Advertisment

କରୋନା ଚିକିତ୍ସା ପାଇଁ ବ୍ୟବହୃତ ହେଉଥିଲା ନକଲି ଔଷଧ, ଜବତ କଲା ପୁଲିସ

ଗ୍ରେଟର ନୋଏଡା: ମହାମାରୀ କରୋନା ସମୟରେ ମଧ୍ୟ ଲୋକଙ୍କ ଜୀବନ ସହ ଖେଳିବାକୁ ପଛାଉ ନାହାନ୍ତି କିଛି ଅସାଧୁ ବ୍ୟବସାୟୀ। କରୋନା ଚିକିତ୍ସା ପାଇଁ ସେମାନେ ନକଲି ଔଷଧ ତିଆରି କରି ଏହାକୁ ବିକ୍ରି କରୁଛନ୍ତି। ମହାରାଷ୍ଟ୍ର ପୁଲିସ୍‌ ଏପରି ନକଲି ଔଷଧ କାରବାର କରୁଥିବା ଅନେକ ହୋଲସେଲର, ଫାର୍ମା ଲ୍ୟାବ କର୍ମଚାରୀ ଓ ମାକ୍ସ ରିଲିଫ ହେଲଥ କେୟାରର ମାଲିକଙ୍କୁ ଗିରଫ କରିଥିଲେ। ଏବେ ଗୌତମ ବୁଦ୍ଧ ନଗର ପୁଲିସ ଗ୍ରେଟର ନୋଏଡାରେ ନକଲି ଔଷଧ […]

ଅଦ୍ୟତନ ହୋଇଛି
କରୋନା ଚିକିତ୍ସା ପାଇଁ ବ୍ୟବହୃତ ହେଉଥିଲା ନକଲି ଔଷଧ, ଜବତ କଲା ପୁଲିସ

Fake

Advertisment

ଗ୍ରେଟର ନୋଏଡା: ମହାମାରୀ କରୋନା ସମୟରେ ମଧ୍ୟ ଲୋକଙ୍କ ଜୀବନ ସହ ଖେଳିବାକୁ ପଛାଉ ନାହାନ୍ତି କିଛି ଅସାଧୁ ବ୍ୟବସାୟୀ। କରୋନା ଚିକିତ୍ସା ପାଇଁ ସେମାନେ ନକଲି ଔଷଧ ତିଆରି କରି ଏହାକୁ ବିକ୍ରି କରୁଛନ୍ତି। ମହାରାଷ୍ଟ୍ର ପୁଲିସ୍‌ ଏପରି ନକଲି ଔଷଧ କାରବାର କରୁଥିବା ଅନେକ ହୋଲସେଲର, ଫାର୍ମା ଲ୍ୟାବ କର୍ମଚାରୀ ଓ ମାକ୍ସ ରିଲିଫ ହେଲଥ କେୟାରର ମାଲିକଙ୍କୁ ଗିରଫ କରିଥିଲେ।

Advertisment

ଏବେ ଗୌତମ ବୁଦ୍ଧ ନଗର ପୁଲିସ ଗ୍ରେଟର ନୋଏଡାରେ ନକଲି ଔଷଧ ପ୍ୟାକିଂ ହେଉଥିବା ଗୋଟିଏ ଫ୍ୟାକ୍ଟ୍ରୀ ଉପରେ ଚଢ଼ଉ କରି ପୂରା କାରବାରର ପର୍ଦ୍ଦାଫାସ କରିଛି। ଏହି ଫ୍ୟାକ୍ଟ୍ରୀଟି ବନ୍ଦ ଥିଲେ ମଧ୍ୟ ଏହା ମଧ୍ୟରେ ନକଲି ଔଷଧକୁ ପ୍ୟାକିଂ କରି ବିଭିନ୍ନ ରାଜ୍ୟକୁ ପଠା ଯାଉଥିଲେ। ଏଥିରେ କରୋନା ଚିକତ୍ସା ପାଇଁ ବ୍ୟବହୃତ ନକଲି ଔଷଧ ମଧ୍ୟ ରହିଥିଲା।

ଘଟଣା ସ୍ଥଳରୁ ଆଜିଥ୍ରୋମାଇସିନ ଓ ଫାଭିପିରାଭିର ଭଳି ଔଷଧର ପ୍ୟାକେଜିଂ ସାମଗ୍ରୀ ସହ ବିଭିନ୍ନ ପ୍ରକାରର ଔଷଧ ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ। ସେହିପରି ୨୫ ଲକ୍ଷ ଟଙ୍କାର ନକଲି ଟ୍ୟାବଲେଟ୍‌ ମଧ୍ୟ ପୁଲିସ୍‌ ଜବତ କରିଛି।

Advertisment

ମୁମ୍ବାଇ ପୁଲିସ୍‌ ନକଲି ଔଷଧ କାରବାର କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାରୁ ଭୟରେ ଦୁଇ ଦିନ ତଳେ ହିଁ ଏହି ଫ୍ୟାକ୍ଟ୍ରୀଟି ବନ୍ଦ ହୋଇଥିଲା। ଉଦ୍ୟୋଗ କେନ୍ଦ୍ରରର ୨୪୧ଠାରେ ଥିବା ଏହି ଫ୍ୟାକ୍ଟ୍ରୀ ଉପରେ ଇକୋଟେକ ୩ ପୁଲିସ୍‌ର ଗୋଟିଏ ଟିମ, ଡ୍ରଗ ଇନସପେକ୍ଟର ଭୈବଭ ବାବର ଓ ତହସିଲଦାର ସଚିନ ପାୱର ଚଢ଼ଉ କରିଥିଲେ। ଏହି ଫ୍ୟାକ୍ଟ୍ରୀ ଚଳାଇବାକୁ ଶେଷପାଲ ଶର୍ମାଙ୍କୁ ଅନୁମତି ମିଳିଥିଲା।

ତେବେ ସେ କାହାକୁ ଏହା ଭଡ଼ାରେ ଦେଇଥିଲେ କି ନାହିଁ, ତା’ର ତଦନ୍ତ ଆରମ୍ଭ ହୋଇଛି। ଇକୋଟେକ ପୁଲିସ୍‌ ଶେଷପାଲ ଶର୍ମାଙ୍କୁ ସମନ ମଧ୍ୟ କରିଛି। ଇକୋଟେକ ଏସଏଚ୍ଓ ଭୁବନେଶ କୁମାର କହିଛନ୍ତି, ବିପୁଳ ପରିମାଣର ଖୋଲା ଟ୍ୟାବଲେଟ, ପ୍ୟାକେଜିଂ ସାମଗ୍ରୀ, ୱାରପର୍ସ ଓ ପ୍ୟାକେଜିଂ ମେସିନ ଘଟଣା ସ୍ଥଳରୁ ଜବତ କରାଯାଇଛି। ଆମେ ଫ୍ୟାକ୍ଟ୍ରୀର ମାଲିକ ଶେଷପାଲ ଶର୍ମାଙ୍କୁ ସମନ କରିଛୁ। ହେଲେ ସେ ଏଯାଏ କୌଣସି ଉତ୍ତର ଦେଇନାହାନ୍ତି ବୋଲି ଭୁବନେଶ କହିଛନ୍ତି।

ଆଡିସନାଲ ଡିସିପି(କେନ୍ଦ୍ରୀୟ ନୋଏଡା) ଅଙ୍କୁର ଅଗ୍ରୱାଲ କହିଛନ୍ତି, କୋଭିଡ ଚିକତ୍ସାରେ ବ୍ୟବହୃତ ନକଲି ଔଷଧ ଏଠାରେ ତିଆରି କରାଯାଉଥିଲା। ଏଠାରୁ ଏଗୁଡ଼ିକୁ ବିଭିନ୍ନ ସ୍ଥାନକୁ ସପ୍ଲାଏ କରାଯାଉଥିଲା। ମୁମ୍ବାଇ ଓ ମୀରଟରୁ ଏକାଧିକ ଲୋକଙ୍କୁ ମହାରାଷ୍ଟ୍ର ପୁଲିସ୍‌ ଗିରଫ କରିବା ପରେ ଏପରି ରେଡ୍‌ କରାଯାଇଥିଲା। ତଦନ୍ତକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଏହା ବନ୍ଦ ରହିଥିଲା। ତାଲା ଭାଙ୍ଗି ଅଧିକାରୀମାନେ ରେଡ୍‌ କରିବା ପରେ ଏପରି ସବୁ ସମାଗ୍ରୀ ଫ୍ୟାକ୍ଟ୍ରୀ ମଧ୍ୟରୁ ମିଳିଥିଲା।

Fake Item Racket Mumbai Police Fake Medicine Racket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe