Advertisment

ୟୁକ୍ରେନ ସମର୍ଥନରେ ମଇଦାନକୁ ଓହ୍ଲାଇବ ୟୁରୋପ, ରୁଷ ପ୍ରତି ବଢ଼ିଲା ଚାଲେଞ୍ଜ

ନୂଆଦିଲ୍ଲୀ: ୟୁକ୍ରେନ ଏବଂ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଅଧିକ ଭୟଙ୍କର ହୋଇପାରେ। କାରଣ ୟୁକ୍ରେନ ସମର୍ଥନରେ ଲଢ଼େଇ ମଇଦାନରେ ସିଧାସଳଖ ୟୁରୋପ ଓହ୍ଲାଇବ ବୋଲି ସଙ୍କେତ ଦେଇଛି। ଅର୍ଥାତ ୟୁକ୍ରେନ୍‌କୁ ଯୁଦ୍ଧ ବିମାନ ପଠାଇବାକୁ ରାଜି ହୋଇଛି ୟୁରୋପ। ୟୁକ୍ରେନର ଯୁଦ୍ଧ ସହାୟତା ନେଇ ନିବେଦନ ପରେ ୟୁରୋପ ଯୁଦ୍ଧ ବିମାନ ପଠାଇବାକୁ ସବୁଜ ସଙ୍କେତ ଦେଇଛି। ଏ ସମ୍ପର୍କରେ ୟୁରୋପୀୟ ବୈଦେଶିକ ନୀତି ମୁଖ୍ୟ ଜୋସେପ ବୋରେଲ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି […]

author-image
Tapas Behera
ଅଦ୍ୟତନ ହୋଇଛି
ଯୁଦ୍ଧଖୋର ଶାସକଙ୍କୁ ଆଦିମ ମଣିଷର ପ୍ରଶ୍ନ, ‘ଏ ପୃଥିବୀ ରହିବ ତ?’

war

ନୂଆଦିଲ୍ଲୀ: ୟୁକ୍ରେନ ଏବଂ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଅଧିକ ଭୟଙ୍କର ହୋଇପାରେ। କାରଣ ୟୁକ୍ରେନ ସମର୍ଥନରେ ଲଢ଼େଇ ମଇଦାନରେ ସିଧାସଳଖ ୟୁରୋପ ଓହ୍ଲାଇବ ବୋଲି ସଙ୍କେତ ଦେଇଛି। ଅର୍ଥାତ ୟୁକ୍ରେନ୍‌କୁ ଯୁଦ୍ଧ ବିମାନ ପଠାଇବାକୁ ରାଜି ହୋଇଛି ୟୁରୋପ। ୟୁକ୍ରେନର ଯୁଦ୍ଧ ସହାୟତା ନେଇ ନିବେଦନ ପରେ ୟୁରୋପ ଯୁଦ୍ଧ ବିମାନ ପଠାଇବାକୁ ସବୁଜ ସଙ୍କେତ ଦେଇଛି। ଏ ସମ୍ପର୍କରେ ୟୁରୋପୀୟ ବୈଦେଶିକ ନୀତି ମୁଖ୍ୟ ଜୋସେପ ବୋରେଲ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ରୁଷ ସେନା ବିରୋଧରେ ୟୁରୋପ ଯୁଦ୍ଧ ଜାହାଜ ପଠାଇବ। ଆମେ ଯୁଦ୍ଧାସ୍ତ୍ରକୁ ନେଇ ଚିନ୍ତିତ ନୁହଁ। କିନ୍ତୁ ଯୁଦ୍ଧ କ୍ଷେତ୍ରକୁ ଯୁଦ୍ଧାସ୍ତ୍ର ପଠାଯିବ ବୋଲି ସେ କହିଛନ୍ତି। ସେହିପରି ୟୁକ୍ରେନ୍‌ ରାଜଧାନୀ କିଭ୍‌ରେ ଏୟାର ରେଡ୍‌ ନେଇ ଆଲର୍ଟ କରାଯାଇଛି।

Advertisment

ତୁରନ୍ତ ନାଗରିକମାନଙ୍କୁ ସୁରକ୍ଷାସ୍ଥାନ ଅର୍ଥାତ ଆଶ୍ରୟସ୍ଥଳକୁ ଚାଲିଯିବାକୁ ସତର୍କ କରାଯାଇଛି।  ୟୁକ୍ରେନ୍‌ ସରକାରଙ୍କ ପକ୍ଷରୁ ଏହି ସତର୍କ କରାଯାଇଛି। ଅନ୍ୟପଟେ ରୁଷ-ୟୁକ୍ରେନ୍‌ ସଙ୍କଟ ନେଇ ତୀବ୍ର ସମାଲୋଚିତ ହୋଇଥିବା ନାଟୋ ମଧ୍ୟ ଆକ୍ସନମୁଡକୁ ଆସିଛି। ନାଟୋର ସଚିବ ଜେନେରାଲ ଜେନ୍ସ ଷ୍ଟୋଲଟେନ୍‌ ବାର୍ଗ କହିଛନ୍ତି ଯେ, ନାଟୋର ସହଯୋଗୀ ରାଷ୍ଟ୍ରମାନେ ୟୁକ୍ରେନ୍‌କୁ ସାମରିକ ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଅଛନ୍ତି।

ପ୍ରତିରକ୍ଷା ମିଶାଇଲ ବିମାନ, ଅସ୍ତ୍ରଶସ୍ତ୍ର ନିରୋଧି ଟ୍ୟାଙ୍କ, ଆର୍ଥିକ ଏବଂ ମାନବିକତା ଦୃଷ୍ଟିରୁ ସମସ୍ତ ସହଯୋଗ କରାଯିବ ବୋଲି ସେ ପ୍ରତିଶ୍ରୁତ ଦେଇଛନ୍ତି।  ତେବେ ରୁଷର ଆକ୍ରମଣ ପରଠାରୁ ୪,୫୦୦ ରୁଷୀୟ ସୈନ୍ୟଙ୍କ ମୃତ୍ୟୁ ଘଟିଥିବା ୟୁକ୍ରେନ୍‌ ଦାବି କରିଛି। ଅନ୍ୟପକ୍ଷରେ ୟୁକ୍ରେନ୍‌ରେ ୧୦୨ ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ଜାତିସଂଘ କହିଛି। ମୃତକଙ୍କ ମଧ୍ୟରେ ୭ ଜଣ ଛୋଟ ପିଲା ଥିବା ଜାତିସଂଘ କହିଛି।

Advertisment