Advertisment

ବିମାନ ଭିତରେ ଆଉ ମାସ୍କ ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ: ବିମାନରେ ଯାତ୍ରା କରିବା ବେଳେ ଆଉ ମାସ୍କ ବାଧ୍ୟତାମୂଳକ ନୁହେଁ। କିନ୍ତୁ ଯାତ୍ରୀମାନେ ଚାହିଁଲେ ନିଜର ସୁରକ୍ଷା ପାଇଁ ମାସ୍କର ବ୍ୟବହାର କରିପାରିବେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଆଜି କୁହାଯାଇଛି। ମହାମାରୀ କରୋନାର ପ୍ରକୋପ କମିବାରୁ ବିଭିନ୍ନ ସ୍ଥାନରେ ମାସ୍କ ପିନ୍ଧିବା ବ୍ୟବସ୍ଥାକୁ କୋହଳ କରାଯାଇଥିଲା। ହେଲେ ଏଯାଏ ବିମାନ କିମ୍ବା ଏୟାରପୋର୍ଟରେ ମାସ୍କ ପିନ୍ଧିବା ନିଷ୍ପତ୍ତି କୋହଳ ହୋଇ ନଥିଲା। କିନ୍ତୁ ଏବେ ଠାରୁ ବିମାନ ଭିତରେ ଓ ଏୟାରପୋର୍ଟରେ […]

ବିମାନ ଭିତରେ ଆଉ ମାସ୍କ ବାଧ୍ୟତାମୂଳକ ନୁହେଁ

airport

Advertisment

ନୂଆଦିଲ୍ଲୀ: ବିମାନରେ ଯାତ୍ରା କରିବା ବେଳେ ଆଉ ମାସ୍କ ବାଧ୍ୟତାମୂଳକ ନୁହେଁ। କିନ୍ତୁ ଯାତ୍ରୀମାନେ ଚାହିଁଲେ ନିଜର ସୁରକ୍ଷା ପାଇଁ ମାସ୍କର ବ୍ୟବହାର କରିପାରିବେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଆଜି କୁହାଯାଇଛି।

Advertisment

ମହାମାରୀ କରୋନାର ପ୍ରକୋପ କମିବାରୁ ବିଭିନ୍ନ ସ୍ଥାନରେ ମାସ୍କ ପିନ୍ଧିବା ବ୍ୟବସ୍ଥାକୁ କୋହଳ କରାଯାଇଥିଲା। ହେଲେ ଏଯାଏ ବିମାନ କିମ୍ବା ଏୟାରପୋର୍ଟରେ ମାସ୍କ ପିନ୍ଧିବା ନିଷ୍ପତ୍ତି କୋହଳ ହୋଇ ନଥିଲା। କିନ୍ତୁ ଏବେ ଠାରୁ ବିମାନ ଭିତରେ ଓ ଏୟାରପୋର୍ଟରେ ମଧ୍ୟ ମାସ୍କ ପିନ୍ଧିବା ନିୟମକୁ ପ୍ରତ୍ୟାହାର କରି ନିଆଯାଇଛି।

ମନ୍ତ୍ରଣାଳୟ ପକ୍ଷରୁ ଆଜି କୁହାଯାଇଛି ଯେ ବିମାନରେ ଯାତ୍ରା କରିବା ସମୟରେ ମାସ୍କ ପିନ୍ଧିବା ଜରୁରୀ କି ନୁହେଁ, ସେ ବିଷୟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହ ଆଲୋଚନା କରାଯାଇଥିଲା। ଏହାପରେ ସମସ୍ତ ପ୍ରକାରର ବିମାନ ଯାତ୍ରା ସମୟରେ ଲାଗୁ ହେଉଥିବା ମାସ୍କ ପରିଧାନ ନିୟମକୁ ପ୍ରତ୍ୟାହାର କରାଯାଇଛି।

Advertisment

ଏଣିକି ବିମାନ ଯାତ୍ରା ସମୟରେ କର୍ତ୍ତୃପକ୍ଷ ଆଉ ମାସ୍କ ନ ପିନ୍ଧିଲେ ଫାଇନ କିମ୍ବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଘୋଷଣା କରିବେ ନାହିଁ। ସେମାନେ କେବଳ କରୋନା ଭାଇରସ ଭୟରୁ ସୁରକ୍ଷା ପାଇଁ ଯାତ୍ରୀମାନେ ଚାହିଁଲେ ମାସ୍କ କିମ୍ବା ଫେସ କଭର ବ୍ୟବହାର କରିପାରିବେ ବୋଲି ଘୋଷଣା କରିବେ। ନିର୍ଦ୍ଦିଷ୍ଟ ଭାବେ ଫାଇନ ସମ୍ପର୍କରେ ଆଉ ଘୋଷଣା କରାଯିବନି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe