Advertisment

୧୨ ବର୍ଷର ପୁଅକୁ ଗ୍ୟାଙ୍ଗରେପ୍‌ କରି ଦରମରା କରି ଛାଡ଼ିଲେ

ନୂଆଦିଲ୍ଲୀ : ଯୌନ ରାକ୍ଷସଙ୍କ ମାନସିକ ବିକୃତି  କେତେ ଭୟଙ୍କର ହୋଇପାରେ ତାର ଏକ ଦୃଷ୍ଟାନ୍ତ ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି। ଆଗରୁ ଝିଅମାନେ ଦୁଷ୍କର୍ମର ଶିକାର ହୋଇ ଆସୁଥିବା ବେଳେ ଏବେ ଜଣେ ଛୋଟ ପୁଅ ସହ ଘଟିଛି ପାଶବିକ ଅତ୍ୟାଚାର। ରାଜଧାନୀ ଦିଲ୍ଲୀରେ ଜଣେ ୧୨ ବର୍ଷର ବାଳକ ଗଣ ଦୁଷ୍କର୍ମର ଶିକାର ହେବା ଆଲୋଡ଼ନ ସୃଷ୍ଟି କରିଛି।  ସମ୍ପୃକ୍ତ ପୁଅକୁ ୪ ଜଣ ପୁରୁଷ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।  କେବଳ ସେତିକି […]

୧୨ ବର୍ଷର ପୁଅକୁ ଗ୍ୟାଙ୍ଗରେପ୍‌ କରି ଦରମରା କରି ଛାଡ଼ିଲେ

male

Advertisment

ନୂଆଦିଲ୍ଲୀ : ଯୌନ ରାକ୍ଷସଙ୍କ ମାନସିକ ବିକୃତି  କେତେ ଭୟଙ୍କର ହୋଇପାରେ ତାର ଏକ ଦୃଷ୍ଟାନ୍ତ ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି। ଆଗରୁ ଝିଅମାନେ ଦୁଷ୍କର୍ମର ଶିକାର ହୋଇ ଆସୁଥିବା ବେଳେ ଏବେ ଜଣେ ଛୋଟ ପୁଅ ସହ ଘଟିଛି ପାଶବିକ ଅତ୍ୟାଚାର। ରାଜଧାନୀ ଦିଲ୍ଲୀରେ ଜଣେ ୧୨ ବର୍ଷର ବାଳକ ଗଣ ଦୁଷ୍କର୍ମର ଶିକାର ହେବା ଆଲୋଡ଼ନ ସୃଷ୍ଟି କରିଛି।  ସମ୍ପୃକ୍ତ ପୁଅକୁ ୪ ଜଣ ପୁରୁଷ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।  କେବଳ ସେତିକି ନୁହଁ ଦୁଷ୍କର୍ମ ପରେ ପୀଡ଼ିତକୁ ବାଡ଼ିରେ ପିଟି ଦରମରା କରି ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିବା ଜଣାପଡ଼ିଛି। ଦିଲ୍ଲୀ ମହିଳା କମିଶନ ସ୍ୱାତି ମାଲିୱାଲ ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି।

Advertisment

ଏନେଇ ସେ ଟ୍ୱିଟ କରି ଘଟଣାର କଡ଼ା ନିନ୍ଦା କରିବା ସହ ଦିଲ୍ଲୀ ବି ପୁଅମାନଙ୍କ ପାଇଁ ନିରାପଦ ନୁହଁ ବୋଲି କହିଛନ୍ତି । ସ୍ୱାତୀ କହିଛନ୍ତି ଯେ, କମିଶନଙ୍କ ଏକ ମହିଳା ଟିମ୍ ଏହି ଘଟଣାରୁ ଅନୁଧ୍ୟାନ କରୁଛି। ଏଥିପାଇଁ ଦିଲ୍ଲୀ ପୁଲିରେ ଏକ ଏତଲା ରୁଜୁ କରିଛି।
https://twitter.com/SwatiJaiHind/status/1573970321199476737?s=20&t=xN76vqyzj9LZxCYNjK8Uvg

ସ୍ୱାତୀ ଲେଖିଛନ୍ତି ଯେ, ଦିଲ୍ଲୀରେ ମହିଳାମାନଙ୍କ କଥା ଛାଡ଼ନ୍ତୁ ପୁଅମାନେ ବି ସୁରକ୍ଷିତ ନୁହନ୍ତି। ଜଣେ ୧୨ ବର୍ଷ ବାଳକକୁ ୪ ଜଣ ଅମାନୁଷିକଭାବେ ଦୁଷ୍କର୍ମ କରିବା ସହ ତାଙ୍କୁ ଅତି ନିଷ୍ଠୁର ଭାବେ ପିଟାମରା ମଧ୍ୟ କରିଛନ୍ତି।ତାଙ୍କୁ ଦରମରା ଅବସ୍ଥାରେ ଅଭିଯୁକ୍ତମାନେ ଛାଡ଼ି ପଳାଇବା ଅତ୍ୟନ୍ତ ନିନ୍ଦାଜନକ। ଆମ ଟିମ ଦିଲ୍ଲୀ ପୁଲିସରେ ଏକ ଏତଲା ରୁଜୁ କରିଛି। ତେବେ ଏହି ଘଟଣାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଏବେ ବି ୩ ଜଣ ଫେରାର ଅଛନ୍ତି। ଏ ସମ୍ପର୍କରେ ଦିଲ୍ଲୀ ମହିଳା କମିଶନ ଦିଲ୍ଲୀ ପୁଲିସକୁ ଏକ ନୋଟିସ୍ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe