Advertisment

ନକଲି କଲ ସେଣ୍ଟର ଖୋଲି ଲୁଟି ନେଲେ ୧୭୦ କୋଟି

ନୋଲଡା: ଗୋଟିଏ ସାଇବର ଠକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ଉତ୍ତର ପ୍ରଦେଶ ପୁଲିସ୍‌ର ଏସଟିଏଫ। ଏହି ଗ୍ୟାଙ୍ଗ ନୋଏଡାରେ ନକଲି କଲ ସେଣ୍ଟର ଖୋଲି ବିଦେଶୀ ନାଗରିକଙ୍କ ଠାରୁ ପ୍ରାୟ ୧୭୦ କୋଟି ଟଙ୍କାର ଠକେଇ କରିଥିଲା। ବିଦେଶୀମାନଙ୍କୁ ବୈଷୟିକ ସହାୟତା ଓ ଟିକସ ଫେରସ୍ତ କଥା କହି ଗ୍ୟାଙ୍ଗର ସଦସ୍ୟମାନେ ଏତେ ପରିମାଣର ଟଙ୍କା ଠକେଇ କରିଥିବା ଜଣାପଡ଼ିଛି। ଏହି ଘଟଣା ଏସଟିଏଫ ୧୦ ଜଣଙ୍କୁ ଗିରଫ କରିଛି। ଏସଟିଏଫ ପକ୍ଷରୁ କୁହାଯାଇଛି ଯେ ନୋଏଡା […]

author-image
Hemant Lenka
ନକଲି କଲ ସେଣ୍ଟର ଖୋଲି ଲୁଟି ନେଲେ ୧୭୦ କୋଟି

arrest

ନୋଲଡା: ଗୋଟିଏ ସାଇବର ଠକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ଉତ୍ତର ପ୍ରଦେଶ ପୁଲିସ୍‌ର ଏସଟିଏଫ। ଏହି ଗ୍ୟାଙ୍ଗ ନୋଏଡାରେ ନକଲି କଲ ସେଣ୍ଟର ଖୋଲି ବିଦେଶୀ ନାଗରିକଙ୍କ ଠାରୁ ପ୍ରାୟ ୧୭୦ କୋଟି ଟଙ୍କାର ଠକେଇ କରିଥିଲା। ବିଦେଶୀମାନଙ୍କୁ ବୈଷୟିକ ସହାୟତା ଓ ଟିକସ ଫେରସ୍ତ କଥା କହି ଗ୍ୟାଙ୍ଗର ସଦସ୍ୟମାନେ ଏତେ ପରିମାଣର ଟଙ୍କା ଠକେଇ କରିଥିବା ଜଣାପଡ଼ିଛି। ଏହି ଘଟଣା ଏସଟିଏଫ ୧୦ ଜଣଙ୍କୁ ଗିରଫ କରିଛି।

Advertisment

ଏସଟିଏଫ ପକ୍ଷରୁ କୁହାଯାଇଛି ଯେ ନୋଏଡା ସେକ୍ଟର ୫୯ରେ ଏହି ନକଲି କଲ ସେଣ୍ଟର ଚାଲିଥିଲା। ଗ୍ୟାଙ୍ଗରର ୧୦ ଜଣ ସଦସ୍ୟ ନକଲି କଲ ସେଣ୍ଟର ଖୋଲିଥିଲେ। କଲ ସେଣ୍ଟର ନାଁରେ ସଫ୍ଟୱେୟାର ବ୍ୟବହାର କରି ସେମାନେ ଠକାମୀର ଶିକାର ହୋଇଥିବା ଲୋକଙ୍କ କମ୍ପ୍ୟୁଟର ଓ ଲାପଟପକୁ ରିମୋଟ ଦ୍ୱାରା ନିୟନ୍ତ୍ରଣ କରୁଥିଲେ।

ଗ୍ୟାଙ୍ଗର ସଦସ୍ୟମାନେ ଅତ୍ୟାଧୁନିକ ସଫ୍ଟୱେୟାର ବ୍ୟବହାର କରି ଆମେରିକା, କାନାଡା, ବ୍ରିଟେନ, ଲେବାନନ, ହଂକଂ ଭଳି ଦେଶରେ ରହୁଥିବା ଲୋକଙ୍କୁ ଠକୁଥିଲେ। ପ୍ରଥମେ ସେମାନେ ନିଜର ଅତ୍ୟାଧୁନିକ ସଫ୍ଟୱେୟାର ଜରିଆରେ ପୀଡ଼ିତଙ୍କ କମ୍ପ୍ୟୁଟର ଓ ଲ୍ୟାପଟପକୁ ନିଜ ନିୟନ୍ତ୍ରଣକୁ ଆଣୁଥିଲେ। ଏହାପରେ ଏହି ସମସ୍ୟାକୁ ସମାଧାନ କରିବା ପାଇଁ ସେମାନଙ୍କୁ ବୈଷୟିକ ସହାୟତା ଯୋଗାଇ ଦେବାର ପ୍ରସ୍ତାବ ଦେଉଥିଲେ। ଏହି ସହାୟତା ପ୍ରଦାନ ନାଁରେ ସେମାନେ ପ୍ରାୟ ୧୭୦ କୋଟି ଟଙ୍କାର ଠକେଇ କରିଛନ୍ତି।

Advertisment

ଏସଟିଏଫ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ କରି ୭୦ଟି କମ୍ପ୍ୟୁଟର, ଅନେକ ମୋବାଇଲ ଫୋନ ଓ ସିମ କାର୍ଡ ଜବତ କରିଛି। ଏବେ ଜବତ ବୈଦ୍ୟୁତିକ ଉପକରଣ ଗୁଡ଼ିକର ଫରେନ୍ସିକ ଯାଞ୍ଚ କରାଯାଉଛି। ଅଭିଯୁକ୍ତମାନଙ୍କ ବ୍ୟାଙ୍କ ଷ୍ଟେମେଣ୍ଟରୁ ଜଣାପଡ଼ିଛି ଯେ ସେମାନେ ଏଯାଏ ମୋଟ ୧୭୦ କୋଟି ଟଙ୍କାର ଠକେଇ କରିଛନ୍ତି।

ଏବେ ସେମାନଙ୍କର ଅନ୍ୟ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକର ଯାଞ୍ଚ କରାଯାଉଛି। ଏହାର ତଥ୍ୟ ମିଳିବା ପରେ ସବୁ ଆକାଉଣ୍ଟକୁ ସିଜ କରାଯିବ। ଏହାପରେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ହେଉଛନ୍ତି କରନ ମୋହନ ଓ ବିନୋଦ ସିଂହ। ସେହିପରି ଅନ୍ୟ ଅଭିଯୁକ୍ତମାନେ ହେଲେ ଧ୍ରୁବ ନାରଙ୍ଗ, ମୟଙ୍କ ଗୋଗିଆ, ଅକ୍ଷୟ ମଲିକ, ଦୀପକ ସିଂହ, ଅହୁଜା ପୋଡୱାଲ, ଅକ୍ଷୟ ଶର୍ମା, ଜୟନ୍ତ ସିଂହ ଓ ମୁକୁଲ ରାୱତ। ସେମାନଙ୍କୁ ଗିରଫ ପରେ ଆଜି କୋର୍ଟରେ ହାଜର କରାଯାଇ ରିମାଣ୍ଡରେ ଅଣାଯିବ ବୋଲି ଏସଟିଏଫର ଏସ୍‌ପି ବିଶାଲ ବିକ୍ରମ ସିଂହ ସୂଚନା ଦେଇଛନ୍ତି।