Advertisment

ରୁଷ-ୟୁକ୍ରେନ ଯୁଦ୍ଧ: ଉତ୍ସାହିତ ହେଲେ ପାକ୍‌ ପ୍ରଧାନମନ୍ତ୍ରୀ

ଇସଲାମାବାଦ: ଗୋଟିଏ ପଟେ ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବା ବେଳେ ଅନ୍ୟପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମସ୍କୋରେ ପହଞ୍ଚିଛନ୍ତି। ତାଙ୍କୁ ରୁଷ କର୍ତ୍ତୃପକ୍ଷ ବିମାନବନ୍ଦରରେ ସ୍ୱାଗତ କରିବା ବେଳେ ସେ ବେଶ ଖୁସି ହୋଇ ଉଠିଛନ୍ତି। ଏବେ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଇମ୍ରାନ ଖାନ ବେଶ ଉତ୍ସାହିତ ବୋଲି ବୟାନ ଦେଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ଭାରତ ସମେତ ପୂରା ବିଶ୍ୱ ରୁଷ-ୟୁକ୍ରେନ ଯୁଦ୍ଧକୁ […]

author-image
Hemant Lenka
ଅଦ୍ୟତନ ହୋଇଛି
ଘର ଭିତରୁ ଝଟକା ଖାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ଗାଦି ଟଳମଳ  

Imran

ଇସଲାମାବାଦ: ଗୋଟିଏ ପଟେ ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବା ବେଳେ ଅନ୍ୟପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମସ୍କୋରେ ପହଞ୍ଚିଛନ୍ତି। ତାଙ୍କୁ ରୁଷ କର୍ତ୍ତୃପକ୍ଷ ବିମାନବନ୍ଦରରେ ସ୍ୱାଗତ କରିବା ବେଳେ ସେ ବେଶ ଖୁସି ହୋଇ ଉଠିଛନ୍ତି।

Advertisment

ଏବେ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଇମ୍ରାନ ଖାନ ବେଶ ଉତ୍ସାହିତ ବୋଲି ବୟାନ ଦେଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି।

ଭାରତ ସମେତ ପୂରା ବିଶ୍ୱ ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି। ସମସ୍ତେ ଶାନ୍ତି ପ୍ରତିଷ୍ଠା ପାଇଁ ଅପିଲ ମଧ୍ୟ କରୁଛନ୍ତି। ହେଲେ ପାକ୍‌ ପ୍ରଧାନମନ୍ତ୍ରୀଙ୍କ ଏପରି ବୟାନ ବିଶ୍ୱବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି।

Advertisment

ପ୍ରଥମଥର ପାଇଁ ରୁଷ ସହ ଦ୍ୱିପାକ୍ଷିକ ଆଲୋଚନା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସେଠାକୁ ଯାଇଛନ୍ତି। ମସ୍କୋରେ ଅବତରଣ କରିବା ପରେ ସେ କହିଛନ୍ତି ଯେ “ବେଶ ଚମତ୍କାର ସମୟରେ ମୁଁ ଏଠାକୁ ଆସିଛି, ମୁଁ ବେଶ ଉତ୍ସାହିତ।” ରୁଷ ଅଧିକାରୀଙ୍କୁ ସେ ଏକଥା କହୁଥିବା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।


ଦୀର୍ଘ ଦୁଇ ଦଶନ୍ଧି ପରେ କୌଣସି ପାକ ପ୍ରଧାନମନ୍ତ୍ରୀ ଏପରି ରୁଷ ଗସ୍ତ କରିଛନ୍ତି। ଇମ୍ରାନ ଖାନ ସେଠାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦୁଇ ପାକ୍ଷିକ ଆଲୋଚନା କରିବେ। ରୁଷ ଓ ପାକିସ୍ତାନ ସମ୍ପର୍କକୁ ଅଧିକ ଶକ୍ତିଶାଳୀ କରିବାକୁ ସେ ଉଦ୍ୟମ କରିବେ ବୋଲି କୁହାଯାଉଛି।

ୟୁକ୍ରେନକୁ ଉପରେ ରୁଷ ହମଲା କରୁଥିବାରୁ ଆମେରିକା ସମେତ ବିଭିନ୍ନ ପଶ୍ଚିମ ଦେଶ ମସ୍କୋ ଉପରେ ବ୍ୟବସାୟିକ ଓ ଆର୍ଥିକ କଟକଣା ଲଗାଇଛନ୍ତି। ଏପରି ଏକ ସ୍ଥିତିରେ ଇମ୍ରାନ ଖାନ ରୁଷରେ ପହଞ୍ଚିଛନ୍ତି। ସେ ରୁଷରେ ପହଞ୍ଚିବା ପୂର୍ବରୁ ଆମେରିକା ତାଙ୍କୁ ଅନେକ ପରାମର୍ଶ ଦେଇଛି। ଇମ୍ରାନ ଖାନ ବିଶ୍ୱର ଅନ୍ୟ ରାଷ୍ଟ୍ରାର ନେତାଙ୍କ ଭଳି ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଶାନ୍ତି ପ୍ରତିଷ୍ଠା ପାଇଁ ବୁଝାଇବା ଉଚିତ ବୋଲି ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି।

Russia-Ukraine War