Advertisment

ଟିକାକୁ ନେଇ ଭୁଲ୍ ତଥ୍ୟ ଦେଉଥିବା ଫେସବୁକ ଓ ଇନଷ୍ଟା ଆକାଉଣ୍ଟ ରଦ୍ଦ

ନୂଆଦିଲ୍ଲୀ: କରୋନାକୁ ଚେକ୍ ଦେବା ପାଇଁ ଏବେ ସାରା ବିଶ୍ୱରେ ଟିକାକୁ ଅମୋଘ ଅସ୍ତ୍ର କରାଯାଇଛି। ହେଲେ ଅନେକ ସମୟରେ ଟିକା ନେଲେ ନକାରାତ୍ମକ ପ୍ରଭାବ ପଡ଼ିବ ବୋଲି ଅନେକ ନିଜ ନିଜର ବିଚାର ରଖନ୍ତି। ଏମିତିକି ଟିକା ନେଲେ ମାଙ୍କଡ ପ୍ରଜାତିର (ସିମ୍ପାଜୀ) ହେବାର ସମ୍ଭାବନା ରହିଛି ବୋଲି କିଛି ଫେସବୁକ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଯୁକ୍ତି ରଖିଥିଲେ। ଏହି ଯୁକ୍ତିରେ କିନ୍ତୁ କୌଣସି ସତ୍ୟତା ନାହିଁ। ତେଣୁ ଫେସବୁକ ସେହି ଆକାଉଣ୍ଟକ ଉପରେ କାର୍ଯ୍ୟାନୁଷ୍ଠାନ […]

ଅଦ୍ୟତନ ହୋଇଛି
ଟିକାକୁ ନେଇ ଭୁଲ୍ ତଥ୍ୟ ଦେଉଥିବା ଫେସବୁକ ଓ ଇନଷ୍ଟା ଆକାଉଣ୍ଟ ରଦ୍ଦ

facebook

Advertisment

ନୂଆଦିଲ୍ଲୀ: କରୋନାକୁ ଚେକ୍ ଦେବା ପାଇଁ ଏବେ ସାରା ବିଶ୍ୱରେ ଟିକାକୁ ଅମୋଘ ଅସ୍ତ୍ର କରାଯାଇଛି। ହେଲେ ଅନେକ ସମୟରେ ଟିକା ନେଲେ ନକାରାତ୍ମକ ପ୍ରଭାବ ପଡ଼ିବ ବୋଲି ଅନେକ ନିଜ ନିଜର ବିଚାର ରଖନ୍ତି। ଏମିତିକି ଟିକା ନେଲେ ମାଙ୍କଡ ପ୍ରଜାତିର (ସିମ୍ପାଜୀ) ହେବାର ସମ୍ଭାବନା ରହିଛି ବୋଲି କିଛି ଫେସବୁକ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଯୁକ୍ତି ରଖିଥିଲେ। ଏହି ଯୁକ୍ତିରେ କିନ୍ତୁ କୌଣସି ସତ୍ୟତା ନାହିଁ। ତେଣୁ ଫେସବୁକ ସେହି ଆକାଉଣ୍ଟକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Advertisment

ଫେସବୁକ କହିଛି ପାଖାପାଖି ୩୦୦ଟି ଆକାଉଣ୍ଟରେ କୁହାଯାଇଥିଲା ଆଷ୍ଟ୍ରାଜେନିକା ଏବଂ ଫାଇଜର ଟିକା ନେଲେ ମଣିଷ ସିମ୍ପାଜୀରେ ପରିଣତ ହୋଇପାରେ। ଏହି ଆକାଉଣ୍ଟଗୁଡିକ ରୁଷିଆର ସାଧାରଣତଃ। ଏହି ଆକାଉଣ୍ଟ ଭୁଲ ସୂଚନା ଦେଇ ଭାରତ, ଆମେରିକା ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିଲା। କିନ୍ତୁ ଏହା ଦର୍ଶକ ଆକୃଷ୍ଟି କରିବାରେ ବିଫଳ ହୋଇଥିଲା।

ରିପୋର୍ଟ ଅନୁଯାୟୀ, ରୁଷିଆର ଏହି ଆକାଉଣ୍ଟ ଟିକା ନେଲେ ସିମ୍ପାଜୀରେ ହେବାର ସମ୍ଭାବନା ରହିଛି ବୋଲି ପ୍ରଥମେ ନଭେମ୍ବର ଏବଂ ଡିସେମ୍ବର ୨୦୨୦ରେ ପୋଷ୍ଟ କରି ଦାବି କରିଥିଲା। ଆଷ୍ଟ୍ରାଜେନିକା ଟିକା ନେବା ଦ୍ୱାରା ଏପରି ହେଉଛି ବୋଲି ଦାବି ହୋଇଥିଲା। ପରେ ଏହି ଆକାଉଣ୍ଟ ଡିଆକ୍ଟିଭ ରହିଥିଲା। ଆଉ ପାଞ୍ଚ ମାସ ପରେ ପୁଣି ମେ ମାସ ୨୦୨୧ରେ ସମାନ ଦାବି କରିଥିଲା ଏହି ଫେସବୁକ ଆକାଉଣ୍ଟ। କିନ୍ତୁ ୨୦୨୧ରେ ଆଷ୍ଟ୍ରାଜେନିକା ବଦଳରେ ଫାଇଜର ଟିକାର ସୁରକ୍ଷା ଉପରେ ପ୍ରଶ୍ନ କରିଥିଲା।

Advertisment

ଏହାପରେ ଫେସୁବକ ୬୫ଟି ଫେସବୁକ୍ ଆକାଉଣ୍ଟ୍ ଏବଂ ୨୪୩ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ରଦ୍ଦ କରିଦେଇଛି। ଫେସବୁକ ତଦନ୍ତ କରି ଜାଣିବାକୁ ପାଇଥିଲା ଯେ ଏହି ସବୁ ଆକାଉଣ୍ଟ ଫାଜେ ନାମକ ସଂସ୍ଥା ଦ୍ୱାରା ପରିଚାଳିତ ହେଉଥିଲା। ବିଭିନ୍ନ ଓ୍ୱେବସାଇଟରେ ଟିକାର ନକାରାତ୍ମକ ପ୍ରଭାବ ବାବଦରେ ଯୁକ୍ତି ଦର୍ଶାଇ ଫେସବୁକ ଏବଂ ଇନଷ୍ଟାରେ ଶେଆର ହେଉଥିଲା। ଯାହାର ଉଦ୍ଦେଶ୍ୟ ଥିଲା ଲୋକଙ୍କୁ ଭ୍ରମିତ କରିବା। ଏହାପରେ ଫେସବୁକ ଫେଜକୁ ନିଜ ପ୍ଲାଟଫର୍ମରୁ ବ୍ୟାନ କରିଛି। ଗ୍ଲୋବାଲ୍ ଆଇଓ ଥ୍ରେଟ୍ ଇଣ୍ଟେଲିଜେନ୍ସ ଲିଡ୍ ଏବଂ ଫେସବୁକରେ ଆଇଓ ଥ୍ରେଟ୍ ଇଣ୍ଟେଲିଜେନ୍ସ ଟିମ୍ ବେନ ନିମୋ ଏହି ସୂଚନା ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe