Advertisment

ବିଦ୍ରୋହୀ ଶିବଲଙ୍କୁ ନିଶାନା କଲେ ଅଶୋକ

ନୂଆଦିଲ୍ଲୀ: ଦିନକୁ ଦିନ କଂଗ୍ରେସର ଆଭ୍ୟନ୍ତରୀଣ ତିକ୍ତତା ଅଧିକ ତୀବ୍ର ହେଉଛି। ଦଳ ମଧ୍ୟରେ ଦୁଇ ଭେଟେରାନ ନେତା ମୁହାଁମୁହିଁ ହୋଇଛନ୍ତି। ଦଳର ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଥିବା   କଂଗ୍ରେସ ନେତା ତଥା ବରିଷ୍ଠ ଓକିଲ କପିଲ ଶିବଲ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲେଟ୍ ମୁହାଁମୁହିଁ ହୋଇଛନ୍ତି। କପିଲ ଶିବଲଙ୍କୁ ଟାର୍ଗେଟ କରିଛନ୍ତି ଅଶୋକ ଗେହେଲେଟ୍‌। ସେ କହିଛନ୍ତି ଯେ, ସବୁ ଓକିଲ କଂଗ୍ରେସ ସଂସ୍କୃତିରୁ ତିଆରି ହୋଇ ନାହାନ୍ତି। କପିଲ ଶିବଲ କଂଗ୍ରେସ ସଂସ୍କୃତିର […]

ଅଦ୍ୟତନ ହୋଇଛି
କ୍ୟାପ୍‌ଟେନ୍‌ ଯିବା ପରେ ଚିନ୍ତାରେ ଗେହଲଟ

Ashok Gehlot

Advertisment

ନୂଆଦିଲ୍ଲୀ: ଦିନକୁ ଦିନ କଂଗ୍ରେସର ଆଭ୍ୟନ୍ତରୀଣ ତିକ୍ତତା ଅଧିକ ତୀବ୍ର ହେଉଛି। ଦଳ ମଧ୍ୟରେ ଦୁଇ ଭେଟେରାନ ନେତା ମୁହାଁମୁହିଁ ହୋଇଛନ୍ତି। ଦଳର ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଥିବା   କଂଗ୍ରେସ ନେତା ତଥା ବରିଷ୍ଠ ଓକିଲ କପିଲ ଶିବଲ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲେଟ୍ ମୁହାଁମୁହିଁ ହୋଇଛନ୍ତି। କପିଲ ଶିବଲଙ୍କୁ ଟାର୍ଗେଟ କରିଛନ୍ତି ଅଶୋକ ଗେହେଲେଟ୍‌। ସେ କହିଛନ୍ତି ଯେ, ସବୁ ଓକିଲ କଂଗ୍ରେସ ସଂସ୍କୃତିରୁ ତିଆରି ହୋଇ ନାହାନ୍ତି। କପିଲ ଶିବଲ କଂଗ୍ରେସ ସଂସ୍କୃତିର ମଣିଷ ନୁହନ୍ତି। ତାଙ୍କୁ ସୋନିଆ ଏବଂ ରାହୁଲ ଗାନ୍ଧି ଅନେକ କିଛି ସୁବିଧା ସୁଯୋଗ ଦେଇଛନ୍ତି। କଂଗ୍ରେସର ଏବିସି ବାବଦରେ ଜା଼ଣି ନଥିବା କପିଲଙ୍କଠାରୁ ଦୁର୍ଭାଗ୍ୟଜନକ ମନ୍ତବ୍ୟ ଅଶା କରାଯାଏ ବୋଲି ଅଶୋକ କହିଛନ୍ତି।

Advertisment

ପୂର୍ବରୁ କପିଲଙ୍କ ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ ବୋଲି ବୋଲି କହିଥିଲେ ଅଶୋକ।  ସେକହିଥିଲେ ଯେ, ଯେତେବେଳେ କଂଗ୍ରେସର ବିପର୍ଯ୍ୟୟ ସମୟରେ ସବୁ ନେତାମାନେ  ଏକାଠି ହେବା ଦରକାର। ସେ କହିଛନ୍ତି ଯେ, କଂଗ୍ରେସ ହେଉଛି ଏକାମାତ୍ର ଦଳ ଯିଏ ବିଜେପି ବିରୋଧରେ ଲଢ଼ିପାରିବ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  ରାହୁଲ ଗାନ୍ଧି ହିଁ ଟକ୍କର ଦେଇପାରିବେ। ଯେଉଁମାନେ କଂଗ୍ରେସ ବୁଡ଼ିଯିବ ବୋଲି କହୁଛନ୍ତି ସେଇମାନେ ହିଁ ନିଶ୍ଚିହ୍ନ ହୋଇଯିବେ।  କଂଗ୍ରେସ ହେଉଛି ବହୁ ପରାତନ ଦଳ।  ଆମର ପୂର୍ବସୂରୀମାନଙ୍କର ସ୍ୱାଧୀନତା ର୍ପୂବରୁ ଏବଂ ପରେ ତ୍ୟାଗ ଓ ବଳିଦାନ ଅବିଷ୍ମରଣୀୟ ବୋଲି ସେ କହିଛନ୍ତି।

ସୂଚନା ଅନୁଯାୟୀ ଶିବଲ ହେଉଛନ୍ତି  ବିଦ୍ରୋହୀ ଗୋଷ୍ଟୀ ଜି-୨୩ ଗ୍ରୁପର ଅନ୍ୟତମ ନେତା। ଯିଏ ନେତୃତ୍ୱ ପରିବର୍ତ୍ତନ ପାଇଁ ସ୍ୱର ଉଠାଇବା ସହ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟକୁ ପତ୍ର ଲେଖିଥିଲେ। ଉକ୍ତ ଗୋଷ୍ଠୀ ପକ୍ଷରୁ ଲେଖାଯାଇଥିବା ପତ୍ରରେ ସୋନିଆ ଗାନ୍ଧି ଦାୟିତ୍ୱରୁ ଓହରି ନୂଆ  ନେତାଙ୍କୁ  ସୁଯୋଗ ଦେବାକୁ  ପ୍ରସ୍ତାବ ଦିଆଯାଇଥିଲା।  ନିକଟରେ ଏକ ସାକ୍ଷାତକାରରେ ଶିବଲ କହିଥିଲେ  ଯେ,  ମୁଁ ଚାହୁଁଛି ‘ସବ୍‌ କୀ କଂଗ୍ରେସ କିନ୍ତୁ କିଛି ଲୋକ ଚାହୁଁଛନ୍ତି ଘର କୀ କଂଗ୍ରେସ’। ରବିବାର କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ପରେ ଶିବଲଙ୍କର ଏହି ବିବୃତ୍ତି  ଆସିଥିଲା।  ୫ ଘଣ୍ଟାଧରି ଆଲୋଚନା-ପର୍ଯ୍ୟାଲୋଚନା ପରେ ଦଳରେ ସୋନିଆ ଗାନ୍ଧି ସଭାପତି ରହିବା ନେଇ ଆଲୋଚନା ହୋଇଥିଲା। ସେହିପରି ସୋନିଆ ଗାନ୍ଧି ଦେଇଥିବା ଇସ୍ତଫା ପ୍ରସ୍ତାବକୁ ସିଡବ୍ଲ୍ୟୁସି ବୈଠକରେ ପ୍ରତ୍ୟାଖ୍ୟାନ କରାଯାଇଥିଲା।

Advertisment
Congress Ashok Gehlot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe