Advertisment

ନବାବ ମଲିକଙ୍କ ‘ଦାଉଦ ଲିଙ୍କ୍‌’ କଥା ସାମ୍ନାକୁ ଆଣିଲେ ଫଡନାଭିସ

ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ଓ ବିଜେପି ମଧ୍ୟରେ ବାକଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଦୀପାବଳି ପୂର୍ବରୁ ନବାବ ମଲିକ ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀଙ୍କ ସମ୍ପର୍କ ଡ୍ରଗ ପେଡେଲରଙ୍କ ସହ ରହିଥିବା ଅଭିଯୋଗ କରିଥିଲେ। ଦୀପାବଳି ପରେ ଦେବେନ୍ଦ୍ର ଫଡାଭିସ ସାମ୍ବାଦିକ ସମ୍ମିଳନୀ କରି ନବାବ ମଲିକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ମୁମ୍ବାଇ ସିରିଜ୍‌ ବିସ୍ଫୋରଣର ଦୋଷୀଙ୍କ ସହ ନବାବ ମଲିକଙ୍କ ଲିଙ୍କ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି। ସେ […]

ନବାବ ମଲିକଙ୍କ ‘ଦାଉଦ ଲିଙ୍କ୍‌’ କଥା ସାମ୍ନାକୁ ଆଣିଲେ ଫଡନାଭିସ

bJP1

Advertisment

ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ଓ ବିଜେପି ମଧ୍ୟରେ ବାକଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଦୀପାବଳି ପୂର୍ବରୁ ନବାବ ମଲିକ ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀଙ୍କ ସମ୍ପର୍କ ଡ୍ରଗ ପେଡେଲରଙ୍କ ସହ ରହିଥିବା ଅଭିଯୋଗ କରିଥିଲେ। ଦୀପାବଳି ପରେ ଦେବେନ୍ଦ୍ର ଫଡାଭିସ ସାମ୍ବାଦିକ ସମ୍ମିଳନୀ କରି ନବାବ ମଲିକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ମୁମ୍ବାଇ ସିରିଜ୍‌ ବିସ୍ଫୋରଣର ଦୋଷୀଙ୍କ ସହ ନବାବ ମଲିକଙ୍କ ଲିଙ୍କ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି।

Advertisment

ସେ କହିଛନ୍ତି, Solidus Investments Pvt Limited ନାମକ ଗୋଟିଏ କମ୍ପାନୀ ଜରିଆରେ ନବାବ ମଲିକ ଗୋଟିଏ ସମ୍ପତ୍ତି କୁର୍ଲାରେ କିଣିଥିଲେ। ବଜାର ଦର ଠାରୁ ବହୁତ କମ ମୂଲ୍ୟରେ ଉକ୍ତ ସମ୍ପତ୍ତିକୁ କିଣା ଯାଇଥିଲା। ମୁମ୍ବାଇ ବିସ୍ଫୋରଣରେ ଦୋଷୀ ସାବ୍ୟସ୍ତ ହୋଇଥିବା ସଲିମ ପଟେଲ ଓ ସର୍ଦ୍ଦାର ଶାହାବ ଅଲୀ ଖାନ ଠାରୁ ଏହି ସମ୍ପତ୍ତି କିଣା ଯାଇଛି। ୨୦୦୩ରୁ ୨୦୦୫ ମଧ୍ୟରେ ଏହି ଡିଲ୍‌ ହୋଇଥିଲା ବୋଲି ଫଡନାଭିସ କହିଛନ୍ତି।

ସେ ଆହୁରି କହିଛନ୍ତି, ସଲିମ ପଟେଲ ଓ ଦାଉଦ ଇବ୍ରାହିମର ଭଉଣୀ ହସୀନା ପାର୍କର ଜମି ଜବରଦଖଲ ରାକେଟ ଚଳାଇଥିଲେ। ଏହିକ୍ରମରେ ସେମାନେ ଅନେକ ଜମି ଓ ସମ୍ପତ୍ତି କବଜା କରିଥିଲେ। ନବାବ ମଲିକଙ୍କ କମ୍ପାନୀ  କିଣିଥିବା ସମ୍ପତ୍ତିର ପାୱାର ଅଫ ଆଟର୍ଣ୍ଣି ସଲିମ ପଟେଲ ନାଁରେ ଥିଲା।

Advertisment

ବର୍ଗ ଫୁଟ ପିଛା ୨୫ ଟଙ୍କାରେ ଡିଲ୍‌ ହୋଇଥିଲା। କିନ୍ତୁ ଏହାକୁ ବର୍ଗଫୁଟ ପିଛା ୧୫ ଟଙ୍କାରେ କିଣା ଯାଇଥିଲା। ସେହିପରି ଉକ୍ତ ଜମିକୁ ଲାଗି ରହିଥିବା ଆଉ ଗୋଟିଏ ସ୍ଥାନ ବର୍ଗଫୁଟ ପିଛା ୨୩୧୦ ଟଙ୍କାରେ ବିକ୍ରି କରାଯାଇଥିଲା।

ନବାବ ମଲିକଙ୍କ କମ୍ପାନୀ କରିଥିବା ଡିଲ୍‌ରେ ଫର୍ଜ ମଲିକଙ୍କ ଦସ୍ତଖତ ରହିଛି। ସେ ନବାବ ମଲିକଙ୍କ ପୁଅ। ପ୍ରାୟ ୩ ଏକର ଜମି ପାଇଁ ୩୦ ଲକ୍ଷ ଟଙ୍କାର ଡିଲ ହୋଇଥିଲା। କିନ୍ତୁ ପ୍ରକୃତରେ ୨୦ ଲକ୍ଷ ଟଙ୍କା ଦିଆଯାଇଥିଲା। ଏହି ଟଙ୍କା ସଲିମ ପଟେଲ ଓ ଶାହାବ ଅଲୀ ଖାନ ଆକାଉଣ୍ଟକୁ ଯାଇଥିଲା।

ମୁମ୍ବାଇ ବିସ୍ଫୋରଣ ଦୋଷୀଙ୍କ ସମ୍ପତ୍ତିକୁ ସୁରକ୍ଷା ଦେବା ପାଇଁ ଏପରି ଡିଲ୍‌ ହୋଇଥିଲା। ଏହାର ସମସ୍ତ ପ୍ରମାଣ ମୁଁ ତଦନ୍ତକାରୀ ଅଧିକାରୀଙ୍କୁ ଦେବି। ଗୋଟିଏ କପି ଏନସିପି ସୁପ୍ରିମକୋ ଶରଦ ପାୱାଙ୍କ ପାଖକୁ ମଧ୍ୟ ପଠାଇବି ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe