Advertisment

ଦିଲ୍ଲୀକୁ ଗ୍ୟାସ ଚ୍ୟାମ୍ବର କହିଲେ କେନ୍ଦ୍ରମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ପୁଣିଥରେ ସମସ୍ତଙ୍କ ଚିନ୍ତା ବଢ଼ାଛି। ପ୍ରଦୂଷଣର ମାତ୍ରା ବଢ଼ୁଥିବାରୁ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦର ଯାଦବ ସବୁ ଦୋଷୀ କ୍ଷମତାସୀନ ଆପ୍‌ ସରକାରଙ୍କୁ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆପ୍‌ ଦିଲ୍ଲୀକୁ ଗୋଟିଏ ଗ୍ୟାସ ଚ୍ୟାମ୍ବରରେ ପରିଣତ କରି ଦେଇଥିବା ସେ ଅଭିଯୋଗ କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି, ଆପ୍‌ ଦ୍ୱାରା ଶାସିତ ପଞ୍ଜାବରେ ଆଜି ସୁଦ୍ଧା ନଡ଼ା ଜାଳିବା ଘଟଣା ୨୦୨୧ ତୁଳନାରେ ୧୯% […]

ଦିଲ୍ଲୀକୁ ଗ୍ୟାସ ଚ୍ୟାମ୍ବର କହିଲେ କେନ୍ଦ୍ରମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ କେଜ୍ରିୱାଲ

Delhi

Advertisment

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ପୁଣିଥରେ ସମସ୍ତଙ୍କ ଚିନ୍ତା ବଢ଼ାଛି। ପ୍ରଦୂଷଣର ମାତ୍ରା ବଢ଼ୁଥିବାରୁ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦର ଯାଦବ ସବୁ ଦୋଷୀ କ୍ଷମତାସୀନ ଆପ୍‌ ସରକାରଙ୍କୁ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆପ୍‌ ଦିଲ୍ଲୀକୁ ଗୋଟିଏ ଗ୍ୟାସ ଚ୍ୟାମ୍ବରରେ ପରିଣତ କରି ଦେଇଥିବା ସେ ଅଭିଯୋଗ କରିଛନ୍ତି।

Advertisment

ସେ ଟ୍ୱିଟ କରି କହିଛନ୍ତି, ଆପ୍‌ ଦ୍ୱାରା ଶାସିତ ପଞ୍ଜାବରେ ଆଜି ସୁଦ୍ଧା ନଡ଼ା ଜାଳିବା ଘଟଣା ୨୦୨୧ ତୁଳନାରେ ୧୯% ବୃଦ୍ଧି ପାଇଛି। ହରିଆଣାରେ ଏହି ସଂଖ୍ୟା ୩୦.୬% ହ୍ରାସ ପାଇଛି। କେବଳ ଆଜି ପଞ୍ଜାବରେ ୩,୬୩୪ଟି ନଡ଼ା ଜାଳିବା ଘଟଣା ଘଟିଛି।

ତେଣୁ ଦିଲ୍ଲୀକୁ କିଏ ଗୋଟିଏ ଗ୍ୟାସ ଚ୍ୟାମ୍ବରରେ ପରିଣତ କରୁଛି, ତାହା ନିଃସନ୍ଦେହରେ କୁହାଯାଇ ପାରେ। ଆପ୍‌ ଯେଉଁଠି ଦୁର୍ନୀତି ସେଇଠି। ଗତ ୫ ବର୍ଷରେ କେନ୍ଦ୍ର ସରକାର ପଞ୍ଜାବକୁ ଫସଲ ପୋଡ଼ି ଘଟଣାକୁ ରୋକିବାକୁ ୧,୩୪୭ କୋଟି ଟଙ୍କା ଦେଇଛନ୍ତି।

Advertisment

ରାଜ୍ୟ ୧,୨୦,୦୦୦ ମେସିନ ଆଣିଛି। ତେବେ ଏହା ମଧ୍ୟରୁ ୧୧,୨୭୫ଟି ମେସିନର ପତ୍ତା ମିଳୁନି। ଅର୍ଥର ଉପଯୁକ୍ତ ବ୍ୟବହାର ହେଉ ପାରୁ ନଥିବା ସ୍ପଷ୍ଟ ହେଉଛି ବୋଲି ସେ କହିଛନ୍ତି।

