ଅଦ୍ୟତନ ହୋଇଛି
କ’ଣ ଭାରତର ୫ଟି ରାଜଧାନୀ ରହିପାରିବ? କାହିଁକି ଏମିତି ପ୍ରସ୍ତାବ ଦେଲେ ଆସାମ ମୁଖ୍ୟମନ୍ତ୍ରୀ

Himant

Advertisment

ଅହମ୍ମଦାବାଦ: ଗୁଜରାଟରେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ପାରିପାଗ ସରଗରମ ଥିବା ବେଳେ ପ୍ରଚାର ମୈଦାନକୁ ଏଣ୍ଟ୍ରି ମାରିଛି ଦିଲ୍ଲୀର ହାଇପ୍ରୋଫିଲ ମର୍ଡ଼ର କେସ। ରାଜଧାନୀ ଦିଲ୍ଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ମର୍ଡ଼ର କେସକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି। ବିଜେପି ପାଇଁ ଷ୍ଟାରପ୍ରଚାରକ ସାଜିଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ,  ଯଦି ଦେଶରେ କୌଣସି ଶକ୍ତିଶାଳୀ ନେତା ନରହିବେ ତେବେ ପ୍ରତି ସହରରେ ଜଣେ ଜଣେ ଅଫତାବ ପୁନୱାଲା ଜନ୍ମ ହେବେ। ଆଉ ଆମେ ଆମ ସମାଜକୁ ରକ୍ଷା କରିବାରେ ଅକ୍ଷମ ହେବୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ଗୁଣଗାନ କରି ତାଙ୍କୁ କେନ୍ଦ୍ରରେ ତୃତୀୟଥର ପାଇଁ ସୁଯୋଗ ଦେବା ଉଚିତ ବୋଲି କହିଥିଲେ। ହତ୍ୟା ମାମଲାରେ ଅଫତାବ ସ୍ୱକାରୀ କରିଥିବା ଭୟଙ୍କର ବିବରଣୀରୁ ଏହା ଏକ ଲଭ ଜିହାଦ ବୋଲି ସଙ୍କେତ ମିଳୁଛି।

Advertisment

ହିନ୍ଦୁ ମହିଳାମାନଙ୍କୁ  ଇସଲାମ ଧର୍ମ ଗ୍ରହଣ କରିବାକୁ ପାଇଁ ଏହା ଏକପ୍ରକାର ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି। ଶ୍ରଦ୍ଧାକୁ  ମୁମ୍ବାଇରୁ ଦିଲ୍ଲୀ ନେଇ ଅଫତାବ  ଲଭ ଜିହାଦ ନାମରେ ୩୫ ଖଣ୍ଡ କରିଦେଇଛନ୍ତି ।  ସେ ମୃତ ଶରୀରକୁ ଫ୍ରିଜରେ ରଖିଥିଲା? ଫ୍ରିଜରେ ମୃତ ଦେହ ରଖିଥିଲା ବେଳେ ସେ ଆଉ ଜଣେ ଯୁବତୀଙ୍କୁ ଅଣି ତାଙ୍କ ସହ ଡେଟିଂ କରୁଥିଲେ। ଯଦି ଦେଶରେ ଜଣେ ଶକ୍ତିଶାଳୀ ନେତା ନ ରହିବେ  ତେବେ ପ୍ରତ୍ୟେକ ସହରରେ  ଏଭଳି  ଅଫାତାବମାନେ ଜନ୍ମ ନେବେ।   ଆଉ ଆମେ ଏ ସମାଜକୁ ରକ୍ଷା କରିପାରିବୁ ନାହିଁ ବୋଲି ସେ କହିଛନ୍ତି।

ତେଣୁ ୨୦୨୪ରେ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରାଯିବା ଅତ୍ୟନ୍ତ ଜରୁରୀ ବୋଲି ସେ କହିଥିଲେ। ସୂଚନା ଅନୁଯାୟୀ  ପ୍ରଥମେ ପ୍ରେମ ଏବଂ ପରେ ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକା ଶ୍ରଦ୍ଧା ସହ ଲିଭ୍‌ ଇନ୍‌ ରିଲେସନସିପରେ ରହୁଥିବା ଅଫତାବ ଶେଷ‌ରେ ତାକୁ ହତ୍ୟା କରିଛି।  ପ୍ରେମିକାକୁ ତଣ୍ଟି ଚିପି ମାରିବାପରେ ମର ଶରୀରକୁ କାଟି ୩୫ ଖଣ୍ଡ କରିଛି।

Advertisment

ଦୀର୍ଘ ୧୮ ଦିନ ଫ୍ରିଜ୍‌ରେ ଶରୀରର ବିଭିନ୍ନ ଅଂଶକୁ ରଖି ଧୀରେଧୀରେ ଏହାକୁ ନେଇ ଜଙ୍ଗଲରେ ବିଭିନ୍ନ ସ୍ଥାନରେ ଫିଙ୍ଗିଛି। ପୁନାୱାଲା ଶ୍ରଦ୍ଧାଙ୍କ ମର ଶରୀରକୁ ସାଇତି ରଖିବାପାଇଁ ୩୦୦ ଲିଟର କ୍ଷମତା ବିଶିଷ୍ଟ ନୂଆ ଫ୍ରିଜ୍‌ କିଣିଥିଲା। ସେହି ଫ୍ରିଜ୍‌ରେ ସେ ପ୍ରେମିକାର ମର ଶରୀରର କଟା ଅଂଶକୁ ରଖିଥିଲା ଏବଂ ପ୍ରତିଦିନ ରାତି ୨ଟାରେ ସେ ଏକ ପଲିବ୍ୟାଗ୍‌ରେ ମର ଶରୀରର କିଛି କିଛି କଟା ଅଂଶକୁ ଧରି ନିକଟସ୍ଥ ଜଙ୍ଗଲରେ ଫିଙ୍ଗିଥିଲା। ଏଥିପାଇଁ ତାକୁ ୧୮ ଦିନ ଲାଗିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe