Advertisment

ଯୁଦ୍ଧକୁ ବିରୋଧ: ରୁଷ ଟିଭି ଚାନେଲ କର୍ମଚାରୀଙ୍କ ସମୂହ ଲାଇଭ୍‌ ଇସ୍ତଫା

ନୂଆଦିଲ୍ଲୀ: ୟୁକ୍ରେନ୍‌ ଉପରେ ଘମାଘୋଟ୍‌ ‌ଆକ୍ରମଣ ବିରୋଧର ସ୍ୱର ତେଜିବାରେ ଲାଗିଛି। ଖୁଦ୍‌ ରୁଷରେ ମଧ୍ୟ ଯୁଦ୍ଧ ବିରୋଧୀ ଆନ୍ଦୋଳନ ମୁଣ୍ଡଟେକିଲାଣି। କିଛି ଦିନ ପୂର୍ବେ ୟୁକ୍ରେନ୍‌ ଉପରେ ଆକ୍ରମଣକୁ ବିରୋଧ କରି ହଜାର ହଜାର ଜନତା ରାସ୍ତାକୁ ଓହ୍ଲାଇ ଥିଲା ବେଳେ ଏବେ ଆଉ ଏକ ଅଦ୍ଭୁତ ପ୍ରକାର ଚିତ୍ର ଆସିଛି। ଯୁଦ୍ଧକୁ ବିରୋଧ କରି ରୁଷର ଏକ ଟେଲିଭିଜନ୍‌ ଚାନେଲର କର୍ମଚାରୀମରନେ ଲାଇଭ୍‌ ଆସି ସମୂହ ଇସ୍ତଫା ଦେଇଛନ୍ତି। ଶେଷ ପ୍ରସାରଣରେ ଯୁଦ୍ଧ ବନ୍ଦ […]

ଅଦ୍ୟତନ ହୋଇଛି
ଯୁଦ୍ଧକୁ ବିରୋଧ: ରୁଷ ଟିଭି ଚାନେଲ କର୍ମଚାରୀଙ୍କ ସମୂହ ଲାଇଭ୍‌ ଇସ୍ତଫା

tv-chenl

Advertisment

ନୂଆଦିଲ୍ଲୀ: ୟୁକ୍ରେନ୍‌ ଉପରେ ଘମାଘୋଟ୍‌ ‌ଆକ୍ରମଣ ବିରୋଧର ସ୍ୱର ତେଜିବାରେ ଲାଗିଛି। ଖୁଦ୍‌ ରୁଷରେ ମଧ୍ୟ ଯୁଦ୍ଧ ବିରୋଧୀ ଆନ୍ଦୋଳନ ମୁଣ୍ଡଟେକିଲାଣି। କିଛି ଦିନ ପୂର୍ବେ ୟୁକ୍ରେନ୍‌ ଉପରେ ଆକ୍ରମଣକୁ ବିରୋଧ କରି ହଜାର ହଜାର ଜନତା ରାସ୍ତାକୁ ଓହ୍ଲାଇ ଥିଲା ବେଳେ ଏବେ ଆଉ ଏକ ଅଦ୍ଭୁତ ପ୍ରକାର ଚିତ୍ର ଆସିଛି। ଯୁଦ୍ଧକୁ ବିରୋଧ କରି ରୁଷର ଏକ ଟେଲିଭିଜନ୍‌ ଚାନେଲର କର୍ମଚାରୀମରନେ ଲାଇଭ୍‌ ଆସି ସମୂହ ଇସ୍ତଫା ଦେଇଛନ୍ତି। ଶେଷ ପ୍ରସାରଣରେ ଯୁଦ୍ଧ ବନ୍ଦ ହେଉ ବୋଲି ଟିଭି ଚାନେଲର କର୍ମଚାମାରନେ ଦାବି କରିଥିଲେ। ରୁଷ୍‌ର ‘ଦୋଝଦ୍‌’ ଟେଲିଭିଜ୍‌ନ ଚାନେଲର କର୍ମାଚାରୀମାନେ ସମୂହ ଇସ୍ତଫା ଦେବା ପରେ ଏହାର ପ୍ରସାରଣ ବନ୍ଦ ହୋଇଯାଇଛି।

Advertisment

ଚାନେଲର ଅନ୍ୟତମ ପ୍ରତିଷ୍ଠାତା ନାଟାଲିଆ ସିନ୍‌ଡେଇଭା କହିଛନ୍ତି ଯେ, ଯୁଦ୍ଧ ବନ୍ଦ ହେଉ। ଶେଷ ପ୍ରସାରଣରେ ଷ୍ଟୁଡିଓର କର୍ମଚାରୀମାନେ ଏକାଠି ହୋଇ ଯୁଦ୍ଧ ବିରୋଧରେ ସ୍ୱର ଉଠାଇଥିଲେ। ଏହା ପରେ ଚାନେଲକୁ ଅନିନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ କରାଯାଇଛି ବୋଲି ଚାନେଲ କର୍ତ୍ତୃପକ୍ଷ କହିଛନ୍ତି। ତେବେ ଏହି ସମୂହ ଇସ୍ତଫା ବେଳର ଦୃଶ୍ୟକୁ ଟ୍ୱିଟରରେ ସେୟାର କରାଯାଇଛି। ଯାହକୁ ନେଇ ବିଭିନ୍ନ ପ୍ରତିକ୍ରିୟା ଆସୁଛି।

ତେବେ ଟିଭି କର୍ମଚାରୀମାନେ ଏକ ନାଟକୀୟ ଢଙ୍ଗରେ ଇସ୍ତଫା ଦେବା ଦେବା ପରେ ଉକ୍ତ ଟିଭି ଚାନେଲରେ  ‘ସ୍ୱାନ ଲେକ୍‌’ର ଦୃଶ୍ୟ ଅନ୍ତିମ ପ୍ଲେ କରାଯାଇଥିଲା । ୧୯୯୧ରେ ସୋଭିଏତ ସଂଘ ବିଭାଜନ ବେଳେ ଉକ୍ତ ଚାନେଲ ପକ୍ଷରୁ ସେତେବେଳେ ଏହି ଦୃଶ୍ୟ ପ୍ରସାରଣ କରାଯାଇ ଥିଲା।  ଯାହା ଏବେ ସୋଶାଲ ମିଡିଆରେ ବେଶ୍ ଭାଇରାଲ ହୋଇଛି। ଅନ୍ୟପକ୍ଷରେ ‘ଏଖୋ ଅଫ୍‌ ମସ୍କୋ’ ନାମକ ଏକ ରେଡିଓ ଚାନେଲରେ ୟୁକ୍ରେନ୍ ବିରୋଧରେ ଯୁଦ୍ଧ ଘଟଣାକୁ ପ୍ରସାରଣ କରାଯାଇଥିବାରୁ ଏହି ଚାନେଲର ଏୟାରକୁ ବନ୍ଦ କରି ଦିଆଯାଇଛି।  ରୁଷ ଗଣମାଧ୍ୟମ ଉପରେ ଅଙ୍କୁଶ ଲଗେଇବା ଆରମ୍ଭ ହୋଇଥିବାରୁ ଆମେରିକା ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ରୁଷ ଗଣମାଧ୍ୟମର ସ୍ୱାଧୀନତା ଉପରେ ଆକ୍ରମଣ କରୁଛି ବୋଲି ଆମେରିକା ଅଭିଯୋଗ ଆଣିଛି।

Advertisment
Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe