Advertisment

ଡାକ୍ତରଙ୍କୁ ଧମକ: 'ହିନ୍ଦୁଙ୍କ ପାଇଁ କାମ କରୁଛ, ମୁଣ୍ଡଗଣ୍ଡି ଅଲଗା କରିଦେବୁ'

ଲକ୍ଷ୍ନୌ: ‘ହିନ୍ଦୁଙ୍କ ପାଇଁ କାମ କରୁଛ। ମୁଣ୍ଡରୁ ଗଣ୍ଡି ଅଲଗା କରିଦେବୁ।’ ଉତ୍ତରପ୍ରଦେଶ ଲୋହିଆ ନଗର ଗାଜିଆବାଦରେ ରହୁଥିବା ଜଣେ ଡାକ୍ତରଙ୍କୁ ଏଭଳି କିଛି ଧମକ ମିଳିଛି। ଏନେଇ ଡାକ୍ତର ସିହାନି ଗେଟ୍‌ ପୁଲିସ ଷ୍ଟେସରେ ଅଭିଯୋଗ କରିଛି। ଅଭିଯୋଗ ଆଧାରରେ ପୁଲିସ ସାଇବର୍‌ ସେଲ୍‌ରେ ସାହାଯ୍ୟରେ ମାମଲାର ତଦନ୍ତ ଆରମ୍ଭ କରିଛି। ଲୋହିଆ ନଗରର ଆମ୍ବେଦକର କଲୋନୀରେ ରହୁନ୍ତି ପୀଡିତା ଡାକ୍ତର  ଅରବିନ୍ଦ ବତ୍ସ। ଲୋହିଆ ନଗର ଆଉଟପୋଷ୍ଟ ନିକଟରେ ତାଙ୍କର ଏକ କ୍ଲିନିକ ଅଛି, […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଡାକ୍ତରଙ୍କୁ ଧମକ: 'ହିନ୍ଦୁଙ୍କ ପାଇଁ କାମ କରୁଛ, ମୁଣ୍ଡଗଣ୍ଡି ଅଲଗା କରିଦେବୁ'

threat-to-behead

ଲକ୍ଷ୍ନୌ: 'ହିନ୍ଦୁଙ୍କ ପାଇଁ କାମ କରୁଛ। ମୁଣ୍ଡରୁ ଗଣ୍ଡି ଅଲଗା କରିଦେବୁ।' ଉତ୍ତରପ୍ରଦେଶ ଲୋହିଆ ନଗର ଗାଜିଆବାଦରେ ରହୁଥିବା ଜଣେ ଡାକ୍ତରଙ୍କୁ ଏଭଳି କିଛି ଧମକ ମିଳିଛି। ଏନେଇ ଡାକ୍ତର ସିହାନି ଗେଟ୍‌ ପୁଲିସ ଷ୍ଟେସରେ ଅଭିଯୋଗ କରିଛି। ଅଭିଯୋଗ ଆଧାରରେ ପୁଲିସ ସାଇବର୍‌ ସେଲ୍‌ରେ ସାହାଯ୍ୟରେ ମାମଲାର ତଦନ୍ତ ଆରମ୍ଭ କରିଛି।

Advertisment

ଲୋହିଆ ନଗରର ଆମ୍ବେଦକର କଲୋନୀରେ ରହୁନ୍ତି ପୀଡିତା ଡାକ୍ତର  ଅରବିନ୍ଦ ବତ୍ସ। ଲୋହିଆ ନଗର ଆଉଟପୋଷ୍ଟ ନିକଟରେ ତାଙ୍କର ଏକ କ୍ଲିନିକ ଅଛି, ଯେଉଁଠି ସେ ପ୍ରାୟ ୨୪ ବର୍ଷ ଧରି ପ୍ରାକ୍ଟିସ କରୁଛନ୍ତି। ଏହା ବ୍ୟତୀତ ସେ ହିନ୍ଦୁ ସଂଗଠନ ସହ ମଧ୍ୟ ଜଡିତ। ସେ ହିନ୍ଦୁ ସ୍ୱାଭିମାନ ମଞ୍ଚର ଉତ୍ତରପ୍ରଦେଶ ଓ ବିହାର ରାଜ୍ୟ ପ୍ରଭାରୀ ଅଟନ୍ତି।

ଅଭିଯୋଗ ମୁତାବକ, ଅଭିଯୁକ୍ତମାନେ ଡାକ୍ତରଙ୍କ ହ୍ୱାଟସ୍‌ଆପ୍‌ ନମ୍ବରକୁ ଅନେକ ଥର ଫୋନ୍‌ କଲ୍‌ କରିଥିଲେ। ପ୍ରଥମେ ସେପ୍ଟେମ୍ବର ୧ ତାରିଖରେ ଫୋନ୍‌ କଲ୍‌ ଆସିଥିଲା। କିନ୍ତୁ ସେ ଶୋଇ ପଡିଥିଲେ। ସେଦିନ ରାତିରେ ପୁଣି ଫୋନ୍‌ କଲ୍‌ ଆସିଥିଲା କିନ୍ତୁ କଥା ହୋଇପାରି ନଥିଲେ। ପରଦିନ ସକାଳେ ଯେତେବେଳେ ଡାକ୍ତର ତାଙ୍କୁ  କଲ୍‌ ବ୍ୟାକ୍‌ କରିଥିଲେ, ଅଭିଯୁକ୍ତ ଉଠାଇ ନଥିଲେ। ସେପ୍ଟେମ୍ବର ୨ ତାରିଖରେ ଅଭିଯୁକ୍ତ ତୃତୀୟ ଥର ପାଇଁ ତାଙ୍କୁ ଫୋନ୍‌ କରିଥିଲେ ଓ  ତାଙ୍କୁ ଧମକ ଦେଇଥିଲେ। କେବଳ ଏତିକି ନୁହେଁ ସେପ୍ଟେମ୍ବର ୭ ତାରିଖରେ ମଧ୍ୟ ଚତୁର୍ଥ ଥର ପାଇଁ ଫୋନ୍‌ରେ ତାଙ୍କୁ ଧମକ ମିଳିଥିବା ପୀଡିତ ଡାକ୍ତର କହିଛନ୍ତି।

Advertisment

ଡାକ୍ତରଙ୍କ ନାଁ ନେଇ ଅଭିଯୁକ୍ତ କହିଥିଲା, ' ତୁମେ ହିନ୍ଦୁ ସଙ୍ଗଠନ ପାଇଁ କାମ କରୁଛ, ତେଣୁ ତୁମ ମୁଣ୍ଡରୁ ଗଣ୍ଡି ଅଲଗା କରିଦିଆଯିବ। ତୁମେ କ୍ରମାଗତ ଭାବରେ ଟ୍ରାକ୍ କରାଯାଉଛ। ତୁମକୁ କେହି ବଞ୍ଚାଇ ପାରିବେ ନାହିଁ।' ଡାକ୍ତର ଓ ଅଭିଯୁକ୍ତଙ୍କ ମଧ୍ୟରେ ଏହି ବାର୍ତ୍ତାଳାପ ପ୍ରାୟ ପାଞ୍ଚ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ଏହି କଥାବାର୍ତ୍ତା ବେଳେ ଅଭିଯୁକ୍ତ ଡାକ୍ତରଙ୍କୁ ଅନେକ ଥର ଧମକ ଦେଇଥିବା ଅଭିଯୋଗ ହୋଇଛି। ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ପ୍ରଥମିକ ତଦନ୍ତରୁ ଆମେରିକାରୁ ଏହି ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସିଥିବା ପୁଲିସ କହିଛି।