Advertisment

୧୦୦ ଦିନରେ ପହଞ୍ଚିଲା ଚାଷୀ ଆନ୍ଦୋଳନ, ଆଜି ୫ ଘଣ୍ଟିଆ ଅବରୋଧ

ନୂଆଦିଲ୍ଲୀ: ସେଞ୍ଚୁରୀ ମାରିଲା ଚାଷୀ ଆନ୍ଦୋଳନ। ମାର୍ଚ୍ଚ ୬ରେ ଦିଲ୍ଲୀ ସୀମାରେ ତିନି କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରେ ବସିଥିବା ଚାଷୀଙ୍କ ଆନ୍ଦୋଳନ ୧୦୦ ଦିନରେ ପହଞ୍ଚିଛି। ଏଥିପାଇଁ ଦିଲ୍ଲୀ ଏବଂ ଦିଲ୍ଲୀ ସୀମାରେ ଥିବା ବିଭିନ୍ନ ବିରୋଧ ସ୍ଥାନକୁ ସଂଯୋଗ କରୁଥିବା କେଏମପି ଏକ୍ସପ୍ରେସ ୱେକୁ ୫ ଘଣ୍ଟିଆ ଅବରୋଧ କରିବେ ଆନ୍ଦୋଳନରତ ଚାଷୀ। ଏହି ଅବସରରେ ଆନ୍ଦୋଳନରତ ଚାଷୀ କଳା ପଟି ବାନ୍ଧିବେ। ସକାଳ ୧୧ ଟାରୁ ୪ଟା ପର୍ଯ୍ୟନ୍ତ କେଏମପି ଏକ୍ସପ୍ରେସ […]

author-image
Subhransu Sekhar
ଅଦ୍ୟତନ ହୋଇଛି
କୃଷି ଆଇନ୍: କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

Farmer-protest

ନୂଆଦିଲ୍ଲୀ: ସେଞ୍ଚୁରୀ ମାରିଲା ଚାଷୀ ଆନ୍ଦୋଳନ। ମାର୍ଚ୍ଚ ୬ରେ ଦିଲ୍ଲୀ ସୀମାରେ ତିନି କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରେ ବସିଥିବା ଚାଷୀଙ୍କ ଆନ୍ଦୋଳନ ୧୦୦ ଦିନରେ ପହଞ୍ଚିଛି। ଏଥିପାଇଁ ଦିଲ୍ଲୀ ଏବଂ ଦିଲ୍ଲୀ ସୀମାରେ ଥିବା ବିଭିନ୍ନ ବିରୋଧ ସ୍ଥାନକୁ ସଂଯୋଗ କରୁଥିବା କେଏମପି ଏକ୍ସପ୍ରେସ ୱେକୁ ୫ ଘଣ୍ଟିଆ ଅବରୋଧ କରିବେ ଆନ୍ଦୋଳନରତ ଚାଷୀ। ଏହି ଅବସରରେ ଆନ୍ଦୋଳନରତ ଚାଷୀ କଳା ପଟି ବାନ୍ଧିବେ।

Advertisment

ସକାଳ ୧୧ ଟାରୁ ୪ଟା ପର୍ଯ୍ୟନ୍ତ କେଏମପି ଏକ୍ସପ୍ରେସ ୱେକୁ ବନ୍ଦ କରିବେ ଆନ୍ଦୋଳନରତ ଚାଷୀ। ଏଥି ସହିତ ଚାଷୀମାନେ ଟୋଲ ପ୍ଲାଜାରୁ ଟୋଲ ଫି ପ୍ରଦାନରୁ ମଧ୍ୟ ମୁକ୍ତ ରହିବେ। ଚାଷୀ କହିଛନ୍ତି ଏହି ଆନ୍ଦୋଳନ ସମ୍ପୂର୍ଣ୍ଣ ଭାବରେ ଶାନ୍ତିପୂର୍ଣ୍ଣ ହେବ।

ଯଦି ଚାଷୀ ସିନ୍ଧୁ ସୀମାରୁ କୁଣ୍ଡାଲି ରିଚ୍ ଏକ୍ସପ୍ରେସ ୱେର ରାସ୍ତା ଅବରୋଧ କରିବେ, ତେବେ ସେମାନେ ଏହି ମାର୍ଗରେ ପଡ଼ିଥିବା ଟୋଲ୍ ପ୍ଲାଜାକୁ ମଧ୍ୟ ଅବରୋଧ କରିବେ। ଗାଜିପୁର ସୀମାରୁ ଚାଷୀମାନେ ଦାସନା ଟୋଲ ଅଭିମୁଖେ ଯାତ୍ରା କରିବେ। ଟିକରି ସୀମାରୁ ବାହାଦୁରଗଡ ସୀମା ଅବରୋଧ କରିବେ। ସେହିପରି ଶାହାଜାନପୁର ସୀମାରେ ବସିଥିବା ଆନ୍ଦୋଳନରତ ଚାଷୀ ଗୁରୁଗ୍ରାମ-ମାନେସରକୁ ସଂଯୋଗ କରୁଥିବା କେଏମପି ଏକ୍ସପ୍ରେସକୁ ଅବରୋଧ କରିବେ।

Advertisment

ଏହିସବୁ ଟୋଲ୍ ପ୍ଲାଜାଗୁଡିକ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ରହିବ। ଯେଉଁ ଯାତ୍ରୀମାନେ ଆନ୍ଦୋଳନ ପାଇଁ ଆଗକୁ ଯାଇନପାରିବେ ସେମାନଙ୍କ ପାଇଁ ପାଣି ପାଖରୁ ଆରମ୍ଭ କରି ସମସ୍ତ ବ୍ୟବସ୍ଥା କରିଛନ୍ତି ଆନ୍ଦୋଳନକାରୀ। ଏମିତିକି ସେହି ଯାତ୍ରୀ ମାନଙ୍କୁ ଚାଷୀ ମାନେ ନିଜର ଆନ୍ଦୋଳନର କାରଣ ଓ ଦୁଃଖ ଜଣାଇବେ ବୋଲି ସୂଚନା ରହିଛି।

ଭାରତ କିଷାନ ୟୁନିଅନର ଉତ୍ତରପ୍ରଦେଶ ସଭାପତି ରାଜବୀର ସିଂ ଜାଡୁନ କହିଛନ୍ତି ଯେ ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ, ମିଲିଟାରୀ ଗାଡ଼ି ଓ କୌଣସି ବିଦେଶୀ ପର୍ଯ୍ୟଟକଙ୍କୁ ଚାଷୀ ଅଟକାଇବେ ନାହିଁ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ରାଜଧାନୀର ବିଭିନ୍ନ ସୀମାରେ ଗତ ବର୍ଷ ନଭେମ୍ବର ୨୬ରୁ ଚାଷୀମାନେ କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରେ ବସିଛନ୍ତି।

Farmer Protest