ସେ ଆହୁରି ଦାବି କରିଛନ୍ତି ଯେ ଗତବର୍ଷ ୨୧୨ କୋଟି ଟଙ୍କା ରାଜ୍ୟ ଖର୍ଚ୍ଚ କରିପାରି ନଥିଲା। ଚଳିତ ବର୍ଷ ଫସଲ ପୋଡ଼ି ଜନିତ ବ୍ୟବସ୍ଥା ପାଇଁ କେନ୍ଦ୍ର ସରକାର ପଞ୍ଜାବକୁ ୨୮୦ କୋଟି ଟଙ୍କା ଦେଇଛନ୍ତି। ଏହାର ଅର୍ଥ ସମସ୍ୟାର ସମାଧାନ ପାଇଁ ପଞ୍ଜାବ ପାଖରେ ମୋଟ ୪୯୨ କୋଟି ଟଙ୍କା ଉପଲବ୍ଧ ରହିଛି।

କିନ୍ତୁ ରାଜ୍ୟ ସରକାର ଟଙ୍କା ଗଦା ଉପରେ ବସି ଅସହାୟ ଚାଷୀଙ୍କୁ ନଡ଼ା ପୋଡ଼ିବାକୁ ବାଧ୍ୟ କରୁଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ନିଜର ଗଡ଼ ସଙ୍ଗରୁରରେ ମଧ୍ୟ ଚାଷୀଙ୍କୁ ସହାୟତା ଦେବାକୁ ଅକ୍ଷମ ହୋଇଛନ୍ତି। ଗତବର୍ଷ (ସେପ୍ଟେମ୍ବର ୧୫ରୁ ନଭେମ୍ବର ୨) ସଙ୍ଗରୁରରେ ଚାଷ ଜନିତ ପୋଡ଼ି ୧୨୬୬ ରହିଥିଲା। ଚଳିତ ବର୍ଷ ଏହା ୧୩୯% ବୃଦ୍ଧି ପାଇ ୩,୦୨୫ରେ ପହଞ୍ଚିଥିବା ସେ ଦାବି କରିଛନ୍ତି।

ଦିଲ୍ଲୀର ଖରାପ ବାୟୁର ସ୍ତର ନଡ଼ା ପୋଡ଼ି ଯୋଗୁ ୩୨% ବଢ଼ିବା ଦିନ ହିଁ କେନ୍ଦ୍ର ପରିବେଶ ମନ୍ତ୍ରୀ ଏପରି କଥା କହିଛନ୍ତି। ଗତ ୨ ବର୍ଷ ମଧ୍ୟରେ ଦିଲ୍ଲୀର ବାୟୁ ଚଳିତ ବର୍ଷ ସବୁଠାରୁ ଅଧିକ ପ୍ରଦୂଷିତ ହୋଇଛି। ଏହା ଲୋକଙ୍କ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି କରିଛି।


ଅନ୍ୟପକ୍ଷରେ କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କ ଏପରି ଅଭିଯୋଗ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ଆପ ଆବାହକ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ କହିଛନ୍ତି, ପ୍ରଦୂଷଣ ପୂରା ଉତ୍ତର ଭାରତର ସମସ୍ୟା। ଉତ୍ତର ପ୍ରଦେଶ, ହରିଆଣା, ରାଜସ୍ଥାନ, ମଧ୍ୟପ୍ରଦେଶ ଭଳି ରାଜ୍ୟରେ ବାୟୁର ଗୁଣବତ୍ତା ସୂଚକାଙ୍କ ପ୍ରାୟତଃ ସମାନ। କ’ଣ ଦିଲ୍ଲୀ-ପଞ୍ଜାବ ପୂରା ଦେଶରେ ପ୍ରଦୂଷଣକୁ ବଢ଼ାଇଛନ୍ତି?

ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କାହିଁକି ସବୁ ରାଜ୍ୟକୁ ନେଇ ବୈଠକ ଡାକୁ ନାହାନ୍ତି? ଚାଷୀମାନେ ଆନ୍ଦୋଳନ କରୁଥିବାରୁ ସେମାନଙ୍କୁ କେନ୍ଦ୍ର ସରକାର ସହଯୋଗ କରୁ ନାହାନ୍ତି। ସେମାନଙ୍କ ନାଁରେ ଏଫଆଇଆର ରୁଜୁ କରାଯାଉଛି। ନଡ଼ା ଜାଳିବା ଘଟଣାକୁ ନେଇ ଆମେ ଦେଇଥିବା ପ୍ରସ୍ତାବକୁ ମଧ୍ୟ କେନ୍ଦ୍ର ସରକାର ଖାରଜ କରିଛନ୍ତି। ଏହି ପ୍ରସଙ୍ଗରେ କେବଳ ରାଜନୀତି କରାଯାଉଛି। କେହି ବି ସମସ୍ୟାର ସମାଧାନ କରିବାକୁ ଚାହୁଁ ନଥିବା କେଜ୍ରିୱାଲ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe